ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି

ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇଛନ୍ତି। ରସାୟନ ବିଜ୍ଞାନ ବିଭାଗରେ କଂସାମାରି ଗ୍ରାମର ଟି. ସୁବାସ ଦୋରାଙ୍କ ଝିଅଟି. ଶୀତଲ ଦୋରା ଟପ୍ପର ହୋଇଥିବା ବେଳେ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ବିଭାଗରେ କଇଠଡ଼ା ପଞ୍ଚାୟତ ଜଗନ୍ନାଥ ପୁର ଗ୍ରାମର ରଙ୍କ ସେଠୀଙ୍କ ଝିଅ ପୁଷ୍ପାଞ୍ଜଳି ସେଠୀ ଟପ୍ପର ହୋଇଥିବା […] The post ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି appeared first on Dharitri Odia News.

ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି

ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇଛନ୍ତି। ରସାୟନ ବିଜ୍ଞାନ ବିଭାଗରେ କଂସାମାରି ଗ୍ରାମର ଟି. ସୁବାସ ଦୋରାଙ୍କ ଝିଅଟି. ଶୀତଲ ଦୋରା ଟପ୍ପର ହୋଇଥିବା ବେଳେ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ବିଭାଗରେ କଇଠଡ଼ା ପଞ୍ଚାୟତ ଜଗନ୍ନାଥ ପୁର ଗ୍ରାମର ରଙ୍କ ସେଠୀଙ୍କ ଝିଅ ପୁଷ୍ପାଞ୍ଜଳି ସେଠୀ ଟପ୍ପର ହୋଇଥିବା କଲେଜ ଅଧ୍ୟକ୍ଷ ଡ. ଅସିତ କୁମାର ଷଡ଼ଙ୍ଗୀଙ୍କ ଠାରୁ ସୂଚନା ମିଳିଛି। ସେହିଭଳି ଶୁଭମ ବାଡ଼ତ୍ୟା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କିରଣ ଗୌଡ଼ ତୃତୀୟ, ଶିଶିର ରଞ୍ଜନ ସାହୁ ଷଷ୍ଠ, ଦେବକୀ ବଡ଼ରଇତ ନବମ ଏବଂ ବି. ମନୀଷା ରେଡ୍ଡୀ ଦଶମ ସ୍ଥାନରେ ରହିଛନ୍ତି। ଗଣିତରେ ଶୁଭସ୍ମିତା ପଣ୍ଡା ଶ୍ରେଷ୍ଠ ଦଶ ତାଲିକାର ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଭୂତତ୍ତ୍ବ ବିଭାଗରେ ରୁଦ୍ରପ୍ରସାଦ ପାତ୍ର ତୃତୀୟ, ରୋଜାଲିନ ପାତ୍ର ସପ୍ତମ, ସୋନମ ପାଣିଗ୍ରାହୀ ନବମ ଏବଂ ବର୍ଷାରାଣୀ ସାହୁ ଦଶମ ସ୍ଥାନରେ ରହିଥିବା ଜଣାପଡ଼ିଛି।

The post ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି appeared first on Dharitri Odia News.