ନେପାଳୀ ପର୍ବତାରୋହୀ ଭାଙ୍ଗିଲେ ନିଜ ରେକର୍ଡ, ୫୪ ବର୍ଷ ବୟସରେ ୨୯ଥର ଚଢିଲେ ମାଉଣ୍ଟ ଏଭରେଷ୍ଟ
କାଠମାଣ୍ଡୁ ୧୨।୫: ନେପାଳରେ ‘ଏଭରେଷ୍ଟ ମ୍ୟାନ’ ନାମରେ ପରିଚିତ କାମୀ ରୀତା ଶେରପା ରବିବାର ସକାଳେ ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଚଢି ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି। ୫୪ ବର୍ଷ ବୟଷ୍କ ଶେରପା, ପର୍ବତାରୋହୀ ଓ ଗାଇଡ ଗତ ବସନ୍ତ ଋତୁରେ ୮୮୪୮.୮୬ ମିଟର ଉଚ୍ଚ ମାଉଣ୍ଟ ଏଭରେଷ୍ଟକୁ ଗୋଟିଏ ସପ୍ତାହରେ ଦୁଇ ଥର ଚଢିଥିଲେ ଓ ଶୀର୍ଷକୁ ୨୮ ଥର ପହଞ୍ଚିବାର ରେକର୍ଡ କାୟମ କରିଥିଲେ। ପର୍ବତାରୋହୀ ଏଥର ପୁଣି ଥରେ ଦ୍ୱିତୀୟବାର ଶିଖରକୁ ଚଢିବା ପାଇଁ ତାଙ୍କ ଯୋଜନା ସମ୍ପର୍କରେ ସୂଚିତ କରିଛନ୍ତି। ତେବେ ଏଭରେଷ୍ଟ ଶୃଙ୍ଗକୁ ଉଠିବା ପୂର୍ବରୁ କାମୀ ରୀତା କହିଥିଲେ ଯେ ସେ କୌଣସି ନିର୍ଦ୍ଧାରିତ ସଂଖ୍ୟା ନିମନ୍ତେ ସାଗରମାଥା (ମାଉଣ୍ଟ ଏଭରେଷ୍ଟର ନେପାଳୀ ନାମ) ଚଢିବାର କୌଣସି ଯୋଜନା ନାହିଁ। ପର୍ଯ୍ୟଟନ ବିଭାଗ ଅଧିକାରୀଙ୍କ ଅନୁସାରେ ରେକର୍ଡ ସ୍ଥାପନା କରିଥିବା ପର୍ବତାରୋହୀ ‘ସେଭେନ ସମ୍ମିଟ ଟ୍ରାକ୍ସ’ ଦ୍ୱାରା ଆୟୋଜିତ ଏକ ଅଭିଯାନର ମାର୍ଗଦର୍ଶକ ଭାବେ କାମୀରୀତା ରବିବାର ସକାଳ ୭ଟା ୨୫ ମିନିଟ୍ରେ ଏଭରେଷ୍ଟ ଶିଖରକୁ ପହଞ୍ଚିଥିଲେ। କାମୀ ରୀତାଙ୍କର ଏହା ୨୯ ତମ ମାଉଣ୍ଟ ଏଭରେଷ୍ଟ ଆରୋହଣ ଥିଲା। ଏଣୁ ସେଭେନ ସମ୍ମିଟ ଟ୍ରାକ୍ସର ବରିଷ୍ଠ ମାର୍ଗଦର୍ଶକ କାମୀ ରୀତା ଶେରପାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଶେରପା ଏପ୍ରିଲ ଶେଷ ସପ୍ତାହରେ ୨୮ ପର୍ବତାରୋହୀଙ୍କ ଏକ ଦଳ ସହିତ କାଠମାଣ୍ଡୁରୁ ତାଙ୍କ ଅଭିଯାନ ଆରମ୍ଭ କରିଥିଲେ। କାମୀରୀତା ପର
