ଅଟୋ ଚଲାଇଲେ ମନ୍ତ୍ରୀ, ବସିଲେ ଏମ୍‌ଏଲ୍‌, ଏମ୍‌ପି

ଗଜପତି,୭।୧୧(ଗିରିଧାରୀ ପରିଛା): ଦିନିକିଆ ଗଜପତି ଜିଲା ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ  ଗକୁଳ ମଲ୍ଲିକ। ୨ଦିନ ଧରି ପ୍ରଶାସନିକ ତରଫରୁ ଆୟୋଜିତ ମତ୍ସ୍ୟ ଓ ପଶୁସମ୍ପଦ ମେଳାର ସେ ଶୁଭ ଉଦଘାଟନ କରିଛନ୍ତି । ମେଳାର ଉଦ୍‌ଘାଟନ ଉତ୍ସବରେ ଅନ୍ୟତମ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓ ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଯୋଗଦେଇ ଜିଲାର ପଶୁ ମତ୍ସ୍ୟ ଚାଷର କିଭଳି ଆଭିବୃଦ୍ଧି ଘଟିବ […] The post ଅଟୋ ଚଲାଇଲେ ମନ୍ତ୍ରୀ, ବସିଲେ ଏମ୍‌ଏଲ୍‌, ଏମ୍‌ପି appeared first on Dharitri Odia News.

ଅଟୋ ଚଲାଇଲେ ମନ୍ତ୍ରୀ, ବସିଲେ ଏମ୍‌ଏଲ୍‌, ଏମ୍‌ପି
ଗଜପତି,୭।୧୧(ଗିରିଧାରୀ ପରିଛା): ଦିନିକିଆ ଗଜପତି ଜିଲା ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ  ଗକୁଳ ମଲ୍ଲିକ। ୨ଦିନ ଧରି ପ୍ରଶାସନିକ ତରଫରୁ ଆୟୋଜିତ ମତ୍ସ୍ୟ ଓ ପଶୁସମ୍ପଦ ମେଳାର ସେ ଶୁଭ ଉଦଘାଟନ କରିଛନ୍ତି । ମେଳାର ଉଦ୍‌ଘାଟନ ଉତ୍ସବରେ ଅନ୍ୟତମ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓ ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଯୋଗଦେଇ ଜିଲାର ପଶୁ ମତ୍ସ୍ୟ ଚାଷର କିଭଳି ଆଭିବୃଦ୍ଧି ଘଟିବ ଓ ଯୁବପଢ଼ି ଦାଦନ ଖଟିବାକୁ ନ ଯାଇ ନିଜ ମାଟିରେ ମତ୍ସ୍ୟ ଓ ପଶୁପାଲନ କରି ରୋଜଗାର କରି ସ୍ବାବଲମୀ ହୋଇପାରିବେ ସେ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ମୁଖ୍ୟତଃ ଏହି ବ୍ୟବସାୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଓ ଯୁବ ପିଢ଼ି କିଭଳି ଅଧିକରୁ ଅଧିକ ମତ୍ସ୍ୟ ପଶୁପାଲନ ପ୍ରତି ଆଗ୍ରହ ଦେଖିଇବେ ସେଥିପାଇଁ ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ, ସମାଜସେବୀ, ପ୍ରଶାସନିକ ଅଧିକାରୀ ସମସ୍ତେ ଏକଜୁଟ ହୋଇ ସାଧାରଣ ଜନତାଙ୍କ ଆର୍ଥିକ ସ୍ବଛଳତାର ବିକାଶ ଦିଗରେ ସଚେତନ କରିବା ପାଇଁ ଆହ୍ବାନ କରିଛନ୍ତି ମନ୍ତ୍ରୀ ଗକୁଳ ମଲ୍ଲିକ । ତେବେ ମନ୍ତ୍ରୀ ମେଳାରେ ଲାଗିଥିବା ଷ୍ଟଲ ବୁଲି ଦେଖିବା ବେଳେ ହିତାଧିକାରୀଙ୍କୁ ଦିଆଯିବାକୁ ଥିବା ଓଟରେ ଦୁଇ ବିଧାୟକ ଓ ଏମ୍‌ଙ୍କୁ ବସାଇ ମେଳାରେ ବୁଲିଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

The post ଅଟୋ ଚଲାଇଲେ ମନ୍ତ୍ରୀ, ବସିଲେ ଏମ୍‌ଏଲ୍‌, ଏମ୍‌ପି appeared first on Dharitri Odia News.