ହାଥରସ୍ ଘଟଣାରେ ସାମ୍ନାକୁ ଆସିଲେ ଆତ୍ମଘୋଷିତ ବାବା; କହିଲେ ଘଟଣାକୁ ନେଇ ଦୁଃଖିତ, ବର୍ତ୍ତିବେନି ଉପଦ୍ରବୀ
ନୂଆଦିଲ୍ଲୀ: ୟୁପି ହାଥରସ୍ ଦଳାଚକଟା ମାମଲାରେ ଫେରାର୍ ଥିବା ସୁରଜ ପାଲ୍ ଓରଫ ଭୋଲେ ବାବା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି । ଶନିବାର ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ ଆତ୍ମଘୋଷିତ ବାବା ନିଜର ବୟାନ ରଖିଛନ୍ତି । ଜୁଲାଇ ୨ ତାରିଖରେ ହୋଇଥିବା ଦଳାଚକଟା ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଏଭଳି ଘଡିସନ୍ଧି ମୂହୁର୍ତ୍ତକୁ ଧର୍ଯ୍ୟର ସହିତ କାଟିବାକୁ ଭାଗବାନ ସମସ୍ତଙ୍କୁ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ଏହାଛଡ଼ା ପ୍ରଶାସନ ଉପରେ ତାଙ୍କର ଭରସା ରହିଛି, ଉପଦ୍ରବକାରୀଙ୍କୁ ଛଡ଼ାଯିବ ନାହିଁ ବୋଲି ସେ ସଫେଇ ଦେଇଛନ୍ତି ।ଭୋଲେ ବାବା ସୁରଜ ପାଲ୍ ସିଂହ ନିଜ ବୟାନରେ କହିଛନ୍ତି, ସେ ତାଙ୍କ ଆଇନଜୀବୀ ଡା. ଏପି ସିଂହ ମାଧ୍ୟମରେ ତଦନ୍ତ କମିଟିକୁ ପ୍ରାର୍ଥନା କରିଛନ୍ତି, କି ଦଳଚକଟାରେ ମୃତକଙ୍କ ପରିବାର ଏବଂ ଚିକିତ୍ସାଧୀନ ଅବସ୍ଥାରେ ଥିବା ଆହତଙ୍କୁ ସାରା ଜୀବନ ଭରଣପୋଷଣ ଦାୟିତ୍ବ ନେବେ । ଶୁକ୍ରବାର ହାଥରସ୍ ମାମଲାର ମୁଖ୍ୟ ଅଭିଯୁକ୍ତ ବା ସତସଙ୍ଗ ଆୟୋଜକ ଦେବପ୍ରକାଶ ମଧୁକର ୟୁପି ପୋଲିସରେ ଆତ୍ମସମର୍ପଣ କରିଥିଲେ । ପୋଲିସ ତାଙ୍କୁ ବିଚାର ବିଭାଗୀୟ ହାଜତରେ ରଖିଛି । ହାଥରସ୍ ସତସଙ୍ଗ୍ ଦଳାଚକଟା ମାମଲାରେ ସିକଣ୍ଡର ପୋଲିସ୍ ଷ୍ଟେସନରେ ବାବାଙ୍କ ମୁଖ୍ୟ ସେବାଦାରଙ୍କ ନାଁରେ ମାମଲା ରୁଜୁ ହୋଇଛି ।ଦେବ ପ୍ରକାଶ ମଧୁକର ହାଥରସ୍ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ
ନୂଆଦିଲ୍ଲୀ: ୟୁପି ହାଥରସ୍ ଦଳାଚକଟା ମାମଲାରେ ଫେରାର୍ ଥିବା ସୁରଜ ପାଲ୍ ଓରଫ ଭୋଲେ ବାବା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି । ଶନିବାର ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ ଆତ୍ମଘୋଷିତ ବାବା ନିଜର ବୟାନ ରଖିଛନ୍ତି । ଜୁଲାଇ ୨ ତାରିଖରେ ହୋଇଥିବା ଦଳାଚକଟା ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଏଭଳି ଘଡିସନ୍ଧି ମୂହୁର୍ତ୍ତକୁ ଧର୍ଯ୍ୟର ସହିତ କାଟିବାକୁ ଭାଗବାନ ସମସ୍ତଙ୍କୁ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ଏହାଛଡ଼ା ପ୍ରଶାସନ ଉପରେ ତାଙ୍କର ଭରସା ରହିଛି, ଉପଦ୍ରବକାରୀଙ୍କୁ ଛଡ଼ାଯିବ ନାହିଁ ବୋଲି ସେ ସଫେଇ ଦେଇଛନ୍ତି ।
ଭୋଲେ ବାବା ସୁରଜ ପାଲ୍ ସିଂହ ନିଜ ବୟାନରେ କହିଛନ୍ତି, ସେ ତାଙ୍କ ଆଇନଜୀବୀ ଡା. ଏପି ସିଂହ ମାଧ୍ୟମରେ ତଦନ୍ତ କମିଟିକୁ ପ୍ରାର୍ଥନା କରିଛନ୍ତି, କି ଦଳଚକଟାରେ ମୃତକଙ୍କ ପରିବାର ଏବଂ ଚିକିତ୍ସାଧୀନ ଅବସ୍ଥାରେ ଥିବା ଆହତଙ୍କୁ ସାରା ଜୀବନ ଭରଣପୋଷଣ ଦାୟିତ୍ବ ନେବେ । ଶୁକ୍ରବାର ହାଥରସ୍ ମାମଲାର ମୁଖ୍ୟ ଅଭିଯୁକ୍ତ ବା ସତସଙ୍ଗ ଆୟୋଜକ ଦେବପ୍ରକାଶ ମଧୁକର ୟୁପି ପୋଲିସରେ ଆତ୍ମସମର୍ପଣ କରିଥିଲେ । ପୋଲିସ ତାଙ୍କୁ ବିଚାର ବିଭାଗୀୟ ହାଜତରେ ରଖିଛି । ହାଥରସ୍ ସତସଙ୍ଗ୍ ଦଳାଚକଟା ମାମଲାରେ ସିକଣ୍ଡର ପୋଲିସ୍ ଷ୍ଟେସନରେ ବାବାଙ୍କ ମୁଖ୍ୟ ସେବାଦାରଙ୍କ ନାଁରେ ମାମଲା ରୁଜୁ ହୋଇଛି ।
ଦେବ ପ୍ରକାଶ ମଧୁକର ହାଥରସ୍ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଥିଲେ । ସେ ଆତ୍ମଘୋଷିତ ବାବାଙ୍କ ମଧ୍ୟ ଖାସ୍ ଲୋକ ଥିଲେ । ଦଳଚକଟା ଘଟଣା ପରେ ବାବା ଦେବପ୍ରକାଶଙ୍କ ସହିତ ଫୋନରେ କଥା ହୋଇଥିଲେ । ସତସଙ୍ଗରେ ଦଳାଚକଟା ପରେ ଦେବପ୍ରକାଶ ଫେରାର୍ ଥିଲେ । ଶୁକ୍ରବାର ୟୁପି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ମଙ୍ଗଳବାର ହାଥରସରେ ଭୋଲେ ବାବାଙ୍କ ପାଦଧୂଳି ନେବା ସମୟରେ ଲୋକକଙ୍କ ମଧ୍ୟରେ ଦଳଚକଟା ହୋଇଥିଲା । ଏହି ଘଟଣାରେ ୧୨୧ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଏହି ଘଟଣା SIT ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ୧୫ ପୃଷ୍ଠା ବିଶିଷ୍ଟ ରିପୋର୍ଟରେ ୯୦ ଲୋକଙ୍କ ବୟାନ ରେକର୍ଡ ହୋଇଛି । ସେହିପରି ଦଳାଚକଟା ଘଟଣା ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ସମେତ ମୋଟ୍ ୨୦ରୁ ଅଧିକ ଲୋକଙ୍କୁ ପୋଲିସ୍ ଗିରଫ କରିଛି ।