ପାଣିଘେରରେ ତେରେସିଂହା ବସ୍ତି ସ୍କୁଲ
କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ/ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ତେରେସିଂହା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପଣିଘେରରେ ରହିଛି। ଏହି ସମସ୍ୟା ପ୍ରତିବର୍ଷ ଦେଖାଦେଉଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ। ଫଳରେ ଅସୁରକ୍ଷିତ ତଥା ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଚାଲିଛି ପାଠପଢ଼ା। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୦୮ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି I ସ୍କୁଲ ପରିସରରେ ଏକ ଅଙ୍ଗନଓ୍ବାଡ଼ି କେନ୍ଦ୍ର ମଧ୍ୟ ରହିଛି I ଗ୍ରାମରେ ସାମାନ୍ୟ ବର୍ଷା ହେଲେ ଗାଁ […] The post ପାଣିଘେରରେ ତେରେସିଂହା ବସ୍ତି ସ୍କୁଲ appeared first on Dharitri Odia News.
କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ/ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ତେରେସିଂହା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପଣିଘେରରେ ରହିଛି। ଏହି ସମସ୍ୟା ପ୍ରତିବର୍ଷ ଦେଖାଦେଉଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ। ଫଳରେ ଅସୁରକ୍ଷିତ ତଥା ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଚାଲିଛି ପାଠପଢ଼ା। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୦୮ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି I ସ୍କୁଲ ପରିସରରେ ଏକ ଅଙ୍ଗନଓ୍ବାଡ଼ି କେନ୍ଦ୍ର ମଧ୍ୟ ରହିଛି I ଗ୍ରାମରେ ସାମାନ୍ୟ ବର୍ଷା ହେଲେ ଗାଁ ବସ୍ତିଠାରୁ ଆସିଥିବା ଡ୍ରେନ୍ ପାଣି ସମେତ ପୋଖରୀ ଓ ନିକଟସ୍ଥ କ୍ଷେତର ପାଣି ସ୍କୁଲ ସମ୍ମୁଖରେ ଜମି ରହୁଛି। ମାସ ମାସ ଧରି ଦୂଷିତ ପାଣି ଜମି ରହିବା ଯୋଗୁ ଦୁର୍ଗନ୍ଧ ସହ ମଶାମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି I ଅନ୍ୟପଟେ ଛାତ୍ରୀଛାତ୍ରଙ୍କ ପାଇଁ ପାଇଖାନା ବ୍ୟବସ୍ଥା ରହିଥିଲେ ହେଁ ଜଳମଗ୍ନ ଯୋଗୁ ବ୍ୟବହାର ହୋଇ ପାରୁ ନାହିଁ। ଫଳରେ ସ୍କୁଲ ଛାତ୍ରୀଛାତ୍ର ଓ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁଥିବା ଶିଶୁ ସମେତ ଗର୍ବବତୀ ମହିଳା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ସେଠଙ୍କୁ ପଚାରିବାରୁ ଗତ ବର୍ଷଠାରୁ ଏହି ସମସ୍ୟା ସମ୍ପର୍କରେ ଗ୍ରାମର ଗ୍ରାମ୍ୟ ଉନ୍ନୟନ ସମିତି, ସରପଞ୍ଚ, ବ୍ଲକ ଅଧ୍ୟକ୍ଷା, ବିଡ଼ିଓଙ୍କୁ ଜଣେଇଥିବା ସତ୍ତ୍ୱେ କୌଣସି ସମାଧାନ ହୋଇ ପାରି ନ ଥିବା କହିଛନ୍ତି।ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ସୁନାଙ୍କୁ ପଚରାଯିବାରୁ ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
The post ପାଣିଘେରରେ ତେରେସିଂହା ବସ୍ତି ସ୍କୁଲ appeared first on Dharitri Odia News.