ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆମତ୍ୀୟଙ୍କ ସହ ଆଜିର ଯାତ୍ରା, କର୍ମାରମ୍ଭ ସାଙ୍ଗକୁ ବନ୍ଧୁମିଳନ ପ୍ରୀତିପ୍ରଦ ରହିବ। ସମ୍ପର୍କୀୟଙ୍କ ସହଯୋଗରେ ହାତ ପାହାନ୍ତାକୁ ସୁବିଧା ସୁଯୋଗ ଆସି ଜୁଟିଯିବ। ପ୍ରତ୍ୟେକ ଦିଗରୁ ଲାଭବାନ୍‌ ହେବେ ଓ ଯାହା ଖୋଜୁଛନ୍ତି ତାହା ପାଇବା ସହ ସ୍ଥଗିତ କାମ ତ୍ୱରାନ୍ବିତ ହେବ। ଭୁଲ୍‌ ବୁଝାମଣାରୁ ପରିବାରରେ ମତାନ୍ତର ସୃଷ୍ଟି ଆଶଙ୍କା ରହିଛି। ବୃଷ ସହକର୍ମୀଙ୍କ ସହାନୁଭୂତି ସହ ଆନୁଷଙ୍ଗିକ ସାହଯ୍ୟ ପାଇ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା […] The post ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୮ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୮ ତାରିଖ – Daily Horoscope
ମେଷ
ଆମତ୍ୀୟଙ୍କ ସହ ଆଜିର ଯାତ୍ରା, କର୍ମାରମ୍ଭ ସାଙ୍ଗକୁ ବନ୍ଧୁମିଳନ ପ୍ରୀତିପ୍ରଦ ରହିବ। ସମ୍ପର୍କୀୟଙ୍କ ସହଯୋଗରେ ହାତ ପାହାନ୍ତାକୁ ସୁବିଧା ସୁଯୋଗ ଆସି ଜୁଟିଯିବ। ପ୍ରତ୍ୟେକ ଦିଗରୁ ଲାଭବାନ୍‌ ହେବେ ଓ ଯାହା ଖୋଜୁଛନ୍ତି ତାହା ପାଇବା ସହ ସ୍ଥଗିତ କାମ ତ୍ୱରାନ୍ବିତ ହେବ। ଭୁଲ୍‌ ବୁଝାମଣାରୁ ପରିବାରରେ ମତାନ୍ତର ସୃଷ୍ଟି ଆଶଙ୍କା ରହିଛି।
ବୃଷ
ବୃଷ
ସହକର୍ମୀଙ୍କ ସହାନୁଭୂତି ସହ ଆନୁଷଙ୍ଗିକ ସାହଯ୍ୟ ପାଇ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ଟେନ୍‌ସନ ବୃଦ୍ଧି ପାଇପାରେ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ। ପାରିବାରିକ କ୍ଷେତ୍ର ସମସ୍ୟାବହୁଳ ହୋଇପାରେ, କିନ୍ତୁ କୌଣସି କାମ ଅଟକିରହିବ ନାହିଁ।
ମିଥୁନ
ମିଥୁନ
ସାଂସ୍କୃତିକ କାର୍ଯ୍ୟକ୍ରମରେ ବନ୍ଧୁମିଳନରୁ ଖୁସି ରହିବେ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଅନ୍ୟମାନଙ୍କ କାନକୁହା କଥା ଶୁଣି ଉପର ଅଧିକାରୀମାନେ ଆପଣଙ୍କ ଉପରେ ଖପ୍ପା ହୋଇପାରନ୍ତି। ମନ ଭିତରର ଗୋପନ କଥାକୁ ମନରେ ରଖିପାରିବେ ନାହିଁ, ଅନ୍ୟକୁ କହି ସମାଲୋଚିତ ହୋଇପାରନ୍ତି।
କର୍କଟ
କର୍କଟ
ପରିସ୍ଥିତିର ବିଷମତା ସତ୍ତ୍ୱେ କର୍ମକ୍ଷେତ୍ର ଓ ପରିବାର ମଧ୍ୟରେ ଭାରସାମ୍ୟ ରକ୍ଷା କରିବାରେ ସମର୍ଥ ହେବେ। ପ୍ରଚେଷ୍ଟା ଅବ୍ୟାହତ ରଖିଥିବାରୁ ବିଭିନ୍ନ ଦିଗରୁ ଅର୍ଥଲାଭ ସମ୍ଭାବନା ରହିଛି। ସାଧାରଣ କଥାକୁ କେନ୍ଦ୍ରକରି ଅଶାନ୍ତ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କାମ ଓ ସଭାସମିତିରେ ପ୍ରଶଂସିତ ହେବେ।
ସି˚ହ
ସି˚ହ
ସମସ୍ତ କାମ ପଛକୁ ପକାଇ ବନ୍ଧୁଙ୍କୁ ଅନୁସରଣକରି କାମ କରିବାକୁ ମନ ବଳାଇପାରନ୍ତି। ପିଲାଙ୍କ ସମସ୍ୟା ଭିତରେ ନିଜେ ବାନ୍ଧିହୋଇ କାମଗୁଡ଼ିକ ଅବହେଳିତ ରହିଯିବ। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ଖୁସି ହୋଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଥିଲେ ମଧ୍ୟ ଆବଶ୍ୟକତା ପୂରଣ ସକାଶେ ବହୁତ ଧନ୍ଦିହେବାକୁ ପଡ଼ିପାରେ।
କନ୍ୟା
କାର୍ଯ୍ୟ ହାସଲ ପରିପ୍ରେକ୍ଷୀରେ ଅର୍ଥବ୍ୟୟକୁ ପ୍ରାଧାନ୍ୟ ଦେଇ ନ ପାରନ୍ତି। ଦୈନନ୍ଦିନର ଜୀବନଯାତ୍ରା ପଛରେ ବହୁବିଧ ସମସ୍ୟା ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭରୁ ଲକ୍ଷ୍ୟ ହାସଲ କରିପାରନ୍ତି। ପାରିବାରିକ, ବ୍ୟବସାୟିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।
