ଭିନେଶ ଫୋଗାଟଙ୍କୁ ମିଳିବ ରୌପ୍ୟ ପଦକ ? CASଙ୍କ ରାୟ ଉପରେ ସମସ୍ତ ନଜର

ନୂଆଦିଲ୍ଲୀ:  ଭାଙ୍ଗିଲା ସ୍ବର୍ଣ୍ଣ ପଦକ ସ୍ବପ୍ନ । କୁସ୍ତିରୁ ସନ୍ନ୍ୟାସ ନେଲେ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍ । ପ୍ୟାରିସ୍ ଅଲିମ୍ପିକ୍ସ ଫାଇନାଲରୁ ଡିସକ୍ବାଲିଫାଏ ହେବା ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ୫୦ କିଲୋ କୁସ୍ତି ବର୍ଗରେ ଫାଇନାଲରେ ପହଞ୍ଚିବା ପରେ ସେ ବାଦ୍ ପଡ଼ିଛନ୍ତି । ମ୍ୟାଚ୍ ପୂର୍ବରୁ ମେଡିକାଲ ଟେଷ୍ଟରେ ତାଙ୍କ ଓଜନ ଶହେ ଗ୍ରାମ୍ ବଢ଼ିଯାଇଥିଲା । ଫଳରେ ଅଲିମ୍ପିକ୍ସ କମିଟି ତାଙ୍କୁ ଅଯୋଗ୍ୟ ଘୋଷଣା କରିଛି । ହେଲେ ଅଲିମ୍ପିକ୍ସରେ ଭିନେଶଙ୍କୁ ରୌପ୍ୟ ପଦକ ମିଳିବା ଆଶା ଏବେବି ଜୀବିତ ରହିଛି । ତେବେ ତାଙ୍କୁ ମେଡାଲ ମିଳିବ କି ନାହିଁ, ଆଜି ନିଷ୍ପତ୍ତି ନିଆଯିବ । CAS କୋର୍ଟ ଆଜି ନିଷ୍ପତ୍ତି ଶୁଣାଇବେ । Also Read: ହସ୍ପିଟାଲ୍ ବେଡ୍‌ରେ ଭିନେଶ ଫୋଗାଟ, ଅଯୋଗ୍ୟ ଘୋଷଣା ହେବା ପରେ ସାମନାକୁ ଆସିଲା ପ୍ରଥମ ଫଟୋଭିନେଶ ଫୋଗାଟ୍ ପ୍ୟାରିସ୍ ଅଲିମ୍ପିକ୍ସ ଫାଇନାଲରୁ ଅଯୋଗ୍ୟ ଘୋଷିତ ହେବା ପରେ ଏହାକୁ ନେଇ କୋର୍ଟ ଅଫ୍ ଆର୍ବିଟେସନ ଫର୍ ସ୍ପୋର୍ଟରେ ଅଫିଲ୍ କରିଥିଲେ । ଡିସକ୍ବାଲିଫାଏ ବିରୋଧରେ ସେ CAS କୋର୍ଟରେ ଆବେଦନ କରିଥିଲେ । ତାଙ୍କୁ ସଂଞ୍ଜୁକ୍ତ ରୌପ୍ୟ ପଦକ ଦେବାକୁ ଅପିଲ୍ କରିବା ସହିତ ଫାଇନାଲରେ ଖେଳିବାକୁ ଅନୁମତି ମାଗିଥିଲେ, ଯାହାକୁ କୋର୍ଟ ଖାରଜ୍ କରିଦେଇଛନ୍ତି ।   ବିନେଶଙ୍କୁ ସିଲଭର ମେଡାଲ ମିଳିବା ଆବେଦନର ନିଷ୍ପତ୍ତି ଆଜି ନିଆଯିବ । CAS ନିଜ ଅନ୍ତିମ ରାୟ ଶୁଣାଇବାକୁ ସମୟ ନେଇଥିଲେ । ଗୁର

