କୁକୁଡ଼ା ଆକୃତିର ସବୁଠୁ ବଡ଼ ହୋଟେଲ

ମାନିଲା: ଫିଲିପାଇନ୍ସର ନେଗ୍ରୋସ୍‌ ଅକ୍ସିଡେଣ୍ଟାଲ୍‌ ଶିଳ୍ପାଞ୍ଚଳରେ କୁକୁଡ଼ା ଆକାରରେ ଏକ ବିଶାଳ ହୋଟେଲ ରହିଛି। ନିଜର ବିଶେଷ ଡିଜାଇନ୍‌ ହେତୁ ଏହି ହୋଟେଲର ନାମ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକଡର୍‌ସ(ଜିଡବ୍ଲ୍ୟୁଆର୍‌)ରେ ନାମ ସ୍ଥାନିତ ହୋଇଛି, ଯାହା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି। ଏହି କୁକୁଡ଼ା ଆକୃତି ହୋଟେଲର ଉଚ୍ଚତା ୧୧୫ ଫୁଟ ହୋଇଥିବାବେଳେ ଏହାର ଚଉଡ଼ା ୧୨.୨୭ ମିଟର (୪୦ ଫୁଟ) ରହିଛି। ଏହି ହୋଟେଲରେ ଶୀତତାପ ନିୟନ୍ତ୍ରିତ ୧୫ଟି କୋଠରି ରହିଛି। ଏଥିରେ […] The post କୁକୁଡ଼ା ଆକୃତିର ସବୁଠୁ ବଡ଼ ହୋଟେଲ appeared first on Dharitri Odia News.

କୁକୁଡ଼ା ଆକୃତିର ସବୁଠୁ ବଡ଼ ହୋଟେଲ

ମାନିଲା: ଫିଲିପାଇନ୍ସର ନେଗ୍ରୋସ୍‌ ଅକ୍ସିଡେଣ୍ଟାଲ୍‌ ଶିଳ୍ପାଞ୍ଚଳରେ କୁକୁଡ଼ା ଆକାରରେ ଏକ ବିଶାଳ ହୋଟେଲ ରହିଛି। ନିଜର ବିଶେଷ ଡିଜାଇନ୍‌ ହେତୁ ଏହି ହୋଟେଲର ନାମ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକଡର୍‌ସ(ଜିଡବ୍ଲ୍ୟୁଆର୍‌)ରେ ନାମ ସ୍ଥାନିତ ହୋଇଛି, ଯାହା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି।
ଏହି କୁକୁଡ଼ା ଆକୃତି ହୋଟେଲର ଉଚ୍ଚତା ୧୧୫ ଫୁଟ ହୋଇଥିବାବେଳେ ଏହାର ଚଉଡ଼ା ୧୨.୨୭ ମିଟର (୪୦ ଫୁଟ) ରହିଛି। ଏହି ହୋଟେଲରେ
ଶୀତତାପ ନିୟନ୍ତ୍ରିତ ୧୫ଟି କୋଠରି ରହିଛି। ଏଥିରେ ବଡ଼ ଆକାରରେ ରାଜକୀୟ ଶଯ୍ୟା, ଟିଭି ଏବଂ ରାଜକୀୟ ସାୱାର ମଧ୍ୟ ରହିଛି। ଗତବର୍ଷ ଜୁନ୍‌ ୧୦ରେ ଏହି ହୋଟେଲର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ତେବେ ଏହି କୁକୁଡ଼ା ଆକୃତିର ହୋଟେଲକୁ ଅତି ଯତ୍ନର ସହ ନିର୍ମାଣ କରାଯାଇଥିବା ନେଇ ହୋଟେଲର ମାଲିକ ତଥା ସ୍ଥାନୀୟ ଶିଳ୍ପପତି ରିକାର୍ଡୋ କାନୋ ଗଓ୍ବେପୋ ତେନ୍‌ କହିଛନ୍ତି। ନିର୍ମାଣ ସମୟରେ ଝଡ଼ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଆଦିକୁ ଧ୍ୟାନରେ ରଖାଯାଇଥିବା ନେଇ ସେ କହିଛନ୍ତି।

The post କୁକୁଡ଼ା ଆକୃତିର ସବୁଠୁ ବଡ଼ ହୋଟେଲ appeared first on Dharitri Odia News.