ୟୁରୋ କପ୍; ଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ସ୍ପେନ୍ ଚାମ୍ପିଅନ
ବର୍ଲିନ, ୧୫/୦୭: ସ୍ପେନ ୟୁରୋ କପ୍-୨୦୨୪ ଫାଇନାଲରେ ୨-୧ ଗୋଲରେ ଇଂଲଣ୍ଡକୁ ପରାଜିତ କରି ଚତୁର୍ଥ ଥର ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଛି । ପୂର୍ବରୁ ଦଳ ୧୯୬୪, ୨୦୦୮ ଓ ୨୦୧୨ରେ ଟ୍ରଫି ହାସଲ କରିଥିଲା । ଅଲିମ୍ପିଆଷ୍ଟାଡିୟମ, ୭୪,୪୭୫ ହଜାର ଦର୍ଶକଙ୍କ କୋଳାହଳରେ ଫାଟି ପଡ଼ୁଥିଲା ଆକାଶ । ଡିଫେଣ୍ଡିଂ ଚାମ୍ପିଅନ ଇଟାଲୀ ବହୁ ପୂର୍ବରୁ ବିଦା ହୋଇସାରିଥିଲା । ତେଣୁ ଦୁଇ ଫାଇନାଲିଷ୍ଟ ସ୍ପେନ-ଇଂଲଣ୍ଡ ମଧ୍ୟରୁ କିଏ ହେବ ଚାମ୍ପିଅନ ? ଏହି ଉତ୍କଣ୍ଠା ନେଇ କେବଳ ୟୁରୋପ ନୁହେଁ, ସାରା ବିଶ୍ୱର ଫୁଟବଲ ପ୍ରେମୀ ଅପେକ୍ଷା କରି ରହିଥିଲେ । ଶେଷରେ ଦୀର୍ଘ ପ୍ରତୀକ୍ଷାରେ ଅନ୍ତ ଘଟିଥିଲା ଏବଂ ସ୍ପେନ ହୋଇଥିଲା ଚାମ୍ପିଅନ । ଫାଇନାଲ ମୁକାବିଲା ବେଶ ଚିତାକର୍ଷକ ହୋଇଥିଲା । ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ଥିଲା । ଦ୍ୱିତୀୟାର୍ଦ୍ଧର ଆରମ୍ଭରୁ ସ୍ପେନ୍ ଅଗ୍ରଣୀ ଲାଭ କରିଥିଲା । ୪୭ ମିନିଟରେ ମିଡ୍ଫିଲ୍ଡର ନିକୋ ୱିଲିୟମ୍ସ ଦେଇଥିଲେ ଗୋଲ୍ । ୧୭ ବର୍ଷୀୟ ଯୁବ ତାରକା ଲାମିନ ୟାମାଲଙ୍କ ଚମତ୍କାର ପାସ୍କୁ ୱିଲିୟମ୍ସ ଇଂଲଣ୍ଡ ରକ୍ଷଣଭାଗ ଭେଦ କରି ଗୋଲପୋଷ୍ଟରେ ପୂରାଇବାରେ ସଫଳ ହୋଇଥିଲେ । ଇଂଲଣ୍ଡ ଚାପରେ ରହିଥିଲା । କିନ୍ତୁ ଦଳ ପ୍ରତ୍ୟାବର୍ତ୍ତନ ନେଇ ଜୋରଦାର ପ୍ରୟାସ ଜାରି ରଖିଥିଲା । ୭୩ ମିନିଟରେ ଜବରଦସ୍ତ ଆକ୍ରମଣ ସହ ମ୍ୟାଚ୍କୁ ୧-୧ ଗୋଲରେ ବରାବର କରିଥିଲା । ଷ୍ଟ୍ରାଇକର କୋଲେ ପାଲମର ଏହି ଗୋଲ୍ ଦେଇଥିଲେ ।
ବର୍ଲିନ, ୧୫/୦୭: ସ୍ପେନ ୟୁରୋ କପ୍-୨୦୨୪ ଫାଇନାଲରେ ୨-୧ ଗୋଲରେ ଇଂଲଣ୍ଡକୁ ପରାଜିତ କରି ଚତୁର୍ଥ ଥର ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଛି । ପୂର୍ବରୁ ଦଳ ୧୯୬୪, ୨୦୦୮ ଓ ୨୦୧୨ରେ ଟ୍ରଫି ହାସଲ କରିଥିଲା ।
ଅଲିମ୍ପିଆଷ୍ଟାଡିୟମ, ୭୪,୪୭୫ ହଜାର ଦର୍ଶକଙ୍କ କୋଳାହଳରେ ଫାଟି ପଡ଼ୁଥିଲା ଆକାଶ । ଡିଫେଣ୍ଡିଂ ଚାମ୍ପିଅନ ଇଟାଲୀ ବହୁ ପୂର୍ବରୁ ବିଦା ହୋଇସାରିଥିଲା । ତେଣୁ ଦୁଇ ଫାଇନାଲିଷ୍ଟ ସ୍ପେନ-ଇଂଲଣ୍ଡ ମଧ୍ୟରୁ କିଏ ହେବ ଚାମ୍ପିଅନ ? ଏହି ଉତ୍କଣ୍ଠା ନେଇ କେବଳ ୟୁରୋପ ନୁହେଁ, ସାରା ବିଶ୍ୱର ଫୁଟବଲ ପ୍ରେମୀ ଅପେକ୍ଷା କରି ରହିଥିଲେ । ଶେଷରେ ଦୀର୍ଘ ପ୍ରତୀକ୍ଷାରେ ଅନ୍ତ ଘଟିଥିଲା ଏବଂ ସ୍ପେନ ହୋଇଥିଲା ଚାମ୍ପିଅନ ।
