ଗାଁରେ ବ୍ୟାପିଲା ଝାଡ଼ାବାନ୍ତି, ଶହେରୁ ଉର୍ଦ୍ଧ୍ବ ଆକ୍ରାନ୍ତ ମେଡ଼ିକାଲରେ ଭର୍ତ୍ତି
କୋଣାର୍କ ୧୨।୧୦: ପୁରୀ ଜିଲ୍ଲା ଗୋପ ବ୍ଲକ ଶୋରୋଭା ପଞ୍ଚାୟତ ଓଟାଙ୍ଗ ଗ୍ରାମରେ ଝାଡ଼ାବାନ୍ତି ଆତଙ୍କ । ୧୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତେ ଭୟଭୀତ । ସମସ୍ତ ଆକ୍ରାନ୍ତ ଗୋପ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ ଡାଇରିଆ ଖବର ପାଇ ଗୋପ ମେଡିକାଲ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗ୍ରାମରେ ପହଞ୍ଚି ଅଧିକ ଅନୁଧ୍ୟାନ କରିବା ସହିତ ସାମାନ୍ୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରଖିଛି ।ଗ୍ରାମରେ ମହାଷ୍ଟମୀ ପୂଜା ରହିଥିବା ବେଳେ ଗ୍ରାମର ଏକ ସ୍ବତନ୍ତ୍ର ରୋଷେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ଖାଦ୍ୟ ଖାଇ ଏହିଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି ।You Can Read:ସାଲେପୁରରେ ବ୍ରହ୍ମାକୁମାରୀ ଭାଇ-ଭଉଣୀ ପାଳିଲେ ନିଆରା ଦଶହରା, ଦେବା-ଦେବୀ ଓ ମହିଷାସୁର ବେଶରେ କଲେ ଦୃଷ୍ଟି ଆକର୍ଷଣ
କୋଣାର୍କ ୧୨।୧୦: ପୁରୀ ଜିଲ୍ଲା ଗୋପ ବ୍ଲକ ଶୋରୋଭା ପଞ୍ଚାୟତ ଓଟାଙ୍ଗ ଗ୍ରାମରେ ଝାଡ଼ାବାନ୍ତି ଆତଙ୍କ । ୧୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତେ ଭୟଭୀତ । ସମସ୍ତ ଆକ୍ରାନ୍ତ ଗୋପ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଅନେକଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ ଡାଇରିଆ ଖବର ପାଇ ଗୋପ ମେଡିକାଲ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗ୍ରାମରେ ପହଞ୍ଚି ଅଧିକ ଅନୁଧ୍ୟାନ କରିବା ସହିତ ସାମାନ୍ୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରଖିଛି ।
ଗ୍ରାମରେ ମହାଷ୍ଟମୀ ପୂଜା ରହିଥିବା ବେଳେ ଗ୍ରାମର ଏକ ସ୍ବତନ୍ତ୍ର ରୋଷେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ଖାଦ୍ୟ ଖାଇ ଏହିଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି ।
You Can Read:
ସାଲେପୁରରେ ବ୍ରହ୍ମାକୁମାରୀ ଭାଇ-ଭଉଣୀ ପାଳିଲେ ନିଆରା ଦଶହରା, ଦେବା-ଦେବୀ ଓ ମହିଷାସୁର ବେଶରେ କଲେ ଦୃଷ୍ଟି ଆକର୍ଷଣ