ଭିନେଶ ଫୋଗାଟଙ୍କୁ ମିଳିବ ରୌପ୍ୟ ପଦକ ? CASଙ୍କ ରାୟ ଉପରେ ସମସ୍ତ ନଜର

ନୂଆଦିଲ୍ଲୀ:  ଭାଙ୍ଗିଲା ସ୍ବର୍ଣ୍ଣ ପଦକ ସ୍ବପ୍ନ । କୁସ୍ତିରୁ ସନ୍ନ୍ୟାସ ନେଲେ କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ୍ । ପ୍ୟାରିସ୍ ଅଲିମ୍ପିକ୍ସ ଫାଇନାଲରୁ ଡିସକ୍ବାଲିଫାଏ ହେବା ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ୫୦ କିଲୋ କୁସ୍ତି ବର୍ଗରେ ଫାଇନାଲରେ ପହଞ୍ଚିବା ପରେ ସେ ବାଦ୍ ପଡ଼ିଛନ୍ତି । ମ୍ୟାଚ୍ ପୂର୍ବରୁ ମେଡିକାଲ ଟେଷ୍ଟରେ ତାଙ୍କ ଓଜନ ଶହେ ଗ୍ରାମ୍ ବଢ଼ିଯାଇଥିଲା । ଫଳରେ ଅଲିମ୍ପିକ୍ସ କମିଟି ତାଙ୍କୁ ଅଯୋଗ୍ୟ ଘୋଷଣା କରିଛି । ହେଲେ ଅଲିମ୍ପିକ୍ସରେ ଭିନେଶଙ୍କୁ ରୌପ୍ୟ ପଦକ ମିଳିବା ଆଶା ଏବେବି ଜୀବିତ ରହିଛି । ତେବେ ତାଙ୍କୁ ମେଡାଲ ମିଳିବ କି ନାହିଁ, ଆଜି ନିଷ୍ପତ୍ତି ନିଆଯିବ । CAS କୋର୍ଟ ଆଜି ନିଷ୍ପତ୍ତି ଶୁଣାଇବେ । 


Also Read: ହସ୍ପିଟାଲ୍ ବେଡ୍‌ରେ ଭିନେଶ ଫୋଗାଟ, ଅଯୋଗ୍ୟ ଘୋଷଣା ହେବା ପରେ ସାମନାକୁ ଆସିଲା ପ୍ରଥମ ଫଟୋ


ଭିନେଶ ଫୋଗାଟ୍ ପ୍ୟାରିସ୍ ଅଲିମ୍ପିକ୍ସ ଫାଇନାଲରୁ ଅଯୋଗ୍ୟ ଘୋଷିତ ହେବା ପରେ ଏହାକୁ ନେଇ କୋର୍ଟ ଅଫ୍ ଆର୍ବିଟେସନ ଫର୍ ସ୍ପୋର୍ଟରେ ଅଫିଲ୍ କରିଥିଲେ । ଡିସକ୍ବାଲିଫାଏ ବିରୋଧରେ ସେ CAS କୋର୍ଟରେ ଆବେଦନ କରିଥିଲେ । ତାଙ୍କୁ ସଂଞ୍ଜୁକ୍ତ ରୌପ୍ୟ ପଦକ ଦେବାକୁ ଅପିଲ୍ କରିବା ସହିତ ଫାଇନାଲରେ ଖେଳିବାକୁ ଅନୁମତି ମାଗିଥିଲେ, ଯାହାକୁ କୋର୍ଟ ଖାରଜ୍ କରିଦେଇଛନ୍ତି ।   

ବିନେଶଙ୍କୁ ସିଲଭର ମେଡାଲ ମିଳିବା ଆବେଦନର ନିଷ୍ପତ୍ତି ଆଜି ନିଆଯିବ । CAS ନିଜ ଅନ୍ତିମ ରାୟ ଶୁଣାଇବାକୁ ସମୟ ନେଇଥିଲେ । ଗୁରୁବାର ସାଢ଼େ ୧୧ଟାରେ କୋର୍ଟ ଅଫ୍ ଆର୍ବିଟେସନ ଫର୍ ସ୍ପୋର୍ଟ ନିଜ ନିଷ୍ପତ୍ତି ଶୁଣାଇବେ । CASଙ୍କ ରାୟ ଭିନେଶଙ୍କ ସପକ୍ଷରେ ଗଲେ IOC ତାଙ୍କୁ ସଂଯୁକ୍ତ ରୌପ୍ୟ ଦେବେ । ୫୦ କିଲୋ ବର୍ଗରେ ମହିଳା କୁସ୍ତି ଫାଇନାଲ ମ୍ୟାଚରେ ପରାସ୍ତ ହୋଇଥିବା କୁସ୍ତି ଯୋଦ୍ଧାଙ୍କ ସହିତ ତାଙ୍କୁ ମିଳିତ ଭାବେ ସିଲଭର ମେଡାଲ ମିଳିବ ।       


Also Read: ଭିନେଶଙ୍କ ଓଜନ ହଠାତ୍ କିପରି ୨.୭ କେଜି ବଢିଗଲା ? ଜାଣନ୍ତୁ