ପାର୍ବଣରେ କନ୍ଦାଇଲା ଦରବୃଦ୍ଧି: ସେଞ୍ଚୁରି ମାରିଲା ଟମାଟୋ ଦର, ପରିବା କିଣିବାକୁ ଲାଗୁଛି ଡର

ଭୁବନେଶ୍ୱର ୦୭/୧୦:  ଟମାଟୋ ସହ ଅଧିକାଂଶ ପନି ପରିଵା ଦାମ ଵଢିଛି । କଟକ ଛତ୍ରଵଜାର ଅର୍ବାନ ହାଟରେ ଟମାଟୋ କିଲୋ ପ୍ରତି ୭୦ ରୁ ୮୦ଟଙ୍କା ରେ ଵିକ୍ରି ହେଉଥିବା ବେଳେ ଵିନ ଛୁଇଁ କିଲୋ ପିଛା ଶହେ କୋଡ଼ିଏ ଟଙ୍କାରେ ଵିକ୍ରି ହେଉଛି। ଅଧିକାଂଶ ପରିଵା ରେଟ ପଚାଶ, ଷାଠିଏ ଟଙ୍କାରୁ ଅଧିକ ରହିଛି। ସୂଚନା ଥାଉକି, ରବିବାର ଭୁବନେଶ୍ୱର ବଜାରରେ ଟମାଟୋ କିଲୋ ୧୦୦ ଟଙ୍କା ଛୁଇଁଛି । ଏପରିକି ଖୁଚୁରା ଦୋକାନରେ ଟମାଟୋ କେଜି ୧୨୦ ଟଙ୍କାରେ ବିକ୍ରି ହେଉଥିଲା । ଟମାଟୋ ଦର ଶୁଣି ଖାଉଟିଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । କେବଳ ଭୁବନେଶ୍ୱର ନୁହେଁ କଟକ ଛତ୍ରବଜାରରେ ମଧ୍ୟ ସମାନ ସ୍ଥିତି । ଶନିବାର ରାତିରୁ ଦର ବଢ଼ିଥିବା ବ୍ୟବସାୟୀମାନେ କହିଛନ୍ତି । ଟ୍ୱିନସିଟିକୁ ବାଦ୍‌ ଦେଇ ଗ୍ରାମାଞ୍ଚଳରେ ବି ଟମାଟୋ ଦର ୯୦ ଟଙ୍କାରେ ବିକ୍ରି ଚାଲିଛି । ଅନ୍ୟ ପରିବା ଦର ମଧ୍ୟ ୮୦ରୁ ୯୦ ଟଙ୍କା ରହିଛି । ସ୍ଥାନୀୟ ଅଞ୍ଚଳରେ ପରିବା ନ ଥିବାରୁ ବାହାର ପରିବା ଉପରେ ନିର୍ଭର କରିବାକୁ ପଡୁଥିବାରୁ ଏଭଳି ସ୍ଥିତି ହୋଇଥିବା ବ୍ୟବସାୟୀ ସଂଘ କହିଛନ୍ତି ।  ଦୀର୍ଘ ୧୫ ଦିନ ହେବ ପରିବା ଦର ଆକାଶ ଛୁଆଁ ରହିଛି । ଦ୍ୱିତୀୟା ଓଷା ସମୟରେ ଭୁବନେଶ୍ୱରରେ ପରିବା ଦର ଯାହା ଥିଲା ଏବେ ନବରାତ୍ରି ବେଳେ ଏହା ୫ରୁ ୧୦ ଟଙ୍କା ବଢିଛି । ଟମାଟୋକୁ ବାଦ୍‌ ଦେଲେ କୁନ୍ଦୁରୀ କିଲୋ ୬୦, କଲରା ୮୦, ବାଇଗଣ ୬୦ରୁ ୮୦, ପୋଟଳ ୮୦, ଭେଣ୍ଡି ୮୦, ବିନ୍‌ ୮୦ରୁ ୧୦୦, ଝୁଡ଼ଙ୍ଗ ୬୦, କଖାରୁ ୪

