ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା ପାଇଁ ବେଶ୍‌ ଗୁରୁତ୍ୱ ବହନ କରିଛି। ଏହି ବଜେଟରେ ସମାଜର ୪ଟି ବର୍ଗଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି। ସେଗୁଡ଼ିକ ହେଉଛି ଗରିବ, ମହିଳା, ଯୁବକ, କୃଷକ। ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ’କୁ ଆଧାରକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ବଜେଟ ଉପସ୍ଥାପନ […] The post ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର appeared first on Dharitri Odia News.

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା ପାଇଁ ବେଶ୍‌ ଗୁରୁତ୍ୱ ବହନ କରିଛି। ଏହି ବଜେଟରେ ସମାଜର ୪ଟି ବର୍ଗଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି। ସେଗୁଡ଼ିକ ହେଉଛି ଗରିବ, ମହିଳା, ଯୁବକ, କୃଷକ। ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ’କୁ ଆଧାରକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ବଜେଟ ଉପସ୍ଥାପନ କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ବଜେଟ ବ୍ୟବସ୍ଥା କରାଯାଇଛି। ୨୪ ବର୍ଷର ବିଜେଡି ସରକାର ଯେଉଁ ବଜେଟ ପ୍ରସ୍ତୁତ କରୁଥିଲା, ସେଥିରୁ ଚଳିତ ବର୍ଷ ବଜେଟ ୧୫% ବଢ଼ିଛି। ଆମ ସରକାର ସମ୍ବଳର ସୁବିନିଯୋଗ କରି ରାଜ୍ୟର ଜନସାଧାରଣଙ୍କ କଲ୍ୟାଣ, ସମୃଦ୍ଧି ଓ ବିକାଶ ସହ ବିକଶିତ ଓଡ଼ିଶା ନିମନ୍ତେ ଏହି ସମତୁଲ ବଜେଟ କରିଛି। ଭାଜପା ସରକାର ହେଉଛି ଲୋକଙ୍କ ସରକାର, ଏଣୁ ଏହି ବଜେଟ ହେଉଛି ଲୋକଙ୍କ ବଜେଟ। ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ବୋଲି ପୂର୍ବତନ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଖବରଦାତା ସମ୍ମିଳନୀକରି ସମୀର କହିଛନ୍ତି, ଓଡ଼ିଶାର ୬୫% ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ନିର୍ବାଚନ ପ୍ରତିଶ୍ରୁତି ପାଳନକରି ଆମ ସରକାର ଧାନ କୁଇଣ୍ଟାଲ ୩୧ଶହ ଟଙ୍କାକୁ ବୃଦ୍ଧି କରିଛି। କୃଷକଙ୍କୁ ବିହନଠାରୁ ବଜାର ପର୍ଯ୍ୟନ୍ତ ସଶକ୍ତ କରିବା ସହ ଜଳସେଚନ, ମଣ୍ଡିର ବ୍ୟବସ୍ଥା, କୃଷି ଯନ୍ତ୍ରପାତି, ଉପକରଣ ଏବଂ ଡିଜେଲ ପମ୍ପସେଟ୍‌ ଇତ୍ୟାଦି ଉପରେ ବଜେଟରେ ଗୁରୁତ୍ୱ ଦିଆଯାଇଛି। ରେଳପଥ କ୍ଷେତ୍ରରେ ଓଡ଼ିଶା ପାଇଁ ବଜେଟର ପରିମାଣ ୧୦ ହଜାର ୫୮୬ କୋଟି ଟଙ୍କାରେ ପହଞ୍ଚିଛି। କେନ୍ଦ୍ର ଓ ରାଜ୍ୟ ବଜେଟ ଓଡ଼ିଶାର ଲୋକଙ୍କୁ ଆଶ୍ୱସ୍ତି ଦେଇଛି ବୋଲି ସମୀର କହିଛନ୍ତି।

The post ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର appeared first on Dharitri Odia News.