ଫାଇନାଲ ମୁକାବିଲା ବେଶ ଚିତାକର୍ଷକ ହୋଇଥିଲା । ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ଥିଲା । ଦ୍ୱିତୀୟାର୍ଦ୍ଧର ଆରମ୍ଭରୁ ସ୍ପେନ୍ ଅଗ୍ରଣୀ ଲାଭ କରିଥିଲା । ୪୭ ମିନିଟରେ ମିଡ୍ଫିଲ୍ଡର ନିକୋ ୱିଲିୟମ୍ସ ଦେଇଥିଲେ ଗୋଲ୍ । ୧୭ ବର୍ଷୀୟ ଯୁବ ତାରକା ଲାମିନ ୟାମାଲଙ୍କ ଚମତ୍କାର ପାସ୍କୁ ୱିଲିୟମ୍ସ ଇଂଲଣ୍ଡ ରକ୍ଷଣଭାଗ ଭେଦ କରି ଗୋଲପୋଷ୍ଟରେ ପୂରାଇବାରେ ସଫଳ ହୋଇଥିଲେ ।
ଇଂଲଣ୍ଡ ଚାପରେ ରହିଥିଲା । କିନ୍ତୁ ଦଳ ପ୍ରତ୍ୟାବର୍ତ୍ତନ ନେଇ ଜୋରଦାର ପ୍ରୟାସ ଜାରି ରଖିଥିଲା । ୭୩ ମିନିଟରେ ଜବରଦସ୍ତ ଆକ୍ରମଣ ସହ ମ୍ୟାଚ୍କୁ ୧-୧ ଗୋଲରେ ବରାବର କରିଥିଲା । ଷ୍ଟ୍ରାଇକର କୋଲେ ପାଲମର ଏହି ଗୋଲ୍ ଦେଇଥିଲେ । ଜ୍ୟୁଡ ବେଲିଂହାମ ଏଥିରେ ସହାୟତା କରିଥିଲେ ।
ମ୍ୟାଚ୍ ଅତିରିକ୍ତ ସମୟକୁ ଯିବ ବୋଲି ଆଶା କରାଯାଉଥିଲା । କିନ୍ତୁ ୮୬ ମିନିଟରେ ସ୍ପେନ ଦ୍ୱିତୀୟ ଗୋଲ୍ ଦେଇ ମ୍ୟାଚ୍କୁ ନିୟନ୍ତ୍ରଣରେ ରଖିଥିଲା । ମିକେଲ ଓୟାରଜାବଲ ଏହି ଗୋଲ୍ ଦେଇ ଇଂଲଣ୍ଡ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲେ । ୮୯ ମିନିଟରେ ଇଂଲଣ୍ଡ ମ୍ୟାଚ୍କୁ ବରାବର କରିବା ନେଇ ଶେଷ ପ୍ରୟାସ କରିଥିଲା, ହେଲେ ତାହା ସମ୍ଭବ ହୋଇ ନଥିଲା । ନିର୍ଦ୍ଧାରିତ ସମୟ ଏବଂ ଇନ୍ଜ୍ୟୁରୀ ଟାଇମରେ ୨-୧ ଗୋଲରେ ଅଗ୍ରଣୀ ହୋଇ ଶେଷରେ ସ୍ପେନ ବିଜୟୀ ହୋଇଥିଲା । ଇଂଲଣ୍ଡର ଟାଇଟଲ ସ୍ୱପ୍ନ ଅଧୁରା ରହିଯାଇଥିଲା । ଫଳରେ ସ୍ପେନ୍ ଚତୁର୍ଥ ଥର ପାଇଁ ୟୁରୋ କପ୍ ଚାମ୍ପିଅନ ହୋଇଛି ।...
ଶେଷ ହ୍ୱିସିଲ୍ ବାଜିବା ମାତ୍ରେ ପଡ଼ିଆରେ ଆରମ୍ଭ ହୋଇଥିଲା ସ୍ପେନ ଖେଳାଳିଙ୍କ ସେଲିବ୍ରେସନ ଏବଂ ଗ୍ୟାଲେରୀରେ ପ୍ରଶଂସକ ମଧ୍ୟ ବିଜୟ ଖୁସିରେ ମତୁଆଲା ହୋଇଯାଇଥିଲେ ।
ଇଂଲଣ୍ଡ ଶେଷ ଥର ୨୦୨୦ରେ ଫାଇନାଲରେ ପ୍ରବେଶ କରି ରନର୍ସଅପ୍ ହୋଇଥିଲା । ପୁରସ୍କାର: ଚାମ୍ପିଅନ ଦଳର ୟାମାଲ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଯୁବ ଖେଳାଳି ଏବଂ ରୋଡ୍ରିଗୋ ହର୍ଣ୍ଣାଡେଜ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।