ମ୍ୟାଚ୍ ପରେ ଦର୍ଶକଙ୍କୁ ଅଟକିବାକୁ ଅନୁରୋଧ କଲା ଚେନ୍ନାଇ, କ'ଣ IPLରୁ ଅବସର ନେବେ କି ଧୋନୀ ?
ଚେନ୍ନାଇ: ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୪ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ନିଜର ଶେଷ ଘରୋଇ ମ୍ୟାଚ୍ ଖେଳୁଛି। ତେବେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ଦର୍ଶକଙ୍କୁ ମ୍ୟାଚ୍ ସରିବା ପରେ ଷ୍ଟାଡିୟମରେ ରହିବାକୁ ନିବେଦନ କରିଛି। ଏମଏସ ଧୋନୀଙ୍କ ଆଇପିଏଲ୍ରୁ ସନ୍ନ୍ୟାସ ନେବାକୁ ଯାଉଥିବା କ୍ରିକେଟ୍ ପ୍ରେମୀଙ୍କ ଗହଣରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଅନେକ ପ୍ରଶଂସକଙ୍କ ଚେନ୍ନାଇର ଏହି ଘୋଷଣା ପରେ ଭାବ ବିହ୍ଵଳ ହୋଇ ଯାଇଛନ୍ତି।ଚେନ୍ନାଇ ଫ୍ରାଞ୍ଚାଇଜ ନିଜ ପୋଷ୍ଟରେ ଲେଖିଛି, ମ୍ୟାଚ୍ ସରିବା ପରେ ଅଟକିବାକୁ ସୁପର ଫ୍ୟାନ୍ସକୁ ଅନୁରୋଧ ! ଆପଣଙ୍କ ପାଇଁ କିଛି ସ୍ପେଶାଲ ରହିଛି। ପୋଷ୍ଟରରେ ମଧ୍ୟ ମ୍ୟାଚ୍ ସରିବା ପରେ ଅଟକିବାକୁ ପ୍ରଶଂସକଙ୍କୁ ଅନୁରୋଧ କରାଯାଇ ଲେଖା ହୋଇଛି। ଚେନ୍ନାଇର ଏହି ପୋଷ୍ଟକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାନା ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। କିଏ କହୁଛି ଧୋନୀଙ୍କ ଏହା ଶେଷ ଆଇପିଏଲ୍ ସିଜିନ। ଚେନ୍ନାଇ ଷ୍ଟାଡିୟମରେ ଧୋନୀଙ୍କ ଏହା ଶେଷ ଆଇପିଏଲ୍ ମ୍ୟାଚ୍। ???????? Requesting the Superfans to Stay back after the game! ????????Something special coming your way! ????????#CSKvRR #YellorukkumThanks ???????? pic.twitter.com/an16toRGvp— Chennai Super Kings (@ChennaiIPL) May 12, 2024ସୂଚନାଯୋଗ୍ୟ, ଚଳିତ ସଂସ୍କରଣ
ଚେନ୍ନାଇ: ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୪ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ନିଜର ଶେଷ ଘରୋଇ ମ୍ୟାଚ୍ ଖେଳୁଛି। ତେବେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ଦର୍ଶକଙ୍କୁ ମ୍ୟାଚ୍ ସରିବା ପରେ ଷ୍ଟାଡିୟମରେ ରହିବାକୁ ନିବେଦନ କରିଛି। ଏମଏସ ଧୋନୀଙ୍କ ଆଇପିଏଲ୍ରୁ ସନ୍ନ୍ୟାସ ନେବାକୁ ଯାଉଥିବା କ୍ରିକେଟ୍ ପ୍ରେମୀଙ୍କ ଗହଣରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଅନେକ ପ୍ରଶଂସକଙ୍କ ଚେନ୍ନାଇର ଏହି ଘୋଷଣା ପରେ ଭାବ ବିହ୍ଵଳ ହୋଇ ଯାଇଛନ୍ତି।
ଚେନ୍ନାଇ ଫ୍ରାଞ୍ଚାଇଜ ନିଜ ପୋଷ୍ଟରେ ଲେଖିଛି, ମ୍ୟାଚ୍ ସରିବା ପରେ ଅଟକିବାକୁ ସୁପର ଫ୍ୟାନ୍ସକୁ ଅନୁରୋଧ ! ଆପଣଙ୍କ ପାଇଁ କିଛି ସ୍ପେଶାଲ ରହିଛି। ପୋଷ୍ଟରରେ ମଧ୍ୟ ମ୍ୟାଚ୍ ସରିବା ପରେ ଅଟକିବାକୁ ପ୍ରଶଂସକଙ୍କୁ ଅନୁରୋଧ କରାଯାଇ ଲେଖା ହୋଇଛି। ଚେନ୍ନାଇର ଏହି ପୋଷ୍ଟକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାନା ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। କିଏ କହୁଛି ଧୋନୀଙ୍କ ଏହା ଶେଷ ଆଇପିଏଲ୍ ସିଜିନ। ଚେନ୍ନାଇ ଷ୍ଟାଡିୟମରେ ଧୋନୀଙ୍କ ଏହା ଶେଷ ଆଇପିଏଲ୍ ମ୍ୟାଚ୍।
???????? Requesting the Superfans to Stay back after the game! ????????
Something special coming your way! ????????#CSKvRR #YellorukkumThanks ???????? pic.twitter.com/an16toRGvp— Chennai Super Kings (@ChennaiIPL) May 12, 2024
ସୂଚନାଯୋଗ୍ୟ, ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ମିଶ୍ରିତ ରହିଛି। ଦଳ ୧୨ଟି ମୁକାବିଲାରୁ ୬ଟି ଜିତିଥିବା ବେଳେ ୬ଟି ହାରିଛି। ଦଳ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ଭେଟିଛି। ଏହି ମ୍ୟାଚ୍ ଜିତିଲେ ଦଳର ପ୍ଲେ ଅଫ୍ ଆଶା ଉଜ୍ଜିବୀତ ରହିବ। ହାରିଲେ ଦଳ ଉପରେ ସଙ୍କଟର ବାଦଲ ଛାଇଯିବ। ତେଣୁ ଆଜିର ମ୍ୟାଚ୍ ଯେମିତି ହେଲେ ଚେନ୍ନାଇକୁ ଜିତିବା ଜରୁରୀ।