ପାର୍ବଣରେ କନ୍ଦାଇଲା ଦରବୃଦ୍ଧି: ସେଞ୍ଚୁରି ମାରିଲା ଟମାଟୋ ଦର, ପରିବା କିଣିବାକୁ ଲାଗୁଛି ଡର

ଭୁବନେଶ୍ୱର ୦୭/୧୦:  ଟମାଟୋ ସହ ଅଧିକାଂଶ ପନି ପରିଵା ଦାମ ଵଢିଛି । କଟକ ଛତ୍ରଵଜାର ଅର୍ବାନ ହାଟରେ ଟମାଟୋ କିଲୋ ପ୍ରତି ୭୦ ରୁ ୮୦ଟଙ୍କା ରେ ଵିକ୍ରି ହେଉଥିବା ବେଳେ ଵିନ ଛୁଇଁ କିଲୋ ପିଛା ଶହେ କୋଡ଼ିଏ ଟଙ୍କାରେ ଵିକ୍ରି ହେଉଛି। ଅଧିକାଂଶ ପରିଵା ରେଟ ପଚାଶ, ଷାଠିଏ ଟଙ୍କାରୁ ଅଧିକ ରହିଛି। 

ସୂଚନା ଥାଉକି, ରବିବାର ଭୁବନେଶ୍ୱର ବଜାରରେ ଟମାଟୋ କିଲୋ ୧୦୦ ଟଙ୍କା ଛୁଇଁଛି । ଏପରିକି ଖୁଚୁରା ଦୋକାନରେ ଟମାଟୋ କେଜି ୧୨୦ ଟଙ୍କାରେ ବିକ୍ରି ହେଉଥିଲା । ଟମାଟୋ ଦର ଶୁଣି ଖାଉଟିଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । କେବଳ ଭୁବନେଶ୍ୱର ନୁହେଁ କଟକ ଛତ୍ରବଜାରରେ ମଧ୍ୟ ସମାନ ସ୍ଥିତି । ଶନିବାର ରାତିରୁ ଦର ବଢ଼ିଥିବା ବ୍ୟବସାୟୀମାନେ କହିଛନ୍ତି । ଟ୍ୱିନସିଟିକୁ ବାଦ୍‌ ଦେଇ ଗ୍ରାମାଞ୍ଚଳରେ ବି ଟମାଟୋ ଦର ୯୦ ଟଙ୍କାରେ ବିକ୍ରି ଚାଲିଛି । ଅନ୍ୟ ପରିବା ଦର ମଧ୍ୟ ୮୦ରୁ ୯୦ ଟଙ୍କା ରହିଛି । 

ସ୍ଥାନୀୟ ଅଞ୍ଚଳରେ ପରିବା ନ ଥିବାରୁ ବାହାର ପରିବା ଉପରେ ନିର୍ଭର କରିବାକୁ ପଡୁଥିବାରୁ ଏଭଳି ସ୍ଥିତି ହୋଇଥିବା ବ୍ୟବସାୟୀ ସଂଘ କହିଛନ୍ତି ।  ଦୀର୍ଘ ୧୫ ଦିନ ହେବ ପରିବା ଦର ଆକାଶ ଛୁଆଁ ରହିଛି । ଦ୍ୱିତୀୟା ଓଷା ସମୟରେ ଭୁବନେଶ୍ୱରରେ ପରିବା ଦର ଯାହା ଥିଲା ଏବେ ନବରାତ୍ରି ବେଳେ ଏହା ୫ରୁ ୧୦ ଟଙ୍କା ବଢିଛି । ଟମାଟୋକୁ ବାଦ୍‌ ଦେଲେ କୁନ୍ଦୁରୀ କିଲୋ ୬୦, କଲରା ୮୦, ବାଇଗଣ ୬୦ରୁ ୮୦, ପୋଟଳ ୮୦, ଭେଣ୍ଡି ୮୦, ବିନ୍‌ ୮୦ରୁ ୧୦୦, ଝୁଡ଼ଙ୍ଗ ୬୦, କଖାରୁ ୪୦, ଜହ୍ନି ୭୦, କାଙ୍କଡ଼ ୧୨୦ ଟଙ୍କା ରହିଛି । 

