ବିଷାକ୍ତ ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା ନେଇ ସଚେତନ କଲା ଅବକାରୀ ବିଭାଗ

କେସିଙ୍ଗା,୨୫ା୬ (ତୁମେଶ୍ବର ସାହୁ)- ଜିଲା ଅବକାରୀ ଓ କେସିଙ୍ଗା ପଞ୍ଚାୟତ ସମିତି ମିଳିତ ଉଦ୍ୟମରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବିଡ଼ିଓ ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ୱରେ ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ବିଷାକ୍ତ ଦ୍ରବ୍ୟ ବିରୋଧରେ ଗତ ୨୦ତାରିଖରେ ସଚେତନତା ଅଭିଯାନ ଆରମ୍ଭ ହୋଇଥିଲା। ୨୫ତାରିଖ ପର୍ଯ୍ୟନ୍ତ ବ୍ଲକର ୨୬ ଗ୍ରାମ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ପାଲା, ଘୁମରା, ନାଚଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା। ବୁଧବାର ଏହି କାର୍ଯ୍ୟକ୍ରମ ତୁର୍ଳାଖମାନ, ବୋରିଆ ଆଦି ଗ୍ରାମ ପଞ୍ଚାୟତରେ […] The post ବିଷାକ୍ତ ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା ନେଇ ସଚେତନ କଲା ଅବକାରୀ ବିଭାଗ appeared first on Dharitri Odia News.

ବିଷାକ୍ତ ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା ନେଇ ସଚେତନ କଲା ଅବକାରୀ ବିଭାଗ

କେସିଙ୍ଗା,୨୫ା୬ (ତୁମେଶ୍ବର ସାହୁ)- ଜିଲା ଅବକାରୀ ଓ କେସିଙ୍ଗା ପଞ୍ଚାୟତ ସମିତି ମିଳିତ ଉଦ୍ୟମରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବିଡ଼ିଓ ଜନ୍ମେଜୟ ସ୍ବାଇଁଙ୍କ ନେତୃତ୍ୱରେ ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ବିଷାକ୍ତ ଦ୍ରବ୍ୟ ବିରୋଧରେ ଗତ ୨୦ତାରିଖରେ ସଚେତନତା ଅଭିଯାନ ଆରମ୍ଭ ହୋଇଥିଲା। ୨୫ତାରିଖ ପର୍ଯ୍ୟନ୍ତ ବ୍ଲକର ୨୬ ଗ୍ରାମ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ପାଲା, ଘୁମରା, ନାଚଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା। ବୁଧବାର ଏହି କାର୍ଯ୍ୟକ୍ରମ ତୁର୍ଳାଖମାନ, ବୋରିଆ ଆଦି ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା। ଗରିବ ଲୋକମାନେ ଦୁଇ ପଇସା ରୋଜଗାର କରି ପରିବାର ପୋଷିବା ପରିବର୍ତ୍ତେ ମଦ ପଛରେ ଉଡାଉଛନ୍ତି। ଫଳରେ ପରିବାର ପ୍ରତିପୋଷଣରେ ସମସ୍ୟା ଦେଖା ଯାଉଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି କ୍ରମେ ଜିଲା ଅବକାରୀ ବିଭାଗ ନିର୍ଦ୍ଦେଶରେ କାର୍ଯ୍ୟକ୍ରମ କରାଯାଉଥିଲା। ଏଥିରେ କେସିଙ୍ଗା ଅବକାରୀ ବିଭାଗ ଉପନିରୀକ୍ଷକ ବିଶ୍ୱଜିତ ଆରୁକଙ୍କ ସମେତ ସମସ୍ତ କର୍ମଚାରୀ ସାମିଲ ଥିଲେ।

 

The post ବିଷାକ୍ତ ମାଦକ ଦ୍ରବ୍ୟଠାରୁ ଦୂରେଇ ରହିବା ନେଇ ସଚେତନ କଲା ଅବକାରୀ ବିଭାଗ appeared first on Dharitri Odia News.