ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!
ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ ଡେଟ୍ କରୁଥିଲେ। କିଛିଦିନ ତଳେ ସେମାନଙ୍କର ବିବାହ ନେଇ ଖବର ଶୁଣିବାକୁ ମିଳିଥିଲା। ହେଲେ ଅଭିନେତ୍ରୀ ଏହାକୁ ମିଥ୍ୟା ବୋଲି କହିଥିଲେ। ଏସବୁ ମଧ୍ୟରେ ଉଭୟଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଶାନ୍ତନୁ-ଶ୍ରୁତିଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ। ଦୁହେଁ କିଛି ମାସ ଧରି ଅଲଗା […] The post ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ! appeared first on Dharitri Odia News.
ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ ଡେଟ୍ କରୁଥିଲେ। କିଛିଦିନ ତଳେ ସେମାନଙ୍କର ବିବାହ ନେଇ ଖବର ଶୁଣିବାକୁ ମିଳିଥିଲା। ହେଲେ ଅଭିନେତ୍ରୀ ଏହାକୁ ମିଥ୍ୟା ବୋଲି କହିଥିଲେ। ଏସବୁ ମଧ୍ୟରେ ଉଭୟଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।
ରିପୋର୍ଟ ମୁତାବକ, ଶାନ୍ତନୁ-ଶ୍ରୁତିଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ। ଦୁହେଁ କିଛି ମାସ ଧରି ଅଲଗା ରହୁଛନ୍ତି। କେବଳ ଏତିକି ନୁହେଁ ସୋସିଆଲ ମିଡିଆରେ ଦୁହେଁ ଦୁହିଁଙ୍କୁ ଅନ୍ଫଲୋ କରିଛନ୍ତି। ଏହାଛଡ଼ା ଶ୍ରୁତି ଉଭୟଙ୍କ ରୋମାଣ୍ଟିକ୍ ଫଟୋକୁ ଇନଷ୍ଟାଗ୍ରାମରୁ ହଟାଇ ଦେଇଛନ୍ତି। ଏଣୁ ଦୁହିଁଙ୍କ ବ୍ରେକ୍ଅପ୍ ହୋଇଥିବା କୁହାଯାଉଛି।
The post ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ! appeared first on Dharitri Odia News.