ଓଡ଼ିଶାବାସୀଙ୍କ ପାଇଁ ୫ଟି ଯୋଜନାରେ ଅନେକ ଗ୍ୟାରେଣ୍ଟି ଦେଲା କଂଗ୍ରେସ
ଭୁବନେଶ୍ବର ୨୩।୩: ଗ୍ୟାରେଣ୍ଟି କାର୍ଡକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ l ପ୍ରଦେଶ କଂଗ୍ରେସ ପକ୍ଷରୁ ମୁଖ୍ୟତଃ ୫ଟି ଯୋଜନା ମାଧ୍ୟମରେ ଅନେକ ଗ୍ୟାରେଣ୍ଟି ଓଡ଼ିଶାବାସୀଙ୍କ ପାଇଁ ଦେଇଛନ୍ତି l ଗୃହ ଜ୍ୟୋତି ଯୋଜନାରେ୧- ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼ ଯୁବ ବିକାସ ଯୋଜନାରେ୧- ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା୨- ମାସକୁ ବେକାରୀ ଭତ୍ତା ୩ ହଜାର ହଜାର ଟଙ୍କାକୃଷକ ବନ୍ଧୁ ଯୋଜନାରେ୧- ଚାଷୀଙ୍କୁ ବୋନସ ସହ ଧାନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୩ ହଜାର ଟଙ୍କା କରିବ କଂଗ୍ରେସ୨- କୃଷି ଋଣ ଛାଡ୩- କୃଷକଙ୍କ ପାଇଁ ମାସିକ ପେନସନ ୨ ହଜାର ଟଙ୍କାଗୃହଲକ୍ଷ୍ମୀ ଯୋଜନାରେ୧- ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼୨- ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ୨ହଜାର ଟଙ୍କା ଭତ୍ତା ଓ ଦଳିତ ମହିଳାଙ୍କୁ ୩ ହଜାର ଭତ୍ତା ୩- ପ୍ରତି ପରିବାରକୁ ମାସକୁ ୫ ଶହ ଟଙ୍କାରେ ସିଲିଣ୍ଡରଜନକଲ୍ୟାଣ ଯୋଜନାରେ୧- ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ମାଧ୍ୟମରେ ମାଗଣା ଚିକିତ୍ସା ବ୍ୟବସ୍ଥା୨- ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସକୁ ୨ ହଜାର ଟଙ୍କା୩- ଚିଟ୍ଫଣ୍ଡ ଜମାକାରୀ ମାନଙ୍କୁ ୬ ମାସର ଟଙ୍କା ଫେରସ୍ତ୪- ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ୫- ଆଦିବାସୀ
ଭୁବନେଶ୍ବର ୨୩।୩: ଗ୍ୟାରେଣ୍ଟି କାର୍ଡକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ l ପ୍ରଦେଶ କଂଗ୍ରେସ ପକ୍ଷରୁ ମୁଖ୍ୟତଃ ୫ଟି ଯୋଜନା ମାଧ୍ୟମରେ ଅନେକ ଗ୍ୟାରେଣ୍ଟି ଓଡ଼ିଶାବାସୀଙ୍କ ପାଇଁ ଦେଇଛନ୍ତି l
ଗୃହ ଜ୍ୟୋତି ଯୋଜନାରେ
୧- ପ୍ରତ୍ୟେକ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼
ଯୁବ ବିକାସ ଯୋଜନାରେ
୧- ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା
୨- ମାସକୁ ବେକାରୀ ଭତ୍ତା ୩ ହଜାର ହଜାର ଟଙ୍କା
କୃଷକ ବନ୍ଧୁ ଯୋଜନାରେ