ତେବେ ଚିନ୍ତା ବଢ଼ାଇଛି ଟମାଟୋ । ୪ଦିନ ତଳେ ୧ ନମ୍ବର ହାଟରେ ଟମାଟୋ କିଲୋ ୫୦ରୁ ୬୦ଟଙ୍କାରେ ବିକ୍ରି ହେଉଥିଲା । ହେଲେ ହଠାତ୍‌ ଦର ଶହେ ଛୁଇଁବାକୁ ସାଧାରଣ ଗ୍ରାହକ ସହଜରେ ହଜମ କରିପାରୁନହାନ୍ତି । ଭୁବନେଶ୍ୱରକୁ ରାଜ୍ୟର କୌଣସି ସ୍ଥାନରୁ ପରିବା ଆସୁନି । 


ବେଙ୍ଗାଲୁରୁରୁ ବନ୍ଧାକୋବି, ଫୁଲକୋବି, ବିନ୍‌, ଟମାଟୋ ଆସୁଛି । ତାମିଲନାଡ଼ୁରୁ ସଜନା ଛୁଇଁ, କଖାରୁ, ଲଙ୍କା, ଗୁଆଁର ଆସୁଥିବା ବେଳେ ଆନ୍ଧ୍ରରୁ ଅମୃତଭଣ୍ଡା, ମାଟି ଆଳୁ, ଇନ୍ଦୋରରୁ ଗାଜର, ପଶ୍ଚିମବଙ୍ଗରୁ ବାଇଗଣ, ପୋଟଳ, ଭଣ୍ଡା, କୁନ୍ଦୁରି, ଜହ୍ନି, ସାରୁ ଆସୁଛି । ଭୁବନେଶ୍ୱର କଞ୍ଚା ପରିବା ସଂଘର ସଦସ୍ୟ କବିରାଜ ସ୍ୱାଇଁ କହିଛନ୍ତି, ଓଡ଼ିଶାରେ ଯେଉଁଠି ଯାହା ଫସଲ ହେଉଛି, ତାହା ସ୍ଥାନୀୟ ବଜାରକୁ ଯାଉଛି, ଭୁବନେଶ୍ୱରକୁ ଆସୁନି । 

ସେଥିପାଇଁ ଦର ଉଚ୍ଚା ରହୁଛି । ଦୈନିକ ଭୁବନେଶ୍ୱରକୁ ୮ରୁ ୧୦ ଗାଡି ଟମାଟୋ ଆସୁଛି । ବେଙ୍ଗାଲୁରୁ ସହରରେ ବି ଟମାଟୋ କେଜି ୧୦୦ ଟଙ୍କା ଅଛି । ତଥାପି ଆମେ କିଲୋ ୬୦ ଟଙ୍କାରେ ଟମାଟୋ କିଣୁଛୁ । ହେଲେ ଓଡ଼ିଶାକୁ ଆସିବା ବେଳେ ପରିବହନ ଖର୍ଚ୍ଚ ମିଶାଇଲେ ତାହା ୮୦ ହେଉଛି । 

ବିଭିନ୍ନ ବଜାରକୁ ଗଲା ବେଳକୁ ଦର ବଢୁଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ଛତ୍ରବଜାରର ବରିଷ୍ଠ ବ୍ୟବସାୟୀ ଦେବ ସାହୁ କୁହନ୍ତି, ଚଳିତବର୍ଷ ରାଜ୍ୟରେ ଫସଲ ହେଲାନି । ଆମେ ବାହାରୁ ପରିବା ଆଣି ଯୋଗାଉଛୁ । ସାଧାରଣତଃ ପାର୍ବଣ ଋତୁରେ ପରିବାର ଚାହିଦା ଥିବାରୁ ଦର ସାମାନ୍ୟ ଉଚ୍ଚା ରହୁଛି ।