ଆଜି ଭାଜପାର ରାଜ୍ୟ ନିର୍ବାଚନ କମିଟି ବୈଠକ
ଭୁବନେଶ୍ୱର, ୧୬।୩(ସୁନିତ୍ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ଭାଜପା ମେଣ୍ଟ ହେବ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେନେଇ ଗୁରୁବାରଠାରୁ ବିଶେଷ ଆଲୋଚନା ହେଉନାହିଁ। ମେଣ୍ଟ ହେବ ନ ହେବ ତା’ର ସ୍ପଷ୍ଟ ଚିତ୍ର ନ ଥିବା ଉଭୟ ବିଜେଡି ଏବଂ ଭାଜପା ନେତାମାନେ ଖୋଲାଖୋଲି ମତଦେବା ଆରମ୍ଭ କଲେଣି। ଏହାରି ଭିତରେ ଶନିବାର ଭାଜପାର ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ ବୋଲି ଜଣାପଡିଛି। ପୂର୍ବରୁ ଭାଜପାର ସେଣ୍ଟ୍ରାଲ ନିର୍ବାଚନ କମିଟି(ସିଇସି) ବୈଠକ ଦୁଇ […] The post ଆଜି ଭାଜପାର ରାଜ୍ୟ ନିର୍ବାଚନ କମିଟି ବୈଠକ appeared first on Dharitri Odia News.
ଭୁବନେଶ୍ୱର, ୧୬।୩(ସୁନିତ୍ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ଭାଜପା ମେଣ୍ଟ ହେବ ବୋଲି ଯେଉଁ ଚର୍ଚ୍ଚା ଚାଲିଥିଲା ସେନେଇ ଗୁରୁବାରଠାରୁ ବିଶେଷ ଆଲୋଚନା ହେଉନାହିଁ। ମେଣ୍ଟ ହେବ ନ ହେବ ତା’ର ସ୍ପଷ୍ଟ ଚିତ୍ର ନ ଥିବା ଉଭୟ ବିଜେଡି ଏବଂ ଭାଜପା ନେତାମାନେ ଖୋଲାଖୋଲି ମତଦେବା ଆରମ୍ଭ କଲେଣି।
ଏହାରି ଭିତରେ ଶନିବାର ଭାଜପାର ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ ବୋଲି ଜଣାପଡିଛି। ପୂର୍ବରୁ ଭାଜପାର ସେଣ୍ଟ୍ରାଲ ନିର୍ବାଚନ କମିଟି(ସିଇସି) ବୈଠକ ଦୁଇ ଥର ବସିସାରିଥିବା ବେଳେ ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇସାରିଛି। ହେଲେ ଦୁଇଟି ଯାକ ପର୍ଯ୍ୟାୟରେ ଓଡ଼ିଶାକୁ ତାଲିକାରେ ରଖାଯାଇ ନାହିଁ।
ଏଭଳି ସ୍ଥିତିରେ ଶନିବାର ବସିବାକୁ ଥିବା ରାଜ୍ୟ ନିର୍ବାଚନ କମିଟି ବୈଠକ ବହୁ ଗୁରୁତ୍ୱ ବହନ କରୁଥିବା ଚର୍ଚ୍ଚା ହେଉଛି। ତେବେ ଭାଜପାର ରାଜ୍ୟ ନିର୍ବାଚନ କମିଟିରେ ମୋଟ୍ ୧୯ ଜଣ ସଦସ୍ୟ ରହିଛନ୍ତି। ସେଥିରେ ୧୫ ଜଣ ସଦସ୍ୟଙ୍କ ସମେତ ଜଣେ ଏକ୍ସ ଅଫିସିଓ ଓ ୩ କେନ୍ଦ୍ରୀୟ ନେତାଙ୍କୁ ସ୍ବତନ୍ତ୍ର ଆମନ୍ତ୍ରିତ ଭାବେ ରଖାଯାଇଛି। ସେମାନେ ହେଉଛନ୍ତି, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଏମ୍ପି ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି କେ.ଭି. ସିଂଦେଓ, ସମୀର କୁମାର ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ଦଳର ରାଜ୍ୟ ସାଧାରଣ ସମ୍ପାଦକ(ସଙ୍ଗଠନ) ମାନସ ମହାନ୍ତି ଅଛନ୍ତି। ଏହାସହ ମହିଳା ମୋର୍ଚ୍ଚା ସଭାପତି ଏଶ୍ୱର୍ଯ୍ୟା ବିଶ୍ୱାଳ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ରହିଛନ୍ତି।
ଏହି ନେତାମାନଙ୍କୁ ନେଇ ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅପରାହ୍ନ ୪ଟା ସମୟରେ ବୈଠକ ବସିବ ବୋଲି ପୂର୍ବତନ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ହେଲେ ଏହି ବୈଠକ ସମ୍ପର୍କରେ କୌଣସି ସୂଚନା ନ ଥିବା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। ଯଦି ବି ବୈଠକ ହୁଏ ନିର୍ବାଚନମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ ଥିବାରୁ ସେଥିରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ନିର୍ବାଚନ କମିଟି ବୈଠକ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ କାହିଁକି ଯୋଗଦେବେ ନାହିଁ ଏବଂ ତାଙ୍କୁ କିପରି ବୈଠକ ସମ୍ପର୍କରେ ସୂଚନା ଶୁକ୍ରବାର ପର୍ଯ୍ୟନ୍ତ ମିଳି ନାହିଁ ବୋଲି ପ୍ରଶ୍ନ ଉଠିଛି।
The post ଆଜି ଭାଜପାର ରାଜ୍ୟ ନିର୍ବାଚନ କମିଟି ବୈଠକ appeared first on Dharitri Odia News.