ଦୁଇ ପଞ୍ଚାୟତ ସହ ୭୬ତମ ଗଣତନ୍ତ୍ର ଦିବସ ପାଳନ କଲେ ଆମପାଣି ମଣ୍ଡଳ ବିଜେପି କର୍ମକର୍ତ୍ତା।
କଳାହାଣ୍ଡି:୩୭/୦୧(ସନତ ପ୍ରଧାନୀ) ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ କୋକସରା ବ୍ଲକ ଡୁଡୁକାଠେଙ୍ଗା ଓ ମହିମା ପଞ୍ଚାୟତ ର ମିଳିତ ସମନ୍ୱୟ ରେ ଆମପାଣି ମଣ୍ଡଳ ବିଜେପି କର୍ମକର୍ତ୍ତା ଙ୍କ ସହ ଦରଲୀପଡା ଛକ ରେ ଏକ ଭବ୍ୟ ସମାବେଶରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନୂତନ ଭାବେ ଆମପାଣି ଯୋନ ବିଜେପି ମଣ୍ଡଳ ସଭାପତି ମଧୁବନ ପାତ୍ର ସମେତ ସମ୍ମାନିତ ଅତିଥି ଭାବେ ଡୁଡୁକାଠେଙ୍ଗା ସରପଞ୍ଚ […] The post ଦୁଇ ପଞ୍ଚାୟତ ସହ ୭୬ତମ ଗଣତନ୍ତ୍ର ଦିବସ ପାଳନ କଲେ ଆମପାଣି ମଣ୍ଡଳ ବିଜେପି କର୍ମକର୍ତ୍ତା। appeared first on Odisha.News.

କଳାହାଣ୍ଡି:୩୭/୦୧(ସନତ ପ୍ରଧାନୀ)
୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ କୋକସରା ବ୍ଲକ ଡୁଡୁକାଠେଙ୍ଗା ଓ ମହିମା ପଞ୍ଚାୟତ ର ମିଳିତ ସମନ୍ୱୟ ରେ ଆମପାଣି ମଣ୍ଡଳ ବିଜେପି କର୍ମକର୍ତ୍ତା ଙ୍କ ସହ ଦରଲୀପଡା ଛକ ରେ ଏକ ଭବ୍ୟ ସମାବେଶରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନୂତନ ଭାବେ ଆମପାଣି ଯୋନ ବିଜେପି ମଣ୍ଡଳ ସଭାପତି ମଧୁବନ ପାତ୍ର ସମେତ ସମ୍ମାନିତ ଅତିଥି ଭାବେ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ, ମହିମା ସରପଞ୍ଚ ଇଶରାମ କୋଳଥିଆ, ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକ, ଡୁଡୁକାଠେଙ୍ଗା ସମିତି ସଭ୍ୟା ପାର୍ବତୀ ବାଗ, ନାଏବ ସରପଞ୍ଚ ଖଗେଶ୍ବର ବାଣୁଆ,ମହିମା ନାଏବ ସରପଞ୍ଚ ସୁମତି ବାଗ, ଅଞ୍ଚଳର ବରିଷ୍ଠ ବିଜେପି ନେତା ବନମାଳୀ ବାଗ, ସମାଜ ସେବୀ ଖେତୁରାମ ପାତ୍ର, ଜିଲ୍ଲା ପ୍ରତିନିଧି ବିଜେପି ,ଅର୍ଜୁନ ଭାଟି, ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମନ ନାଏକ, ନକୁଳ ନାଏକ, ମକରନ୍ଦ ବାଗ,ସନାତନ ସୁନାନୀ, କୃଷ୍ଣ ଚନ୍ଦ୍ର ନାଏକ, ଶୁଶିଲ ସତନାମୀ, ଚୈତନ୍ୟ ମେହେର, ଦ୍ରୋଣାଚାର୍ଯ୍ୟ ପୁଝାରୀ, ଲକ୍ଷ୍ମଣ ନାଏକ, ନାରିନେତ୍ରୀ ବିଜେପି ଧରିତ୍ରୀ ବାଗ,ଯୁଗଳ କିଶୋର ବାଗ,ପ୍ରାଞଳୀ ପ୍ରଧାନ ଓ ୨ ପଞ୍ଚାୟତ ର ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ଉପରେ ନୃତ୍ୟ ଗୀତ ପରିବେଷଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
The post ଦୁଇ ପଞ୍ଚାୟତ ସହ ୭୬ତମ ଗଣତନ୍ତ୍ର ଦିବସ ପାଳନ କଲେ ଆମପାଣି ମଣ୍ଡଳ ବିଜେପି କର୍ମକର୍ତ୍ତା। appeared first on Odisha.News.