ଜନନୀ ଯନ୍ତ୍ରଣା: ଖଟିଆରେ ପୁଣି ବୁହାହେଲେ ଗର୍ଭବତୀ
ଥୁଆମୂଳ ରାମପୁର,୧୦।୧୧(ଦୁର୍ଗା କିର୍ତ୍ତୀ): କଳାହାଣ୍ଡିରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ରାସ୍ତା ଖରାପ ଯୋଗୁ ଗାଁକୁ ଯାଇ ପାରିଲାନି ୧୦୮ ଆମ୍ବୁଲାନ୍ସ। ଅଧବାଟରେ ଅଟକି ରହିବାରୁ ଆମ୍ବୁଲାନ୍ସ କର୍ମଚାରୀମାନେ ମାନବିକତା ଦେଖାଇ ୨ କିମି ଗର୍ଭବତୀଙ୍କୁ ଖଟିଆରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଗର୍ଭବତୀଙ୍କୁ ଥୁଆମୁଲ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦକୁ ନିଆଯାଇଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ରବିବାର କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର କାଣିଗୁମା ପଞ୍ଚାୟତ ଟିକ୍ରାଗୁଡା […] The post ଜନନୀ ଯନ୍ତ୍ରଣା: ଖଟିଆରେ ପୁଣି ବୁହାହେଲେ ଗର୍ଭବତୀ appeared first on Dharitri Odia News.
ଥୁଆମୂଳ ରାମପୁର,୧୦।୧୧(ଦୁର୍ଗା କିର୍ତ୍ତୀ): କଳାହାଣ୍ଡିରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ରାସ୍ତା ଖରାପ ଯୋଗୁ ଗାଁକୁ ଯାଇ ପାରିଲାନି ୧୦୮ ଆମ୍ବୁଲାନ୍ସ। ଅଧବାଟରେ ଅଟକି ରହିବାରୁ ଆମ୍ବୁଲାନ୍ସ କର୍ମଚାରୀମାନେ ମାନବିକତା ଦେଖାଇ ୨ କିମି ଗର୍ଭବତୀଙ୍କୁ ଖଟିଆରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ।
ସେଠାରୁ ଆମ୍ବୁଲାନ୍ସ ଯୋଗେ ଗର୍ଭବତୀଙ୍କୁ ଥୁଆମୁଲ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦକୁ ନିଆଯାଇଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି ରବିବାର କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର କାଣିଗୁମା ପଞ୍ଚାୟତ ଟିକ୍ରାଗୁଡା ଗ୍ରାମରେ। ଏହି ଗ୍ରାମର ଓଲାଙ୍ଗ ମାଝୀ ନାମକ ଜଣେ ମହିଳାଙ୍କୁ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସ ଗ୍ରାମକୁ ଆସି ନ ପାରି ୨କିମି ଦୂରରେ ଅଟକି ରହିଥିଲା। ଆମ୍ବୁଲାନ୍ସ କର୍ମଚାରୀ ବିକାଶ ଲହଜଲ, ରାଜକିଶୋର ମାଝୀ ଓ ଜଗନ୍ନାଥ ନାଏକ ଗ୍ରାମକୁ ଯାଇ ଗର୍ଭବତୀଙ୍କୁ ଖଟିଆରେ ବୋହି ଆଣିଥିଲେ।
The post ଜନନୀ ଯନ୍ତ୍ରଣା: ଖଟିଆରେ ପୁଣି ବୁହାହେଲେ ଗର୍ଭବତୀ appeared first on Dharitri Odia News.