Jharkhand Political Crisis: ୩୫ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରିବାକୁ ଯୋଜନା, ୧୩ ବିଧାୟକ ନିଖୋଜ…

ରାଞ୍ଚି,୧।୨ : ଝାଡଖଣ୍ଡରେ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି। ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟିବା ପରେ ଚମ୍ପାଇ ସୋରେନ ସରକାର ଗଠନ ପାଇଁ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। କଂଗ୍ରେସ କୋଟାରୁ ଚାରିଜଣ ମନ୍ତ୍ରୀଙ୍କୁ ପରିବର୍ତ୍ତନ କରିବାକୁ ସେ ଦାବି କରିଛନ୍ତି। ସୂତ୍ରରୁ ପ୍ରକାଶ ଶାସକ ଦଳ ନିଜର ବିଧାୟକମାନଙ୍କୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଛି। ବିର୍ସା ମୁଣ୍ଡା ବିମାନବନ୍ଦରରୁ ଚାର୍ଟାର୍ଡ ବିମାନ ଦ୍ୱାରା ପ୍ରାୟ ୩୫ […] The post Jharkhand Political Crisis: ୩୫ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରିବାକୁ ଯୋଜନା, ୧୩ ବିଧାୟକ ନିଖୋଜ… appeared first on Dharitri Odia News.

Jharkhand Political Crisis: ୩୫ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରିବାକୁ ଯୋଜନା, ୧୩ ବିଧାୟକ ନିଖୋଜ…

ରାଞ୍ଚି,୧।୨ : ଝାଡଖଣ୍ଡରେ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି। ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟିବା ପରେ ଚମ୍ପାଇ ସୋରେନ ସରକାର ଗଠନ ପାଇଁ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। କଂଗ୍ରେସ କୋଟାରୁ ଚାରିଜଣ ମନ୍ତ୍ରୀଙ୍କୁ ପରିବର୍ତ୍ତନ କରିବାକୁ ସେ ଦାବି କରିଛନ୍ତି।

ସୂତ୍ରରୁ ପ୍ରକାଶ ଶାସକ ଦଳ ନିଜର ବିଧାୟକମାନଙ୍କୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଛି। ବିର୍ସା ମୁଣ୍ଡା ବିମାନବନ୍ଦରରୁ ଚାର୍ଟାର୍ଡ ବିମାନ ଦ୍ୱାରା ପ୍ରାୟ ୩୫ ଜଣ ବିଧାୟକଙ୍କୁ ହାଇଦ୍ରାବାଦକୁ ନିଆଯିବ। ଏନେଇ ପ୍ରୟାସ ଜାରି ରହିଛି।

ଶାସକ ଦଳର ୧୩ ଜଣ ବିଧାୟକ ନିଖୋଜ ଥିବା କୁହାଯାଉଛି। ନିଖୋଜ ବିଧାୟକଙ୍କ ସହିତ ଯୋଗାଯୋଗ କରାଯିବାର ଉଦ୍ୟମ ହେଉଛି।

The post Jharkhand Political Crisis: ୩୫ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରିବାକୁ ଯୋଜନା, ୧୩ ବିଧାୟକ ନିଖୋଜ… appeared first on Dharitri Odia News.