ଭୂକମ୍ପରେ ଥରିଲା ଉତ୍ତର ଭାରତ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୧ ରେକର୍ଡ

ନୂଆଦିଲ୍ଲୀ ୧୦।୦୭; ରାଜଧାନୀ ଦିଲ୍ଲୀରେ ଆଉ ଥରେ ଭୂମିକମ୍ପ। ଦିଲ୍ଲୀ-ଏନ୍‌ସିଆରରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସକାଳ ୯.୦୪ରେ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ବି ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହି ଭୂମିକମ୍ପର ତୀବ୍ରତା ୪.୧ ଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଝାଜ୍ଜର ଥିଲା। ଭୂମିକମ୍ପ ଅନୁଭବ କରିବା ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ।An earthquake with a magnitude of 4.4 on the Richter Scale hit Jhajjar, Haryana today at 9:04 am IST. Strong tremors felt in Delhi-NCR.(Pic: National Center for Seismology (NCS) pic.twitter.com/wR3es0JJWh— ANI (@ANI) July 10, 2025ଭୂମିକମ୍ପ ସମୟରେ କିଛି ସମୟ ପାଇଁ ମେଟ୍ରୋ ବନ୍ଦ ହୋଇଯାଇଥିଲା। ଏବେ ପୁଣି ମେଟ୍ରୋ ସ୍ୱାଭାବିକ ହୋଇଛି। ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ପଙ୍ଖା ଏବଂ ଘରକରଣା ଜିନିଷପତ୍ର ଥରିବାକୁ ଲାଗିଲା ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ନୋଏଡା ଏବଂ ଗୁରୁଗ୍ରାମର କାର୍ଯ୍ୟାଳୟ ଗୁଡ଼ିକରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଯେଉଁଠାରେ କମ୍ପ୍ୟୁଟର ସିଷ୍ଟମ ଥରି ଉଠିଥିଲା ଏବଂ କର୍ମଚାରୀମାନେ ମଧ୍ୟ ଭୂମିକମ୍ପ ଅନୁଭବ କରିଥିଲେ। ୟୁପିର ମେରଠ ଓ ବୁଲନ୍ଦସହରରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହା ବ୍ୟତୀତ ବାଗପତ ଏବଂ ବାରୌତରେ ମଧ୍ୟ ଭୂମିକମ୍ପର

ଭୂକମ୍ପରେ ଥରିଲା ଉତ୍ତର ଭାରତ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୧ ରେକର୍ଡ

ନୂଆଦିଲ୍ଲୀ ୧୦।୦୭; ରାଜଧାନୀ ଦିଲ୍ଲୀରେ ଆଉ ଥରେ ଭୂମିକମ୍ପ। ଦିଲ୍ଲୀ-ଏନ୍‌ସିଆରରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସକାଳ ୯.୦୪ରେ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତରେ ବି ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହି ଭୂମିକମ୍ପର ତୀବ୍ରତା ୪.୧ ଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ଝାଜ୍ଜର ଥିଲା। ଭୂମିକମ୍ପ ଅନୁଭବ କରିବା ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ।

ଭୂମିକମ୍ପ ସମୟରେ କିଛି ସମୟ ପାଇଁ ମେଟ୍ରୋ ବନ୍ଦ ହୋଇଯାଇଥିଲା। ଏବେ ପୁଣି ମେଟ୍ରୋ ସ୍ୱାଭାବିକ ହୋଇଛି। ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ପଙ୍ଖା ଏବଂ ଘରକରଣା ଜିନିଷପତ୍ର ଥରିବାକୁ ଲାଗିଲା ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ନୋଏଡା ଏବଂ ଗୁରୁଗ୍ରାମର କାର୍ଯ୍ୟାଳୟ ଗୁଡ଼ିକରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଯେଉଁଠାରେ କମ୍ପ୍ୟୁଟର ସିଷ୍ଟମ ଥରି ଉଠିଥିଲା ଏବଂ କର୍ମଚାରୀମାନେ ମଧ୍ୟ ଭୂମିକମ୍ପ ଅନୁଭବ କରିଥିଲେ। ୟୁପିର ମେରଠ ଓ ବୁଲନ୍ଦସହରରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହା ବ୍ୟତୀତ ବାଗପତ ଏବଂ ବାରୌତରେ ମଧ୍ୟ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିଲା।

କହିବାକୁ ଗଲେ ପୂର୍ବରୁ ୧୨ ମେ ରେ ୟୁପି ଏବଂ ବିହାରର ଅନେକ ସହରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ସେହି ସମୟ ମଧ୍ୟରେ ଲୋକମାନେ ସୋସିଆଲ ମିଡିଆରେ ସେମାନଙ୍କର ଅଭିଜ୍ଞତା ବାଣ୍ଟିଥିଲେ। କେତେକ କହିଥିଲେ ଯେ ଏହା ଏକ ମୃଦୁ ଭୂମିକମ୍ପ ଥିଲା। ହେଲେ ଆଉ କିଛି ଜଣ ଏହାକୁ ଶକ୍ତିଶାଳୀ କହିଥିଲେ।

ଦିଲ୍ଲୀରେ ଭୂମିକମ୍ପର ବିପଦ କାହିଁକି ଅଧିକ?

ଦିଲ୍ଲୀ ସେହି ଅଞ୍ଚଳଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ ଯେଉଁଠାରେ ଭୂମିକମ୍ପର ବିପଦ ବହୁତ ଅଧିକ। ଭୂମିକମ୍ପର ତୀବ୍ରତା ଆଧାରରେ ଭାରତରେ ଚାରୋଟି ଭୂକମ୍ପୀୟ କ୍ଷେତ୍ର ଅଛି। ଯେହେତୁ ଦିଲ୍ଲୀ ନୈନିତାଲ, ଉତ୍ତରାଖଣ୍ଡର ରୁରକି, ବିହାରର ପାଟନା, ବୁଲନ୍ଦସହର, ଉତ୍ତର ପ୍ରଦେଶର ଗୋରଖପୁର, ସିକିମର ଗ୍ୟାଙ୍ଗଟକ୍, ପଞ୍ଜାବର ଅମୃତସର ପରି ଭୂକମ୍ପୀୟ କ୍ଷେତ୍ର IV ରେ ପଡ଼ିଥାଏ। ତେଣୁ ଏଠାରେ ବିପଦ ଅଧିକ ରହିଛି। ଯଦି ଦିଲ୍ଲୀରେ ଏକ ଶକ୍ତିଶାଳୀ ଭୂମିକମ୍ପ ଆଘାତ କରେ, ତେବେ ଏହାର ତୀବ୍ରତା ୬ ରୁ ୬.୯ ହୋଇପାରେ।