କଳାକାରଙ୍କୁ ନେଇ ଯାଉଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ, ୩ମୃତ

ଭୋରରୁ ଓସ୍ତପୁର ନିକଟରେ ଭାରସାମ୍ୟ ହରାଇ ବୋଲେରୋଟି ଗଛରେ ପିଟି ହୋଇ ଯାଇଥିଲା। ଏଥିରେ ମୋଟ୍ ୭ଜଣ କଳାକାର ଥିବା ସୂଚନା ମିଳିଛି।

କଳାକାରଙ୍କୁ ନେଇ ଯାଉଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ, ୩ମୃତ

ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା। ଗଛରେ ପିଟିହେଲା କଳାକାରଙ୍କୁ ନେଇ ଯାଉଥିବା ବୋଲେରୋ। ଏଥିର ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ା ଓସ୍ତପୁର ନିକଟରେ ଘଟିଛି ଏହି ଦୁର୍ଘଟଣା।

ସୂଚନା ଅନୁସାରେ, ବୋଲେରୋଟିରେ କଳାକାର ଥିଲେ। ସମସ୍ତେ ଡ୍ରାମା ରିହରସାଲ୍ ସାରି ଗାଁକୁ ଫେରୁଥିଲେ। ଭୋରରୁ ଓସ୍ତପୁର ନିକଟରେ ଭାରସାମ୍ୟ ହରାଇ ବୋଲେରୋଟି ଗଛରେ ପିଟି ହୋଇ ଯାଇଥିଲା। ଏଥିରେ ମୋଟ୍ ୭ଜଣ କଳାକାର ଥିବା ସୂଚନା ମିଳିଛି। ଅନ୍ୟ ୪ ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ସମସ୍ତ ମୃତକ ମହିଳା ହୋଇଥିବା ଜଣାପଡିଛି। ପୋଲିସ ଘଟଣାର ତଦନ୍ତ କରୁଛି।