ଅଭିନେତ୍ରୀଙ୍କ ଉପରେ ଆକ୍ରମଣ: କାନ୍ଦି କାନ୍ଦି ବଖାଣିଲେ ଦୁଃଖ
କୋଲକାତା,୨୪।୮: କୋଲକାତାର ଆାର୍.ଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଜୁନିଅର ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏବେ ସେଠାରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଦକ୍ଷିଣ କୋଲକାତାର ସାଉଥ ଆଭେନ୍ୟୁରେ କିଛି ବାଇକ ଚାଳକ ବଙ୍ଗୀୟ ଅଭିନେତ୍ରୀ ପାୟଲ ମୁଖାର୍ଜୀ ଆକ୍ରମଣ କରିଥିଲେ। ଏ ସମ୍ପର୍କରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ପାୟଲ ମୁଖାର୍ଜୀ ତାଙ୍କ ସହ ଘଟିଥିବା ଏକ […] The post ଅଭିନେତ୍ରୀଙ୍କ ଉପରେ ଆକ୍ରମଣ: କାନ୍ଦି କାନ୍ଦି ବଖାଣିଲେ ଦୁଃଖ appeared first on Dharitri Odia News.
କୋଲକାତା,୨୪।୮: କୋଲକାତାର ଆାର୍.ଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଜୁନିଅର ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏବେ ସେଠାରୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି।
ଦକ୍ଷିଣ କୋଲକାତାର ସାଉଥ ଆଭେନ୍ୟୁରେ କିଛି ବାଇକ ଚାଳକ ବଙ୍ଗୀୟ ଅଭିନେତ୍ରୀ ପାୟଲ ମୁଖାର୍ଜୀ ଆକ୍ରମଣ କରିଥିଲେ। ଏ ସମ୍ପର୍କରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ପାୟଲ ମୁଖାର୍ଜୀ ତାଙ୍କ ସହ ଘଟିଥିବା ଏକ ଭୟଙ୍କର ଘଟଣା ବିଷୟରେ ଅଭିଯୋଗ କରୁଛନ୍ତି।
ଏହି ଭିଡିଓ ଭାଜପାର ପଶ୍ଚିମବଙ୍ଗ ୟୁନିଟର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ମଧ୍ୟ ଶେୟାର କରାଯାଇଛି। ଏହି ଭିଡିଓରେ ବଙ୍ଗୀୟ ଅଭିନେତ୍ରୀ ପାୟଲ ମୁଖାର୍ଜୀ କାନ୍ଦୁଥିବା ଦେଖିବାକୁ ମିଳିଛି। ସେ ଭିଡିଓରେ ଦାବି କରୁଛନ୍ତି ଯେ, ସେ ତାଙ୍କ କାରକୁ ସାଉଥ ଆଭେନ୍ୟୁରେ ଚଳାଉଥିବାବେଳେ ଜଣେ ବାଇକ ଆରୋହୀ ତାଙ୍କୁ କାରର ଡୋର୍ ଖୋଲିବାକୁ କହିଥିଲେ। ଭୟରେ ନ ଖୋଲିବାରୁ ସେମାନେ ଡୋର୍ ଭାଙ୍ଗି ଦେଇଥିଲେ। ଏହା ପରେ ପୋଲିସ ଘଟଣାସ୍ଥଳକୁ ଆସି ମୋତେ ଉଦ୍ଧାର କରିଥିଲା। ପୋଲିସ ମଧ୍ୟ ଅପରାଧୀଙ୍କୁ ଧରିଥିଲା। ଏକ ଭଙ୍ଗା କାର୍ ୱିଣ୍ଡୋ ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳେ। ଏଥିସହ ସେ ରାଜ୍ୟରେ ମହିଳାଙ୍କ ସୁରକ୍ଷା ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଭାଜପା ମମତା ସରକାରଙ୍କୁ ଟାର୍ଗେଟ କରିଛି।
The post ଅଭିନେତ୍ରୀଙ୍କ ଉପରେ ଆକ୍ରମଣ: କାନ୍ଦି କାନ୍ଦି ବଖାଣିଲେ ଦୁଃଖ appeared first on Dharitri Odia News.