ପଦ୍ମଶ୍ରୀ ଡ. ଜିତେନ୍ଦ୍ରୀୟ ହରିପାଲ ଅସୁସ୍ଥ, ଆଶୁଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର : ରଙ୍ଗବତୀ ଗୀତର ଗାୟକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡ. ଜିତେନ୍ଦ୍ରୀୟ ହରିପାଲ ସୋମବାର ଅସୁସ୍ଥ ହୋଇପଡ଼ିଛନ୍ତି। ସ୍ୱାସ୍ଥ୍ୟ ସମସ୍ୟା ନେଇ ସମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ପାଇବା ପରେ ଏନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି। ଏକ ଡାକ୍ତରୀ ଦଳ ପ୍ରଥମେ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ପ୍ରଶାସନ ପକ୍ଷରୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରି ଚିକିତ୍ସିତ ହେଉଛନ୍ତି। ଶ୍ରୀ ହରିପାଲଙ୍କ ପରିସ୍ରାନଳୀରେ ସଂକ୍ରମଣ ହୋଇଛି। […]

ସମ୍ବଲପୁର : ରଙ୍ଗବତୀ ଗୀତର ଗାୟକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡ. ଜିତେନ୍ଦ୍ରୀୟ ହରିପାଲ ସୋମବାର ଅସୁସ୍ଥ ହୋଇପଡ଼ିଛନ୍ତି। ସ୍ୱାସ୍ଥ୍ୟ ସମସ୍ୟା ନେଇ ସମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ପାଇବା ପରେ ଏନେଇ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି। ଏକ ଡାକ୍ତରୀ ଦଳ ପ୍ରଥମେ ଘରକୁ ଯାଇ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ପ୍ରଶାସନ ପକ୍ଷରୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରି ଚିକିତ୍ସିତ ହେଉଛନ୍ତି।
ଶ୍ରୀ ହରିପାଲଙ୍କ ପରିସ୍ରାନଳୀରେ ସଂକ୍ରମଣ ହୋଇଛି। ଏହାସହ ଆସନ୍ତାକାଲି ହାର୍ଣ୍ଣିଆ ଅପରେସନ୍ ହେବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପଦ୍ମଶ୍ରୀ ହରିପାଲଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ନନ୍ଦକିଶୋର ପ୍ରଧାନ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ସ୍ୱାସ୍ଥ୍ୟ ସଚିବ ଓ ସମ୍ବଲପୁର ଜିଲ୍ଲାପାଳଙ୍କ ନଜରକୁ ଆଣିଥିଲେ। ଏହି ସୂଚନା ମିଳିବା ପରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ସମ୍ବଲପୁର ମହାନଗର ନିଗମ କମିସନର ବେଦଭୂଷଣ ପଦକ୍ଷେପ ଗ୍ରହଣ କରିଥିଲେ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ପଦ୍ମଶ୍ରୀ ଡ. ହରିପାଲଙ୍କ ଘରେ ପହଞ୍ଚିଥିଲେ। ଡାକ୍ତର ଟିକେ କରମାର, ଡାକ୍ତର ଭେଶେଜ ମାଝୀ ତାଙ୍କର ଚିକିତ୍ସା କରୁଛନ୍ତି। ଆଜି ତାଙ୍କର ଅସ୍ତ୍ରୋପଚାର କରାଯିବା ନେଇ ଜଣାପଡିଛି। ଏକ ଡାକ୍ତରୀ ଟିମ୍ ତାଙ୍କର ସ୍ୱତନ୍ତ୍ର ଚିକିତ୍ସା ପାଇଁ ନିୟୋଜିତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ରଖିଛି।
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଲୋକପ୍ରିୟ ଗାୟକ ଶ୍ରୀ ଜିତେନ୍ଦ୍ର ହରିପାଲ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଷୟରେ ଜାଣି ମୁଁ ଚିନ୍ତିତ। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ସହ ଆଶୁଆରୋଗ୍ୟ କାମନା କରୁଛି।
— Naveen Patnaik (@Naveen_Odisha) May 14, 2024
ସେପଟେ ପଦ୍ମଶ୍ରୀ ଡ. ଜିତେନ୍ଦ୍ରୀୟ ହରିପାଲଙ୍କ ଅସୁସ୍ଥତା ଖବର ପାଇ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ‘ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଲୋକପ୍ରିୟ ଗାୟକ ଶ୍ରୀ ଜିତେନ୍ଦ୍ର ହରିପାଲ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଷୟରେ ଜାଣି ମୁଁ ଚିନ୍ତିତ। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ସହ ଆଶୁଆରୋଗ୍ୟ କାମନା କରୁଛି।’