Water Supply Issues in Tangi Block: ଏଇ ନଳକୂଅର ପାଣି ପାଟିରେ ଦେଇହବନି, ତଥାପି ସକାଳୁ ସଂଜ ଲମ୍ବା ଧାଡ଼ି
ଏହି କୂଅ ଭିତରେ ଗଛ ଲତା ହୋଇଥିବା ବେଳେ ଏହା ଅସ୍ବାସ୍ଥ୍ୟକର ହୋଇ ପଡ଼ିଛି । ତଥାପି ଜୀବନ ବଞ୍ଚାଇବା ପାଇଁ ଏହି କୂଅ ଉପରେ ନିର୍ଭର କରୁଛନ୍ତି ଏଠାକାର ବାସିନ୍ଦା । ଗାଁ ଭିତରେ ଗୋଟେ ନଳକୂଅ ଥିଲେ ମଧ୍ୟ ତାହା ପିଇବା ଉପଯୋଗୀ ନୁହେଁ । ତଥାପି କିଛି ମହିଳା ଏହି ନଳକୂପ ପାଣି ନେଇ ଅନ୍ୟ କାର୍ଯ୍ୟରେ ଲଗାଇ ଥାଆନ୍ତି। ସରକାରଙ୍କ ବସୁଧା ଯୋଜନାରେ ଆଜିଯାଏ ପାନୀୟ ଜଳ ପହଞ୍ଚି ନପାରିବା ଅତି ଦୁର୍ଭାଗ୍ୟର ବିଷୟ ବୋଲି ଲୋକେ କହନ୍ତି ।