କ୍ରିକେଟ ଛାଡି ଯୁବରାଜ ସିଂହ ରାଜନୀତିରେ କରିବେ ଡେବ୍ୟୁ, ଏହି ପାର୍ଟିରୁ ଲଢିବେ ଆଗାମୀ ଲୋକସଭା ନିର୍ବାଚନ
ନୂଆଦିଲ୍ଲୀ ୧୦।୨: ପାଖେଇ ଆସୁଛି ଲୋକସଭା ନିର୍ବାଚନ-୨୦୨୪। ଏଥି ନିମନ୍ତେ ପ୍ରସ୍ତୁତି ଲାଗି ହାତରେ ମାତ୍ର ଆଉ କିଛି ମାସ ବାକି। ନିର୍ବାଚନ ନିମନ୍ତେ ସବୁ ରାଜନୈତିକ ଦଳ ବିଗୁଲ ଫୁଙ୍କି ସାରିଲେଣି ଓ ନିଜନିଜ ପ୍ରସ୍ତୁତିରେ ଲାଗିପଡିଲେଣି। ଏବେ କେବଳ ଅପେକ୍ଷା ନିର୍ବାଚନ ଆୟୋଗଙ୍କ ଘୋଷଣାକୁ। ଏଥିରେ ଏବେ ଖବର ଆସୁଛି ୨୨ ଗଜର କ୍ରିକେଟ ପିଚ୍ରେ ୬ ବଲକୁ ୬ ଛକ୍କା ଲଗାଉଥିବା ଯୁବରାଜ ସିଂହ ରାଜନୈତିକ ପିଚ୍ରେ ଏହି ପାର୍ଟି ପକ୍ଷରୁ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ରାଜନୈତିକ ପିଚ୍ରେ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ଗୁରଦାସପୁର ଲୋକସଭା ଆସନରୁ ନୂଆ ଇନିଂସ ଆରମ୍ଭ କରିପାରନ୍ତି। ତେବେ କ୍ରିକେଟର ପଲିଟିସିଆନ ହେବା ଭାରତରେ ନୂଆ ନୁହେଁ। ଯୁବୀଙ୍କ ପୂର୍ବରୁ ଅନେକ କ୍ରିକେଟର ରାଜନୀତିରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିସାରିଛନ୍ତି। ଏଥିରେ ଯୁବରାଜ ସିଂହ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିବେ ବୋଲି ଜଣାପଡିଛି। Yuvraj Singh - BJP - Gurdaspur
ନୂଆଦିଲ୍ଲୀ ୧୦।୨: ପାଖେଇ ଆସୁଛି ଲୋକସଭା ନିର୍ବାଚନ-୨୦୨୪। ଏଥି ନିମନ୍ତେ ପ୍ରସ୍ତୁତି ଲାଗି ହାତରେ ମାତ୍ର ଆଉ କିଛି ମାସ ବାକି। ନିର୍ବାଚନ ନିମନ୍ତେ ସବୁ ରାଜନୈତିକ ଦଳ ବିଗୁଲ ଫୁଙ୍କି ସାରିଲେଣି ଓ ନିଜନିଜ ପ୍ରସ୍ତୁତିରେ ଲାଗିପଡିଲେଣି। ଏବେ କେବଳ ଅପେକ୍ଷା ନିର୍ବାଚନ ଆୟୋଗଙ୍କ ଘୋଷଣାକୁ। ଏଥିରେ ଏବେ ଖବର ଆସୁଛି ୨୨ ଗଜର କ୍ରିକେଟ ପିଚ୍ରେ ୬ ବଲକୁ ୬ ଛକ୍କା ଲଗାଉଥିବା ଯୁବରାଜ ସିଂହ ରାଜନୈତିକ ପିଚ୍ରେ ଏହି ପାର୍ଟି ପକ୍ଷରୁ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି।
ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ରାଜନୈତିକ ପିଚ୍ରେ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ଗୁରଦାସପୁର ଲୋକସଭା ଆସନରୁ ନୂଆ ଇନିଂସ ଆରମ୍ଭ କରିପାରନ୍ତି। ତେବେ କ୍ରିକେଟର ପଲିଟିସିଆନ ହେବା ଭାରତରେ ନୂଆ ନୁହେଁ। ଯୁବୀଙ୍କ ପୂର୍ବରୁ ଅନେକ କ୍ରିକେଟର ରାଜନୀତିରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରିସାରିଛନ୍ତି। ଏଥିରେ ଯୁବରାଜ ସିଂହ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିବେ ବୋଲି ଜଣାପଡିଛି।
Yuvraj Singh - BJP - Gurdaspur