ତୁଟିବ ଆମ୍ବୁଲାନ୍ସ କର୍ମଚାରୀଙ୍କ ଧର୍ମଘଟ : ଆମ୍ବୁଲାନ୍ସ ଚଳାଇବାକୁ କର୍ମଚାରୀଙ୍କୁ ଅନୁରୋଧ କଲେ କର୍ତ୍ତୃପକ୍ଷ
କନକ ବ୍ୟୁରୋ: ୧୦୮ ଆମ୍ବୁଲାନ୍ସ ଚଳାଇବାକୁ ଡ୍ରାଇଭରଙ୍କୁ ନିବେଦନ କଲେ କର୍ତ୍ତୃପକ୍ଷ । ୧୦୮ ଆମ୍ବୁଲାନ୍ସର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ଭିଡିଓ ବାର୍ତ୍ତା ଜାରି କରି ଡ୍ରାଇଭରଙ୍କୁ ଆମ୍ବୁଲାନ୍ସ ଚଳାଇବାକୁ ଅନୁରୋଧ କରିଛନ୍ତି । ଆମ୍ବୁଲାନ୍ସ କର୍ମଚାରୀଙ୍କ ଆକାଉଣ୍ଟକୁ ଦରମା ପହଞ୍ଚିଯାଇଛି । ଦରମା ସମସ୍ୟାର ସମାଧାନ ହୋଇଥିବା ବେଳେ ଗ୍ରାଚ୍ୟୁଟି ଟଙ୍କା ପ୍ରସଙ୍ଗରେ ପୂର୍ବ କମ୍ପାନୀ ସହ କଥା ଚାଲିଛି । ତେଣୁ ନିୟମ ଅନୁଯାୟୀ ଆମ୍ବୁଲାନ୍ସ ଚଳାଇବାକୁ ଅନୁରୋଧ କରିଛନ୍ତି କର୍ତ୍ତୃପକ୍ଷ । ଏହାସତ୍ୱେ କୌଣସି କର୍ମଚାରୀ ଆମ୍ବୁଲାନ୍ସ ଚଳାଚଳରେ ଅସୁବିଧା ସୃଷ୍ଟି କଲେ ତାଙ୍କ ବିରୋଧରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।