ତୁଳା
ତୁଳା
ବିଜାତୀୟ ବ୍ୟକ୍ତିଙ୍କ ସହ ବନ୍ଧୁତାର ନିବିଡ଼ତା ବୃଦ୍ଧିପାଇବାରୁ ଖୁସି ହେବେ। ସମ ଅନୁପାତରେ ନିଜ ଲୋକଙ୍କ ନିକଟରୁ ସେତିକି ସମ୍ପର୍କ ହ୍ରାସ ପାଇବ। ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇ ସାହିତ୍ୟ, କଳା, କାରିଗରି ପ୍ରତି ରୁଚି ବଳିପାରେ। ଆନୁଷ୍ଠାନିକ କାର୍ଯ୍ୟ, ବାଣିଜ୍ୟାରମ୍ଭ ଓ ନିର୍ମାଣାଦି କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ।
ବିଛା
ବିଛା
ମାନସିକ ଅସ୍ଥିରତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ରାଜନୀତି, ସଭାସମିତି କିମ୍ବା ପ୍ରଶାସନିକ ସ୍ତରରେ ସମସ୍ୟାର ସମାଧାନ ହୋଇପାରିବ। କ୍ରୀଡ଼ା, ଚଳଚ୍ଚିତ୍ର ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହେବା ଆଶା ରହିଛି। ପାରିବାରିକ ପରିସ୍ଥିତି ପୂର୍ବପରି ରହିବ, କିନ୍ତୁ ଆର୍ଥିକ ସ୍ଥିତି ମଜଭୁତ ରହିବ।
ଧନୁ
ଧନୁ
ଆଜି ସାମାନ୍ୟ କାରଣକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ଭୁଲ୍‌ ବୁଝାମଣାରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେବା ସହ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଉପରିସ୍ଥଙ୍କ ଆଦେଶ ପ୍ରାପ୍ତ ହୋଇ ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ପିଲାଙ୍କ କଳହକୁ କେନ୍ଦ୍ରକରି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି।
ମକର
ମକର
ପାରିବାରିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସବୁ କିଛି ଜାଣିଥିଲେ ମଧ୍ୟ ସାମାଜିକ ସ୍ତରରେ କିମ୍ବା କର୍ମକ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବେ। ଈର୍ଷାପରାୟଣତା କାରଣରୁ ପଡ଼ୋଶୀଙ୍କ ସହ ସମ୍ପର୍କ ତିକ୍ତ ହେବ। କଚେରି ମାମଲା, ପ୍ରତିଯୋଗିତା, ବ୍ୟବସାୟ ଏବଂ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ରହିବ।
କୁମ୍ଭ
କୁମ୍ଭ
ଟେନ୍‌ସନ ବଢ଼ିବା କାରଣରୁ ମାନସିକ ଓ ଶାରୀରିକ ଅସୁସ୍ଥତା ଦେଖାଦେବ। ବାଣିଜ୍ୟ, ବ୍ୟବସାୟ, ବିବାଦ, ତର୍କ, ଆଲୋଚନା କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରାଇପାରନ୍ତି। ଅଫିସିଆଲି କାମ ସକାଶେ ଆଗନ୍ତୁକଟି ଆପଣଙ୍କ ଗୁଣ କୀର୍ତ୍ତନ କରିପାରେ। ପରିବାରରେ ମତାନ୍ତରୁ ମନାନ୍ତର ସୃଷ୍ଟିହେବା ଆଶଙ୍କା ରହିଛି।
ମୀନମୀନ

କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ। ବନ୍ଧୁଙ୍କ ନିକଟରୁ ଶୁଣାକଥାକୁ ବିଶ୍ୱାସକରି କୌଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଜମିଜମା କାରବାର କିମ୍ବା ନିର୍ମାଣ କ୍ଷେତ୍ରରେ ବିବାଦର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁଙ୍କ ଉପଦେଶରେ ମନକୁ ବୁଝାଇ ଭବିଷ୍ୟତର ପରିକଳ୍ପନା କରିବେ।

The post ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୮ ତାରିଖ – Daily Horoscope appeared first on Dharitri Odia News.