ରାହୁଲଙ୍କ ‘ମିସ୍ ଇଣ୍ଡିଆ’ ବୟାନ, ‘ବାଳକ ବୁଦ୍ଧି’ କହି କଟାକ୍ଷ କଲେ କିରଣ
ନୂଆଦିଲ୍ଲୀ ୨୫/୮: ମିସ୍ ଇଣ୍ଡିଆ କି ଗଣମାଧ୍ୟମର ଟପ୍ ଆଙ୍କର ତାଲିକାରେ ନାହାନ୍ତି ଦଳିତ,ଆଦିବାସୀ କି ଓବିସି ବର୍ଗର ମହିଳା । ସାଂସଦ ରାହୁଲ ଗାନ୍ଧିଙ୍କ ଏପରି ବୟାନ ଉପରେ କଟାକ୍ଷ କରି କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଏହା ରାହୁଲଙ୍କ ବାଳକ ବୁଦ୍ଧି । ଜାତିଗତ ଜନଗଣନା ଦାବିରେ ଉତ୍ତରପ୍ରଦେଶ ପ୍ରୟାଗରାଜରେ ସମ୍ବିଧାନ ସମ୍ମାନ ସମ୍ମିଳନୀ ଆୟୋଜନ ହୋଇଥିଲା ।କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ କହିଥିଲେ ୯୦ ପ୍ରତିଶତ ଲୋକ (SC,ST,OBC)ଙ୍କ ବିନା ଭାରତ ଭଲ ପ୍ରଦର୍ଶନ କରିପାରିବନି । ମିସ୍ ଇଣ୍ଡିଆ ତାଲିକା ଯାଞ୍ଚ କରିସାରିଛି । ସେଠି କୌଣସି ଦଳିତ,ଆଦିବାସୀ କି ଓବିସି ମହିଳା ନାହାନ୍ତି । ମିଡିଆର ଟପ୍ ଆଙ୍କର ମଧ୍ୟ ୯୦ ପ୍ରତିଶତ ସଂପ୍ରଦାୟରୁ ଆସୁନାହାନ୍ତି । ବଲିଉଡ ଓ କ୍ରିକେଟରେ ମଧ୍ୟ ସମାନ ଅବସ୍ଥା ବୋଲି କହିଛନ୍ତି ରାହୁଲ । ରାହୁଲ ଗାନ୍ଧିଙ୍କ ଏପରି ମନ୍ତବ୍ୟର କଡା ସମାଲୋଚନା କରିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ତଥା ଅରୁଣାଚଳ ପ୍ରଦେଶ ସାଂସଦ କିରଣ ରିଜିଜୁ । କହିଛନ୍ତି ରାହୁଲ ଫ୍ୟାକ୍ଟ ଚେକ୍ କରିବା ଦରକାର । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦେଶର ପ୍ରଥମ ରାଷ୍ଟ୍ରପତି ଯିଏ ଆଦିବାସୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ OBC ବର୍ଗର । ଏମିତି ଅନେକ କ୍ୟାବିନେଟ୍ ମନ୍ତ୍ରୀ ଆସିଛନ୍ତି ଯେଉଁମାନେ ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟରୁ ଆସିଛନ୍ତି ।
ନୂଆଦିଲ୍ଲୀ ୨୫/୮: ମିସ୍ ଇଣ୍ଡିଆ କି ଗଣମାଧ୍ୟମର ଟପ୍ ଆଙ୍କର ତାଲିକାରେ ନାହାନ୍ତି ଦଳିତ,ଆଦିବାସୀ କି ଓବିସି ବର୍ଗର ମହିଳା । ସାଂସଦ ରାହୁଲ ଗାନ୍ଧିଙ୍କ ଏପରି ବୟାନ ଉପରେ କଟାକ୍ଷ କରି କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଏହା ରାହୁଲଙ୍କ ବାଳକ ବୁଦ୍ଧି । ଜାତିଗତ ଜନଗଣନା ଦାବିରେ ଉତ୍ତରପ୍ରଦେଶ ପ୍ରୟାଗରାଜରେ ସମ୍ବିଧାନ ସମ୍ମାନ ସମ୍ମିଳନୀ ଆୟୋଜନ ହୋଇଥିଲା ।
କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ କହିଥିଲେ ୯୦ ପ୍ରତିଶତ ଲୋକ (SC,ST,OBC)ଙ୍କ ବିନା ଭାରତ ଭଲ ପ୍ରଦର୍ଶନ କରିପାରିବନି । ମିସ୍ ଇଣ୍ଡିଆ ତାଲିକା ଯାଞ୍ଚ କରିସାରିଛି । ସେଠି କୌଣସି ଦଳିତ,ଆଦିବାସୀ କି ଓବିସି ମହିଳା ନାହାନ୍ତି । ମିଡିଆର ଟପ୍ ଆଙ୍କର ମଧ୍ୟ ୯୦ ପ୍ରତିଶତ ସଂପ୍ରଦାୟରୁ ଆସୁନାହାନ୍ତି । ବଲିଉଡ ଓ କ୍ରିକେଟରେ ମଧ୍ୟ ସମାନ ଅବସ୍ଥା ବୋଲି କହିଛନ୍ତି ରାହୁଲ ।
ରାହୁଲ ଗାନ୍ଧିଙ୍କ ଏପରି ମନ୍ତବ୍ୟର କଡା ସମାଲୋଚନା କରିଛନ୍ତି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ତଥା ଅରୁଣାଚଳ ପ୍ରଦେଶ ସାଂସଦ କିରଣ ରିଜିଜୁ । କହିଛନ୍ତି ରାହୁଲ ଫ୍ୟାକ୍ଟ ଚେକ୍ କରିବା ଦରକାର । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଦେଶର ପ୍ରଥମ ରାଷ୍ଟ୍ରପତି ଯିଏ ଆଦିବାସୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ OBC ବର୍ଗର । ଏମିତି ଅନେକ କ୍ୟାବିନେଟ୍ ମନ୍ତ୍ରୀ ଆସିଛନ୍ତି ଯେଉଁମାନେ ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟରୁ ଆସିଛନ୍ତି ।