କାଠମାଣ୍ଡୁ ୧୨।୫: ନେପାଳରେ ‘ଏଭରେଷ୍ଟ ମ୍ୟାନ’ ନାମରେ ପରିଚିତ କାମୀ ରୀତା ଶେରପା ରବିବାର ସକାଳେ ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଚଢି ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି। ୫୪ ବର୍ଷ ବୟଷ୍କ ଶେରପା, ପର୍ବତାରୋହୀ ଓ ଗାଇଡ ଗତ ବସନ୍ତ ଋତୁରେ ୮୮୪୮.୮୬ ମିଟର ଉଚ୍ଚ ମାଉଣ୍ଟ ଏଭରେଷ୍ଟକୁ ଗୋଟିଏ ସପ୍ତାହରେ ଦୁଇ ଥର ଚଢିଥିଲେ ଓ ଶୀର୍ଷକୁ ୨୮ ଥର ପହଞ୍ଚିବାର ରେକର୍ଡ କାୟମ କରିଥିଲେ।
ପର୍ବତାରୋହୀ ଏଥର ପୁଣି ଥରେ ଦ୍ୱିତୀୟବାର ଶିଖରକୁ ଚଢିବା ପାଇଁ ତାଙ୍କ ଯୋଜନା ସମ୍ପର୍କରେ ସୂଚିତ କରିଛନ୍ତି। ତେବେ ଏଭରେଷ୍ଟ ଶୃଙ୍ଗକୁ ଉଠିବା ପୂର୍ବରୁ କାମୀ ରୀତା କହିଥିଲେ ଯେ ସେ କୌଣସି ନିର୍ଦ୍ଧାରିତ ସଂଖ୍ୟା ନିମନ୍ତେ ସାଗରମାଥା (ମାଉଣ୍ଟ ଏଭରେଷ୍ଟର ନେପାଳୀ ନାମ) ଚଢିବାର କୌଣସି ଯୋଜନା ନାହିଁ। ପର୍ଯ୍ୟଟନ ବିଭାଗ ଅଧିକାରୀଙ୍କ ଅନୁସାରେ ରେକର୍ଡ ସ୍ଥାପନା କରିଥିବା ପର୍ବତାରୋହୀ ‘ସେଭେନ ସମ୍ମିଟ ଟ୍ରାକ୍ସ’ ଦ୍ୱାରା ଆୟୋଜିତ ଏକ ଅଭିଯାନର ମାର୍ଗଦର୍ଶକ ଭାବେ କାମୀରୀତା ରବିବାର ସକାଳ ୭ଟା ୨୫ ମିନିଟ୍ରେ ଏଭରେଷ୍ଟ ଶିଖରକୁ ପହଞ୍ଚିଥିଲେ।
କାମୀ ରୀତାଙ୍କର ଏହା ୨୯ ତମ ମାଉଣ୍ଟ ଏଭରେଷ୍ଟ ଆରୋହଣ ଥିଲା। ଏଣୁ ସେଭେନ ସମ୍ମିଟ ଟ୍ରାକ୍ସର ବରିଷ୍ଠ ମାର୍ଗଦର୍ଶକ କାମୀ ରୀତା ଶେରପାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଶେରପା ଏପ୍ରିଲ ଶେଷ ସପ୍ତାହରେ ୨୮ ପର୍ବତାରୋହୀଙ୍କ ଏକ ଦଳ ସହିତ କାଠମାଣ୍ଡୁରୁ ତାଙ୍କ ଅଭିଯାନ ଆରମ୍ଭ କରିଥିଲେ। କାମୀରୀତା ପର୍ବତାରୋହୀଙ୍କ ନିମନ୍ତେ ମାର୍ଗଦର୍ଶକ ଭାବେ ସାଗରମାଥା ଚଢିଛନ୍ତି। ମାଉଣ୍ଟ ଏଭରେଷ୍ଟ ଆରୋହଣର ୭୧ ବର୍ଷର ଇତିହାସରେ କାମୀରୀତା ବିଶ୍ୱର ସର୍ବୋଚ୍ଚ ଶିଖରକୁ ସର୍ବାଧିକ ବାର ଚଢିବାର ରେକର୍ଡ ନିଜ ନାମରେ କରିଛନ୍ତି।