ମୋ ପୁଅକୁ ଯାଦୁ କରିଦେଇଛନ୍ତି ରିଭାଭା: ବାପାଙ୍କ ଅଭିଯୋଗ ପରେ ସଫେଇ ଦେଲେ ରବିନ୍ଦ୍ର ଜାଡେଜା

ନୂଆଦିଲ୍ଲୀ,୯।୨: ନିକଟରେ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପିତା ଅନିରୁଦ୍ଧ ସିଂ ଏକ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ ସେ ତାଙ୍କ ପୁଅ ଏବଂ ବୋହୂ ରିଭାବା ଜାଡେଜାଙ୍କଠାରୁ ଅଲଗା ରହିବା ବିଷୟରେ କହିଥିଲେ। ଜାଡେଜାଙ୍କ ପିତା ମଧ୍ୟ ରିଭାଭାଙ୍କ ବିରୋଧରେ ଅନେକ ବଡ ଅଭିଯୋଗ କରିଛନ୍ତି। କିନ୍ତୁ ଏହି ସମୟରେ ରବିନ୍ଦ୍ର ଜାଡେଜା ସ୍ପଷ୍ଟୀକରଣ ଦେଇଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସାକ୍ଷାତକାରରେ ପ୍ରକାଶିତ ସମସ୍ତ ବିଷୟ ଭିତ୍ତିହୀନ। ମୋର ଏବଂ […] The post ମୋ ପୁଅକୁ ଯାଦୁ କରିଦେଇଛନ୍ତି ରିଭାଭା: ବାପାଙ୍କ ଅଭିଯୋଗ ପରେ ସଫେଇ ଦେଲେ ରବିନ୍ଦ୍ର ଜାଡେଜା appeared first on Dharitri Odia News.

ମୋ ପୁଅକୁ ଯାଦୁ କରିଦେଇଛନ୍ତି ରିଭାଭା: ବାପାଙ୍କ ଅଭିଯୋଗ ପରେ ସଫେଇ ଦେଲେ ରବିନ୍ଦ୍ର ଜାଡେଜା

ନୂଆଦିଲ୍ଲୀ,୯।୨: ନିକଟରେ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପିତା ଅନିରୁଦ୍ଧ ସିଂ ଏକ ସାକ୍ଷାତକାର ଦେଇଛନ୍ତି। ଏହି ସାକ୍ଷାତକାରରେ ସେ ତାଙ୍କ ପୁଅ ଏବଂ ବୋହୂ ରିଭାବା ଜାଡେଜାଙ୍କଠାରୁ ଅଲଗା ରହିବା ବିଷୟରେ କହିଥିଲେ। ଜାଡେଜାଙ୍କ ପିତା ମଧ୍ୟ ରିଭାଭାଙ୍କ ବିରୋଧରେ ଅନେକ ବଡ ଅଭିଯୋଗ କରିଛନ୍ତି। କିନ୍ତୁ ଏହି ସମୟରେ ରବିନ୍ଦ୍ର ଜାଡେଜା ସ୍ପଷ୍ଟୀକରଣ ଦେଇଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସାକ୍ଷାତକାରରେ ପ୍ରକାଶିତ ସମସ୍ତ ବିଷୟ ଭିତ୍ତିହୀନ। ମୋର ଏବଂ ମୋ ସ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି। ମୋର ମଧ୍ୟ ବହୁତ କିଛି କହିବାକୁ ଅଛି। କିନ୍ତୁ ମୁଁ ଏସବୁକୁ ସର୍ବସାଧାରଣରେ କହିବି ନାହିଁ।
ରବିନ୍ଦ୍ର ଜାଡେଜାଙ୍କ ପିତା ଅନିରୁଦ୍ଧ ସିଂଙ୍କ ଏକ ସାକ୍ଷାତକାରରେ ରିଭାବା ଜାଡେଜାଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ଅନିରୁଦ୍ଧ କହିଛନ୍ତି, ତାଙ୍କ ପୁଅ ରବିନ୍ଦ୍ର ଜାଡେଜା ଏବଂ ରିଭାବାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସେ ସେମାନଙ୍କଠାରୁ ଅଲଗା ରୁହନ୍ତି। ଜାଡେଜାଙ୍କୁ ଯାଦୁ କରିଦେଇଛନ୍ତି ରିଭାଭା।
ରବିନ୍ଦ୍ର ଜାଡେଜା ବର୍ତ୍ତମାନ ତାଙ୍କ ଘରୁଠାରୁ ଦୂରରେ ଅଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ପାଇଁ ଖେଳିଥିଲେ। କିନ୍ତୁ ଆହତ କାରଣରୁ ଦ୍ୱିତୀୟ ମ୍ୟାଚରୁ ବାଦ୍‌ ପଡିଥିଲେ। ତେବେ ବର୍ତ୍ତମାନ ଜାଡେଜା ତୃତୀୟ ଟେଷ୍ଟ ପାଇଁ ପୁନର୍ବାର ଟିମ ଇଣ୍ଡିଆରେ ଯୋଗ ଦେବେ।

The post ମୋ ପୁଅକୁ ଯାଦୁ କରିଦେଇଛନ୍ତି ରିଭାଭା: ବାପାଙ୍କ ଅଭିଯୋଗ ପରେ ସଫେଇ ଦେଲେ ରବିନ୍ଦ୍ର ଜାଡେଜା appeared first on Dharitri Odia News.