ବାରବାଟୀ ଅବ୍ୟବସ୍ଥା ପାଇଁ ମାଳ ମାଳ ମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀ ବି ଦାୟୀ : ବିଜେଡି
ଭୁବନେଶ୍ବର : ଗତକାଲି ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ଦିବାରାତ୍ର ମ୍ୟାଚ୍ ସମୟରେ ଦୀର୍ଘ ସମୟ ଧରି ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ଯୋଗୁଁ ପ୍ରାୟ ଅଧ ଘଣ୍ଟାଏ ଖେଳକୁ ବନ୍ଦ ରଖିବାକୁ ପଡ଼ିଥିଲା। ଏକ ଅନ୍ତର୍ଜାତୀୟ ମ୍ୟାଚ ସମୟରେ ଏହି ଘଟଣା ସାରା ଦେଶରେ ବାରବାଟୀର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଦେଶବିଦେଶର କ୍ରିକେଟପ୍ରେମୀମାନେ ଏହି ଘଟଣାକୁ ଅତ୍ୟନ୍ତ କଠୋର ଶବ୍ଦରେ କଟୁ ସମାଲୋଚନା କରି ବାରବାଟୀକୁ ଆନ୍ତର୍ଜାତୀୟ କ୍ରିକେଟ ଆୟୋଜନ ସୂଚୀରୁ ବାଦ ଦେବାକୁ […]

ଭୁବନେଶ୍ବର : ଗତକାଲି ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ଦିବାରାତ୍ର ମ୍ୟାଚ୍ ସମୟରେ ଦୀର୍ଘ ସମୟ ଧରି ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବା ଯୋଗୁଁ ପ୍ରାୟ ଅଧ ଘଣ୍ଟାଏ ଖେଳକୁ ବନ୍ଦ ରଖିବାକୁ ପଡ଼ିଥିଲା। ଏକ ଅନ୍ତର୍ଜାତୀୟ ମ୍ୟାଚ ସମୟରେ ଏହି ଘଟଣା ସାରା ଦେଶରେ ବାରବାଟୀର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଦେଶବିଦେଶର କ୍ରିକେଟପ୍ରେମୀମାନେ ଏହି ଘଟଣାକୁ ଅତ୍ୟନ୍ତ କଠୋର ଶବ୍ଦରେ କଟୁ ସମାଲୋଚନା କରି ବାରବାଟୀକୁ ଆନ୍ତର୍ଜାତୀୟ କ୍ରିକେଟ ଆୟୋଜନ ସୂଚୀରୁ ବାଦ ଦେବାକୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନରେ ଏପରି ଦାୟିତ୍ୱହୀନତାକୁ ନେଇ ବିସିସିଆଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛି।
ଆଉ ଏହାରି ଭିତରେ ବାରବାଟୀରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ଦାୟୀ କରାଯାଉଛି। କାରଣ ମ୍ୟାଚ୍ ପୂର୍ବରୁ କ୍ରୀଡାମନ୍ତ୍ରୀଙ୍କଠୁ ନେଇ ମୁଖ୍ୟମନ୍ତ୍ରୀ ଯାଏଁ ସମସ୍ତେ ବାରବାଟୀ ଯାଇ ସମୀକ୍ଷା କରିଥିଲେ। ଯାହାକୁ ନେଇ ବିରୋଧୀ ବିଜୁ ଜନତା ଦଳ ରାଜ୍ୟର ବିଜେପି ସରକାରଙ୍କୁ ଟାର୍ଗେଟ କରିଛି। ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି ନୈତିକତା ଅଛି ଯଦି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ଉପରେ ପଦକ୍ଷେପ ନେଇ ଇସ୍ତଫା ଦିଅନ୍ତୁ। ସେ ଓସିଏକୁ କଣ ଜବାବ ମାଗୁଛନ୍ତି। ଓସିଏ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଲେନିନ କହିଛନ୍ତି।
ଅନ୍ୟପଟେ ଲେନିନ ଆହୁରି ମଧ୍ୟ କହିଛନ୍ତି ବାରବାଟୀରେ ଅବ୍ୟବସ୍ଥା ପାଇଁ ରାଜ୍ୟର ମାଳ ମାଳ ମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀ ବି ଦାୟୀ। ଆଶ୍ଚର୍ୟ୍ୟ କଥା, ଚାରି ଚାରି ଥର କ୍ରୀଡାମନ୍ତ୍ରୀ ସମୀକ୍ଷା କଲେ ଓ ଲଜ୍ଜାଜନକ ଭାବେ କହିଲେ ମୋହନ ମାଝୀ ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ କି ନିଜେ ମ୍ୟାଚର ଦାୟିତ୍ୱ ନେଇଛନ୍ତି। ହେଲେ ଏହାର ସତ୍ୟତା ନେଇ ଆମେ ତଥ୍ୟ ଦେବୁ ଯେ କିଛି ନୂଆ କରି ନାହାନ୍ତି। ମ୍ୟାଚ୍ ମସୟରେ DG ସେଟ ପ୍ରଥମରୁ ଶେଷ ଯାଏଁ ଅନ୍ ରହିବା ଦରକାର। କ୍ରିକେଟ ସମୀକ୍ଷକ ବୋରିଆ ମଜୁମଦାର ବି ନିଜ ଆଲେଖ୍ୟରେ ଏହି ଘଟଣାକୁ ଉଳ୍ଳେଖ କରିଛନ୍ତି। ଯାହା ଓଡ଼ିଶା ପାଇଁ ଏକ ଲଜ୍ଜା ଜନକ ଘଟଣା।