ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ଘରୋଇ ବସ ମାଲିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ହୋତା ରେସିଡେନ୍ସୀ ଠାରେ ସୋନପୁର ବସ୍ ମାଲିକ ସଂଘ ଆନୁକୂଲ୍ୟରେ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳର ଘରୋଇ ବସ୍ ମାଲିକ ସଂଘକୁ ନେଇ ଏକ ବନ୍ଧୁ ମିଳନ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀ ବସ୍ ଚଳାଚଳ କୁ ପଞ୍ଚାୟତରୁ ବ୍ଲକ୍ ମଧ୍ୟରେ ସୀମିତ ରଖିବା ପାଇଁ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ଘରୋଇ ବସ ମାଲିକ ମଞ୍ଚରେ ପ୍ରସ୍ତାବ ଗୃହୀତ ହୋଇଥିଲା ଓଡ଼ିଶାରେ ନୂତନ ସରକାର […] The post ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ଘରୋଇ ବସ ମାଲିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ appeared first on Odisha.News.

ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ଘରୋଇ ବସ ମାଲିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ହୋତା ରେସିଡେନ୍ସୀ ଠାରେ ସୋନପୁର ବସ୍ ମାଲିକ ସଂଘ ଆନୁକୂଲ୍ୟରେ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳର ଘରୋଇ ବସ୍ ମାଲିକ ସଂଘକୁ ନେଇ ଏକ ବନ୍ଧୁ ମିଳନ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଲକ୍ଷ୍ମୀ ବସ୍ ଚଳାଚଳ କୁ ପଞ୍ଚାୟତରୁ ବ୍ଲକ୍ ମଧ୍ୟରେ ସୀମିତ ରଖିବା ପାଇଁ ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ଘରୋଇ ବସ ମାଲିକ ମଞ୍ଚରେ ପ୍ରସ୍ତାବ ଗୃହୀତ ହୋଇଥିଲା ଓଡ଼ିଶାରେ ନୂତନ ସରକାର ବର୍ତ୍ତମାନ OSRTC ଦ୍ଵାରା ଲକ୍ଷ୍ମୀ ବସ ସେବା ପରିଚାଳିତ ହୋଇ ମୁଖ୍ୟମନ୍ତ୍ରୀ ବସସେବାକୁ ପରିବର୍ତ୍ତନ ହୋଇ ସାରିଥିବାରୁ ସମାନ ଦରରେ ବସ୍ ଟିକସ ନେବା ପାଇଁ ମୋହନ ସରକାରଙ୍କୁ ଅନୁରୋଧ କରିଛନ୍ତି। ଭୌଗଳିକ ଦୃଷ୍ଟି କୋଣରୁ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ସମସ୍ୟା ଦେଖା ଦେଇଛି ଏହାକୁ ଆଗାମୀ ଦିନରେ ସରକାରୀ ଓ ବେସରକାରୀ ସ୍ତରରେ ସୁଧାର ଆଣିବାକୁ ଏହି ମଞ୍ଚ ସବୁ ବେଳେ କାମ କରିବ କହି ପ୍ରସ୍ତାବ ହୋଇଥିଲା। ଏହି ବନ୍ଧୁ ମିଳନରେ ଖରିଆଡ, ରାୟଗଡ଼ା, ଉମରକୋଟ, ବିଷମକଟକ, ମୁନିଗୁଡା, କୋରାପୁଟ, ସୋନପୁର, ଫୁଲବାଣୀ, ବାଲିଗୁଡା, ପଦମପୁର, ବରଗଡ଼, ବଲାଙ୍ଗୀର, ଟିକାବାଲି, ବୌଦ୍ଧ, ନବରଙ୍ଗପୁର, ମାଲକାନଗିରି, ଗୁଣପୁର, ନୂଆପଡ଼ା, ଜୟପୁର, କୁଚିଣ୍ଡା, ଦେବଗଡ଼, ରେଢ଼ାଖୋଲ, କଳାହାଣ୍ଡି, ଝାରସୁଗୁଡ଼ାକୁ ନେଇ ସର୍ବମୋଟ ୨୨ଟି ସଂଘ ଏହି ସଭାରେ ଯୋଗଦାନ କରିଥିଲେ। ଆଗାମୀ ଦିନରେ ଏକ କମିଟି ଗଠନ କରି ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀଙ୍କୁ ଭେଟି ଲକ୍ଷ୍ମୀ ବସ୍ କିପରି ଆର୍ଥିକ ସ୍ତରରେ ରଜକୋଷ ର କ୍ଷତି କରିଚାଲିଛି ଅବଗତ କରାଇବା ବୋଲି ମତ ରଖିଥିଲେ।

The post ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ଘରୋଇ ବସ ମାଲିକ ସଂଘର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ appeared first on Odisha.News.