ୟୁପିଆଇ ଆଇଡିରେ ଲକ୍ଷାଧିକ ଟଙ୍କା ଫ୍ରଡ ଅଭିଯୋଗ: ଦାରିଙ୍ଗବାଡିର ଯୁବକଙ୍କୁ ଉଠାଇନେଲା ପଶ୍ଚିମବଙ୍ଗ ପୋଲିସ
ଦାରିଙ୍ଗବାଡି, ୧୩।୩ (ଅରୁଣ ସାହୁ ): ୟୁପିଆଇ ଆଇଡିରେ ଲକ୍ଷାଧିକ ଫ୍ରଡ କରି ଟଙ୍କା ନେଇଥିବା ଅଭିଯୋଗରେ ଗୁରୁବାର ପଶ୍ଚିମବଙ୍ଗର ଚନ୍ଦନପୁର ସାଇବର କ୍ରାଇମ ପୋଲିସ ଦାରିଙ୍ଗବାଡିର ଜଣେ ଜୈନିକ ଯୁବକଙ୍କୁ ରାତି ଅଧିଆ ଉଠାଇନେଇଛି। ପ୍ରକାଶ ଯେ, ପଶ୍ଚିମବଙ୍ଗର ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ୨୩ ଲକ୍ଷ ଟଙ୍କା ଫ୍ରଡ ହୋଇଛି ଓ ଯେଉଁ ଆକାଉଣ୍ଟକୁ ସେ ଏହି ଟଙ୍କା ପ୍ରଦାନ କରିଥିଲେ ସେ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ସାଇବର କ୍ରାଇମ […] The post ୟୁପିଆଇ ଆଇଡିରେ ଲକ୍ଷାଧିକ ଟଙ୍କା ଫ୍ରଡ ଅଭିଯୋଗ: ଦାରିଙ୍ଗବାଡିର ଯୁବକଙ୍କୁ ଉଠାଇନେଲା ପଶ୍ଚିମବଙ୍ଗ ପୋଲିସ appeared first on Dharitri Odia News.
ଦାରିଙ୍ଗବାଡି, ୧୩।୩ (ଅରୁଣ ସାହୁ ): ୟୁପିଆଇ ଆଇଡିରେ ଲକ୍ଷାଧିକ ଫ୍ରଡ କରି ଟଙ୍କା ନେଇଥିବା ଅଭିଯୋଗରେ ଗୁରୁବାର ପଶ୍ଚିମବଙ୍ଗର ଚନ୍ଦନପୁର ସାଇବର କ୍ରାଇମ ପୋଲିସ ଦାରିଙ୍ଗବାଡିର ଜଣେ ଜୈନିକ ଯୁବକଙ୍କୁ ରାତି ଅଧିଆ ଉଠାଇନେଇଛି।
ପ୍ରକାଶ ଯେ, ପଶ୍ଚିମବଙ୍ଗର ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ୨୩ ଲକ୍ଷ ଟଙ୍କା ଫ୍ରଡ ହୋଇଛି ଓ ଯେଉଁ ଆକାଉଣ୍ଟକୁ ସେ ଏହି ଟଙ୍କା ପ୍ରଦାନ କରିଥିଲେ ସେ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ସାଇବର କ୍ରାଇମ ଥାନାରେ ମାମଲା ନଂ (୧୫ /୨୪ )ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା । ତେବେ ଉକ୍ତ ଆକାଉଣ୍ଟକୁ ଆସିଥିବା ବ୍ୟକ୍ତି ଦାରିଙ୍ଗବାଡି ଲଷ୍ମୀବାଜାରର ଜଣେ ଯୁବକର ଆକାଉଣ୍ଟ ବୋଲି ସେଠାକାର ପୋଲିସ ଜାଣିବା ପରେ ବୁଧବାର ପଶ୍ଚିମବଙ୍ଗର ଉକ୍ତ ଥାନାର ସବଇନ୍ସପେକ୍ଟର ଜୟଦୀପ ମଣ୍ଡଳ ସଦଳବଳ ଆସି ଦାରିଙ୍ଗବାଡି ପୋଲିସର ସହାୟତରେ ବୁଧବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଯୁବକଙ୍କୁ ଉଠାଇନେଇଥିଲା। ଗୁରୁବାର ସନ୍ଧ୍ୟାରେ ଦାରିଙ୍ଗବାଡି ପ୍ରଥମଶ୍ରେଣୀ ବିଚାରବିଭାଗରେ ହାଜର କରାଯାଇ ଅଭିଯୁକ୍ତ ଯୁବକଙ୍କୁ ୩ ଦିନିଆ ରିମାଣ୍ଡରେ ପଶ୍ଚିମବଙ୍ଗ ନେଇଥିବା ଜଣାପଡିଛି।
The post ୟୁପିଆଇ ଆଇଡିରେ ଲକ୍ଷାଧିକ ଟଙ୍କା ଫ୍ରଡ ଅଭିଯୋଗ: ଦାରିଙ୍ଗବାଡିର ଯୁବକଙ୍କୁ ଉଠାଇନେଲା ପଶ୍ଚିମବଙ୍ଗ ପୋଲିସ appeared first on Dharitri Odia News.