ଦୁଇ ଝିଅଙ୍କ ସହ ଆମେରିକୀୟ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ
ସୈନ ଜୁଆନ,୬।୧: ପୂର୍ବ କାରିବିଆନର ଏକ ଦ୍ୱୀପ ନିକଟରେ ବିମାନ ଦୁର୍ଘଟଣାରେ ଆମେରିକାର ଅଭିନେତା ଖ୍ରୀଷ୍ଟିଆନ ଅଲିଭର ଏବଂ ତାଙ୍କର ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି। ପୋଲିସର ସୂଚନାନୁସାରେ ବିମାନଟି ସେଣ୍ଟ ଲୁସିଆ ଅଭିମୁଖେ ଯାଉଥିବା ବେଳେ ବେକିଆ ନିକଟ ପେଟିଟ ନେଭିସ ଦ୍ୱୀପର ପଶ୍ଚିମ ଦିଗରେ ଗୁରୁବାର ଏହି ଦୁର୍ଘଟଣା ଘଟିଛି। ସେମାନେ ଝିଅମାନଙ୍କୁ ୧୦ବର୍ଷ ବୟସ୍କା ମଦିତା କ୍ଲେପର୍ ଏବଂ ୧୨ବର୍ଷିୟ ଏନିକ କ୍ଲେପର୍ ବୋଲି ଚିହ୍ନଟ କରିଥିଲେ । ସେ ଏହା ମଧ୍ୟ […] The post ଦୁଇ ଝିଅଙ୍କ ସହ ଆମେରିକୀୟ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ appeared first on Dharitri Odia News.
ସୈନ ଜୁଆନ,୬।୧: ପୂର୍ବ କାରିବିଆନର ଏକ ଦ୍ୱୀପ ନିକଟରେ ବିମାନ ଦୁର୍ଘଟଣାରେ ଆମେରିକାର ଅଭିନେତା ଖ୍ରୀଷ୍ଟିଆନ ଅଲିଭର ଏବଂ ତାଙ୍କର ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି। ପୋଲିସର ସୂଚନାନୁସାରେ ବିମାନଟି ସେଣ୍ଟ ଲୁସିଆ ଅଭିମୁଖେ ଯାଉଥିବା ବେଳେ ବେକିଆ ନିକଟ ପେଟିଟ ନେଭିସ ଦ୍ୱୀପର ପଶ୍ଚିମ ଦିଗରେ ଗୁରୁବାର ଏହି ଦୁର୍ଘଟଣା ଘଟିଛି।
ସେମାନେ ଝିଅମାନଙ୍କୁ ୧୦ବର୍ଷ ବୟସ୍କା ମଦିତା କ୍ଲେପର୍ ଏବଂ ୧୨ବର୍ଷିୟ ଏନିକ କ୍ଲେପର୍ ବୋଲି ଚିହ୍ନଟ କରିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ପାଇଲଟ ରବର୍ଟ ସାକ୍ସଙ୍କର ମଧ୍ୟ ମୃତ୍ୟୁ ହୋଇଛି। ପୋଲିସର ସୂଚନାନୁସାରେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡି ନାହିଁ।
ଅଧିକାରୀଙ୍କ ଅନୁଯାୟୀ ସେଣ୍ଟ ଭିନ୍ସେଣ୍ଟ ଏବଂ ଗ୍ରେନାଡାଇନ୍ସ କୋଷ୍ଟଗାର୍ଡ ଏହି ଅଞ୍ଚଳକୁ ଯିବାବେଳେ ଏହି ଅଞ୍ଚଳର ମତ୍ସ୍ୟଜୀବୀ ତଥା ଡାଇଭରମାନେ ସାହାଯ୍ୟ କରିବାକୁ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ମତ୍ସ୍ୟଜୀବୀ ତଥା ଡାଇଭରଙ୍କ ନି ସ୍ବାର୍ଥପର ତଥା ସାହସିକ କାର୍ଯ୍ୟକୁ ପୋଲିସ ଉଚ୍ଚ ପ୍ରଶଂସା କରିଥିଲା।
୫୧ ବର୍ଷ ବୟସ୍କ ଜର୍ମାନ ଜନ୍ମିତ ଅଭିନେତା ଡଜନେରୁ ଅଧିକ ଖ୍ୟାତନାମା ଚଳଚ୍ଚିତ୍ର ଏବଂ ଟେଲିଭିଜନ ଶୋ’ରେ ଅଭିନୟ କରିଛନ୍ତି। ଯେଉଁଥିରେ ୨୦୦୮ର ମୁଭି ‘ସ୍ପିଡ ରେସର୍’ ଏବଂ ‘ଦି ଗୁଡ ଜର୍ମାନ’ ଅନ୍ତର୍ଭୁକ୍ତ। ସେ ୧୯୯୦ ଦଶକର ଧାରାବାହିକ ‘ସେଭ୍ଡ ବାୟ ଦି ବେଲ: ଦି ନ୍ୟୁ କ୍ଲାସ’ ର ଏକ ସିଜନ ପାଇଁ ବ୍ରାଏନ କେଲର୍ ନାମକ ଏକ ସ୍ବିସ ଟ୍ରାନ୍ସଫର ଛାତ୍ର ଭୂମିକାରେ ଅଭିନୟ କରିଥିଲେ।
The post ଦୁଇ ଝିଅଙ୍କ ସହ ଆମେରିକୀୟ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ appeared first on Dharitri Odia News.