୧- ଚାଷୀଙ୍କୁ ବୋନସ ସହ ଧାନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୩ ହଜାର ଟଙ୍କା କରିବ କଂଗ୍ରେସ
୨- କୃଷି ଋଣ ଛାଡ
୩- କୃଷକଙ୍କ ପାଇଁ ମାସିକ ପେନସନ ୨ ହଜାର ଟଙ୍କା
ଗୃହଲକ୍ଷ୍ମୀ ଯୋଜନାରେ
୧- ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼
୨- ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ୨ହଜାର ଟଙ୍କା ଭତ୍ତା ଓ ଦଳିତ ମହିଳାଙ୍କୁ ୩ ହଜାର ଭତ୍ତା
୩- ପ୍ରତି ପରିବାରକୁ ମାସକୁ ୫ ଶହ ଟଙ୍କାରେ ସିଲିଣ୍ଡର
ଜନକଲ୍ୟାଣ ଯୋଜନାରେ
୧- ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ମାଧ୍ୟମରେ ମାଗଣା ଚିକିତ୍ସା ବ୍ୟବସ୍ଥା
୨- ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସକୁ ୨ ହଜାର ଟଙ୍କା
୩- ଚିଟ୍ଫଣ୍ଡ ଜମାକାରୀ ମାନଙ୍କୁ ୬ ମାସର ଟଙ୍କା ଫେରସ୍ତ
୪- ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ
୫- ଆଦିବାସୀ ମାନଙ୍କୁ ଜମି ଉପରେ ସଂପୂର୍ଣ୍ଣ ଅଧିକାର
୬- ଶହେ ଦିନ ମଧ୍ୟରେ ପେସା ଆଇନ କଡ଼ାକଡ଼ି
ଓଡିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦେବା ପାଇଁ ଉଭୟ ବିଜେଡି ଓ ବିଜେପିର ସମନ୍ୱୟରେ ସଂଯୁକ୍ତ ଇସ୍ତାହାର ମଧ୍ୟ ଥିଲା ତାହାକୁ ମଧ୍ୟ କେନ୍ଦ୍ର ସରକାର ଶୁଣିଲେ ନାହିଁ l ତେଣୁ ଏଠାରେ ୨୪ ବର୍ଷର ବିଜେଡି ସରକାର ଓ ୯ ବର୍ଷର ବିଜେଡି ଓ ବିଜେପି ମିଳିତ ସରକାର ଏଠାରେ କେବଳ ମିଥ୍ୟା ପ୍ରତିଶୃତି ଦେଇ ଜାଣନ୍ତି l
ଏଠାରେ ଲୋକଙ୍କ ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ l ୨୪ ନିର୍ବାଚନ ପାଇଁ ଆମର ଏକମାତ୍ର ନାରା ବିଜେଡି-ବିଜେପି ଯେଉଁଠି ଦୁର୍ନୀତି ଓ ଭ୍ରଷ୍ଟାଚାର ସେଇଠି l
ଶୁକ୍ରବାର ବିଜେଡି ଓ ବିଜେପି ସୋସିଆଲ ମିଡିଆ ମାଧ୍ୟମରେ ଏକା ଲଢିବା ନେଇ କହିଛନ୍ତି l ବାସ୍ତବରେ ମେଣ୍ଟ ନ ହେଲେ ମଧ୍ୟ ଏହା ଏକ ଅଘୋଷିତ ମେଣ୍ଟ l ବର୍ତ୍ତମାନ ସବୁ ସ୍ଥାନରେ ତ୍ରିମୁଖି ଅଥବା ଚତୁର୍ମୁଖି ନିର୍ବାଚନ ହେବ l ଅଘୋଷିତ ମେଣ୍ଟ ଯୋଗୁଁ କିଛି ସ୍ଥାନରେ ବିଜେଡି ଓ ବିଜେପି ଉଭୟ ଦଳ ଦୁର୍ବଳ ପ୍ରାର୍ଥୀ ଦେବେ ଏହାଦ୍ବାରା କଂଗ୍ରେସ ହିଁ ଲାଭବାନ ହେବ l ଚତୁର୍ମୁଖି ନିର୍ବାଚନରେ କଂଗ୍ରେସ ହିଁ ସରକାର କରିବ l
You Can Read :