NEET ପେପର ଲିକ୍ ପଛରେ ଏହି ଗ୍ୟାଙ୍ଗର ହାତ; ମାଷ୍ଟରମାଇଣ୍ଡ ରବି ଅତ୍ରିକୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୨୨।୬: ନିଟ୍-ୟୁଜି ୨୦୨୪ ପରୀକ୍ଷା ପେପର ଲିକ୍ ପଛରେ ଥିବା ମାଷ୍ଟରମାଇଣ୍ଡ ରବି ଅତ୍ରିକୁ ଉତ୍ତର ପ୍ରଦେଶର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଗିରଫ କରିଛି। ସମଗ୍ର ଦେଶରେ ଏହି ପ୍ରସଙ୍ଗରେ ଜୋରଦାର ବିରୋଧ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଧାରା ପଡିଛି। ଗ୍ରେଟର ନୋଏଡାର ନିମକା ଗାଁର ଅତ୍ରି ପେପର ଲିକ୍ ସ୍କିମରେ ଜଡିତ ଅଛି। ଯାହା ଡାକ୍ତରୀ ଶିକ୍ଷା ପାଇଁ ଭାରତର ଅନ୍ୟତମ ପ୍ରତିଯୋଗିତାମୂଳକ ନିଟ୍-ୟୁଜି ୨୦୨୪ ପରୀକ୍ଷାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି। ୬୭ […] The post NEET ପେପର ଲିକ୍ ପଛରେ ଏହି ଗ୍ୟାଙ୍ଗର ହାତ; ମାଷ୍ଟରମାଇଣ୍ଡ ରବି ଅତ୍ରିକୁ ବାନ୍ଧିଲା ପୋଲିସ appeared first on Dharitri Odia News.

NEET ପେପର ଲିକ୍ ପଛରେ ଏହି ଗ୍ୟାଙ୍ଗର ହାତ; ମାଷ୍ଟରମାଇଣ୍ଡ ରବି ଅତ୍ରିକୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୨୨।୬: ନିଟ୍-ୟୁଜି ୨୦୨୪ ପରୀକ୍ଷା ପେପର ଲିକ୍ ପଛରେ ଥିବା ମାଷ୍ଟରମାଇଣ୍ଡ ରବି ଅତ୍ରିକୁ ଉତ୍ତର ପ୍ରଦେଶର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଗିରଫ କରିଛି। ସମଗ୍ର ଦେଶରେ ଏହି ପ୍ରସଙ୍ଗରେ ଜୋରଦାର ବିରୋଧ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଧାରା ପଡିଛି। ଗ୍ରେଟର ନୋଏଡାର ନିମକା ଗାଁର ଅତ୍ରି ପେପର ଲିକ୍ ସ୍କିମରେ ଜଡିତ ଅଛି। ଯାହା ଡାକ୍ତରୀ ଶିକ୍ଷା ପାଇଁ ଭାରତର ଅନ୍ୟତମ ପ୍ରତିଯୋଗିତାମୂଳକ ନିଟ୍-ୟୁଜି ୨୦୨୪ ପରୀକ୍ଷାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି।

୬୭ ପରୀକ୍ଷାର୍ଥୀ ନିଟ୍-ୟୁଜି ୨୦୨୪ ପରୀକ୍ଷାରେ ମୋଟ ୭୨୦ ମାର୍କ ହାସଲ କରିବା ପରେ ଏହି ବିବାଦ ଉପୁଜିଥିଲା। ଗୋଟିଏ ତ୍ରୁଟିପୂର୍ଣ୍ଣ ପ୍ରଶ୍ନ ଏବଂ କେତେକ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ବଣ୍ଟନରେ ଲଜିଷ୍ଟିକ୍ ବିଳମ୍ବ ହେତୁ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) କିଛି ପରୀକ୍ଷାର୍ଥୀଙ୍କୁ ଗ୍ରେସ ମାର୍କ ପ୍ରଦାନ କରିଥିଲା। ତେବେ ବିହାର ପୋଲିସର ଏକ ତଦନ୍ତରୁ ଜଣାପଡିଥିଲା ଯେ କେତେକ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଛି।

ପ୍ରାୟ ୨୪ ଲକ୍ଷ ମେଡିକାଲ ପଢିବାକୁ ଥିବା ଆଶାୟୀ ଛାତ୍ରୀ ଛାତ୍ର ନିଟ୍-ୟୁଜି ୨୦୨୪ ପରୀକ୍ଷା ଦେଇଥିଲେ, ଯାହା ମେ ୫ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହାପରେ ଜୁନ ୪ ତାରିଖରେ ଫଳ ପ୍ରକାଶ ପାଇଥିଲା। ତେବେ ୬୭ ପରୀକ୍ଷାର୍ଥୀ ମୋଟ ୭୨୦ ସ୍କୋର ହାସଲ ଖବରକୁ ଏନଟିଏ ସାମ୍ନା କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ପ୍ରଶ୍ନପତ୍ର ଲିକ୍ ସ୍କାମ ଖବର ଆସିଥିଲା, ଯାହାକୁ ନେଇ ସାରା ଦେଶରେ ବିବାଦ ବଢିଥିଲା। ଏହି ଘଟଣାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ପରୀକ୍ଷା ପରିଚାଳନାରେ ତ୍ରୁଟି ପାଇଁ ଏନଟିଏକୁ ତାଗିଦ କରିଥିଲେ।

The post NEET ପେପର ଲିକ୍ ପଛରେ ଏହି ଗ୍ୟାଙ୍ଗର ହାତ; ମାଷ୍ଟରମାଇଣ୍ଡ ରବି ଅତ୍ରିକୁ ବାନ୍ଧିଲା ପୋଲିସ appeared first on Dharitri Odia News.