ଅଧା ରହିଗଲା ଇରାନ ରାଷ୍ଟ୍ରପତିଙ୍କ ସ୍ବପ୍ନ

ତେହେରାନ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଆଉ ନାହାଁନ୍ତି। ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମ ରାଇସିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ହୁସେନ ଆମୀର ଅବଦୁଲ୍ଲାୟାନ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସ୍ପେକ୍ଟର୍‌ ଇଣ୍ଡେକ୍ସ ଏହି ସୂଚନା ଦେଇଛି। ଏଥି ସହିତ ଇରାନର ରାଜ୍ୟ ଟେଲିଭିଜନ ସୋମବାର କହିଛି ଯେ ରାଷ୍ଟ୍ରପତି ରଇସି ଏବଂ ଅନ୍ୟମାନଙ୍କର ଜୀବିତ ଥିବାର କୌଣସି ଚିହ୍ନ ନାହିଁ। ତେବେ ହେଲିକପ୍ଟରର ଆବର୍ଜନା ଦେଖିବାକୁ ମିଳିଛି। ଏବେ ପ୍ରଶ୍ନ ଉଠିଛି […] The post ଅଧା ରହିଗଲା ଇରାନ ରାଷ୍ଟ୍ରପତିଙ୍କ ସ୍ବପ୍ନ appeared first on Dharitri Odia News.

ଅଧା ରହିଗଲା ଇରାନ ରାଷ୍ଟ୍ରପତିଙ୍କ ସ୍ବପ୍ନ

ତେହେରାନ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଆଉ ନାହାଁନ୍ତି। ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମ ରାଇସିଙ୍କ ମୃତ୍ୟୁ ଘଟିଛି। ତାଙ୍କ ସହ ବୈଦେଶିକ ମନ୍ତ୍ରୀ ହୁସେନ ଆମୀର ଅବଦୁଲ୍ଲାୟାନ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସ୍ପେକ୍ଟର୍‌ ଇଣ୍ଡେକ୍ସ ଏହି ସୂଚନା ଦେଇଛି। ଏଥି ସହିତ ଇରାନର ରାଜ୍ୟ ଟେଲିଭିଜନ ସୋମବାର କହିଛି ଯେ ରାଷ୍ଟ୍ରପତି ରଇସି ଏବଂ ଅନ୍ୟମାନଙ୍କର ଜୀବିତ ଥିବାର କୌଣସି ଚିହ୍ନ ନାହିଁ। ତେବେ ହେଲିକପ୍ଟରର ଆବର୍ଜନା ଦେଖିବାକୁ ମିଳିଛି। ଏବେ ପ୍ରଶ୍ନ ଉଠିଛି ଯେ ଇବ୍ରାହିମ ରଇସି ରବିବାର ଆଜେରବାଇଜାନକୁ ଯାଇଥିଲେ, ଯେଉଁଠାରୁ ଫେରୁଥିବା ସମୟରେ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ପ୍ରକୃତରେ, ଇରାନର ରାଜ୍ୟ ଟେଲିଭିଜନ ସୋମବାର କହିଛି ଯେ ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ଅନ୍ୟମାନଙ୍କୁ ନେଇ ଯାଉଥିବା ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ କେହି ଜୀବନ୍ତ ଥିବା କୌଣସି ଚିହ୍ନ ନାହିଁ। ସରକାରୀ ଗଣମାଧ୍ୟମ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ସ୍ଥାନ ଏକ ଅଦୁର୍ଗମ ଘାଟିରେ ଅବସ୍ଥିତ। ଇରାନର ରେଡ କ୍ରେସେଣ୍ଟ ସୋସାଇଟିର ମୁଖ୍ୟ ପିର ହୋସେନ କୋଲିଭାଣ୍ଡ ରାଜ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ ସୋମବାର ସକାଳେ ଉଦ୍ଧାର କର୍ମଚାରୀମାନେ ପ୍ରାୟ ଦୁଇ କିଲୋମିଟର ଦୂରରୁ ହେଲିକପ୍ଟରକୁ ଦେଖି ହେଲିକପ୍ଟରର ଆବର୍ଜନା ପାଇଥିଲେ।
ସୂଚନାଯୋଗ୍ୟ, ଇବ୍ରାହିମ ରଇସିଙ୍କ ବିଷୟରେ କୁହାଯାଉଥିଲା ଯେ ସେ ଇରାନର ପରବର୍ତ୍ତୀ ସର୍ବୋଚ୍ଚ ନେତା ହେବାକୁ ଯାଉଛନ୍ତି। ତାଙ୍କୁ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମୋନେଇଙ୍କ ନିକଟତର ଦେଖାଯାଇଥିଲା। କେତେକ ବିଶ୍ଳେଷକ ବିଶ୍ୱାସ କରୁଥିଲେ ଯେ ଇବ୍ରାହିମ ରଇସି ୮୫ ବର୍ଷ ବୟସ୍କ ସୁପ୍ରିମୋ ନେତା ଖାମୋନେଇଙ୍କ ମୃତ୍ୟୁ କିମ୍ବା ଇସ୍ତଫା ପରେ ତାଙ୍କ ସ୍ଥାନ ନେବେ। ୬୩ ବର୍ଷୀୟ ଇବ୍ରାହିମ ରଇସି ଜଣେ ମୌଳବାଦୀ ବା କଟ୍ଟରପନ୍ଥୀ ଭାବମୂର୍ତ୍ତି ସହିତ ଜଣେ ନେତା, ଯିଏ ପୂର୍ବରୁ ଦେଶର ନ୍ୟାୟପାଳିକାର ନେତୃତ୍ୱ ନେଇଥିଲେ। ଇରାନର ୨୦୨୧ ରାଷ୍ଟ୍ରପତି ନିର୍ବାଚନରେ ରଇସି ଜିତିଥିଲେ। ଏବେ ତାଙ୍କର ହଠାତ୍‌ ପରଲୋକ ପରେ ଆଲୋଚନା ହେଉଛି କି ଅୟାତୁଲ୍ଲାଙ୍କ ସ୍ଥାନ ନେବାର ସ୍ବପ୍ନ ରଇସଙ୍କର ଅଧାରେ ରହିଗଲା।

The post ଅଧା ରହିଗଲା ଇରାନ ରାଷ୍ଟ୍ରପତିଙ୍କ ସ୍ବପ୍ନ appeared first on Dharitri Odia News.