ଆନ୍ଦୋଳନରୁ ଓହରିଲା ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଅଡିସନ୍ କମିଟି
ଆନ୍ଦୋଳନରୁ ଓହରିଲା ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଅଡିସନ୍ କମିଟି । ଆଜି ତୃତୀୟ ଥର ପାଇଁ ପରିବହନ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚୋନ ପରେ ଆନ୍ଦୋଲୋନକୁ ପ୍ରତ୍ୟାହାର କଲା ସଂଘ । ଆସନ୍ତା କାଲି ଠାରୁ ସ୍ଵାଭାବିକ ହେବ ଟ୍ରକ୍ ଚଳାଚଳ । ଗତ ନଭେମ୍ବର 10 ତାରିଖରୁ 11 ଦଫା ଦାବି ନେଇ 13 ଜିଲ୍ଲାର ଲଘୁ ଖଣିଜ ପଦାର୍ଥ ବା ବାଲି ପରିବହନ କରୁଥିବା ଟ୍ରକ୍ ସଂଘ ଆନ୍ଦୋଲୋନ ଜାରି ରଖିଥିଲେ […] The post ଆନ୍ଦୋଳନରୁ ଓହରିଲା ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଅଡିସନ୍ କମିଟି appeared first on KNews Odisha.

ଆନ୍ଦୋଳନରୁ ଓହରିଲା ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଅଡିସନ୍ କମିଟି । ଆଜି ତୃତୀୟ ଥର ପାଇଁ ପରିବହନ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚୋନ ପରେ ଆନ୍ଦୋଲୋନକୁ ପ୍ରତ୍ୟାହାର କଲା ସଂଘ । ଆସନ୍ତା କାଲି ଠାରୁ ସ୍ଵାଭାବିକ ହେବ ଟ୍ରକ୍ ଚଳାଚଳ । ଗତ ନଭେମ୍ବର 10 ତାରିଖରୁ 11 ଦଫା ଦାବି ନେଇ 13 ଜିଲ୍ଲାର ଲଘୁ ଖଣିଜ ପଦାର୍ଥ ବା ବାଲି ପରିବହନ କରୁଥିବା ଟ୍ରକ୍ ସଂଘ ଆନ୍ଦୋଲୋନ ଜାରି ରଖିଥିଲେ ।
ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ସଂଘର ସମସ୍ତ ଦାବି ପୁରଣ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ସଂଘ । ସଂଘର ଦାବିଗୁଡିକୁ ଥିଲା ଯଥାକ୍ରମେ ଗାଡିକୁ ଇଟ୍ରାନଜିଟ ପାସ୍ ଦିଆଯିବା,ବାଲିଘାଟରେ ଓଜନ ବ୍ଯବସ୍ଥା କରାଯିବା, ଏନଜିଟି ଗତ ଅକ୍ଟୋବର ୨୫ ତାରିଖ ଦିନ ଦେଇଥିବା ନିର୍ଦ୍ଦେଶରେ କୋହଳ କରାଯିବା, ଘାଟରେ ସିସିଟିଭିର ବ୍ଯବସ୍ଥା କରାଯିବ,ପ୍ରତ୍ଯେକ ଘାଟରେ ସାଇନ ବୋର୍ଡ ଲଗାଯିବ,ରାଜ୍ଯ ସାରା ପ୍ରତ୍ଯେକ ବାଲି ଘାଟର ସଠିକ ମୂଲ୍ଯ ନିର୍ଦ୍ଦାରଣ କରାଯିବା,ସ୍ବତନ୍ତ୍ର ଆପ ତିଆରି କରାଯିବା, ଜିଲ୍ଲାୱାରୀ ବାଲିଘାଟର ତାଲିକା ପ୍ରକାଶ କରାଯିବା, ଇଟ୍ରାନଜିଟ ପାସର ଅବଧି ୧୨ ଘଣ୍ଟାକୁ ବୃଦ୍ଦି କରାଯିବା ଭଳି ପ୍ରମୁଖ ଦାବି ଥିଲା ସଂଘର ।
The post ଆନ୍ଦୋଳନରୁ ଓହରିଲା ୟୁନାଇଟେଡ ଟ୍ରକ୍ ଓନର ଆସୋସିଏସନ୍ କୋଅଡିସନ୍ କମିଟି appeared first on KNews Odisha.