ଉଦିତ୍‌ ପ୍ରଧାନ ଗିରଫ ଘଟଣା, ଜୋନ୍‌-୫ ଏସିପି କହିଲେ- ମୃଦୁ ପାନୀୟରେ ଦିଆଯାଇଥିଲେ ନିଶାଦ୍ରବ୍ୟ

ଭୁବନେଶ୍ୱର ୨୧।୦୭ : ଛାତ୍ର କଂଗ୍ରେସ ସଭାପତି ଉଦିତ୍‌ ପ୍ରଧାନ ଗିରଫ ଘଟଣା । ଜୋନ୍‌-୫ ଏସିପି ବିଶ୍ବରଞନ ସେନାପତିଙ୍କ ପ୍ରତିକ୍ରିୟା । ଏସିପିଙ୍କ ମତରେ, ୫ ମାସ ତଳେ ଘଟିଥିଲା ଘଟଣା । ପୀଡିତାଙ୍କ ଦୁଇ ଜଣ ସାଙ୍ଗ ଉଦିତ୍‌ଙ୍କୁ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଗାଡ଼ିରେ ନେଇଥିଲେ । ପୀଡିତା ଗାଡ଼ି ଭିତରେ ଯାଣିବାକୁ ପାଇଥିଲେ ଯେ, ଯୁବକ ଜଣକ ଉଦିତ୍‌ ପ୍ରଧାନ ଏବଂ ସେ ଛାତ୍ର କଂଗ୍ରେସ ସଭାପତି । ଏହାପରେ ଝିଅର ସାଙ୍ଗ ଓ ତାଙ୍କ ପୁରୁଷ ବନ୍ଧ, ଉଦିତ୍‌ ମିଳିତ ଭାବେ ମଞ୍ଚେଶ୍ୱର ଥାନା ଅଧିନରେ ଥିବା ଏକ ହୋଟେଲ୍‌କୁ ଯାଇଥିଲେ । ସେଠାରେ ସମସ୍ତେ ମଦ୍ୟପାନ କରିଥିଲେ । ପୀଡିତା ମଦ ପିଇବାକୁ ମନା କରିତିଲେ । କିନ୍ତୁ ତାଙ୍କୁ ମୃଦୁ ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ । ଯାହାକୁ ପିଇ ପୀଡିତା ଚେତା ହରାଇଥିଲେ । ଚେତା ଫେରିବା ପରେ ସେ ନିଜକୁ ଅସଞ୍ଜତ ଅବସ୍ଥାରେ ଉଦିତ୍‌ଙ୍କ ସହିତ ହୋଟେଲର ଏକ ରୁମ୍‌ରେ ଥିବାର ଜାଣିବାକୁ ପାଇଥିଲେ । ବାକି ହୋଟେଲ ସିସିଟିଭି ଫୁଟେଜ ଏବଂ ପୀଡିତାଙ୍କ ବୟାନକୁ ଆଧାର କରି ତଦନ୍ତ କରୁଛି ପୋଲିସ ।  