ବିବାଦ ପରେ କଂଗ୍ରେସ ବିଦେଶ ମୁଖ୍ୟ ପଦରୁ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ,୮ା୫: କଂଗ୍ରେସ ନେତା ସାମ୍ ପିଟ୍ରୋଡା ଭାରତୀୟ କଂଗ୍ରେସର ବିଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଦଳ ମଧ୍ୟ ତାଙ୍କର ଏହି ଇସ୍ତଫା ଗ୍ରହଣ କରିଛି।ଏହି ସୂଚନା କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ ମିଡ଼ିଆ ପ୍ଳାର୍ଟଫର୍ମ ଏକ୍ସ’ରେ ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି, ସାମ୍ ପିଟ୍ରୋଡା ନିଜ ଇଛାରେ ଭାରତୀୟ କଂଗ୍ରେସର ବିଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ତାଙ୍କର ଇସ୍ତଫାକୁ ଗ୍ରହଣ କରିଛନ୍ତି। ତେବେ କଂଗ୍ରେସ ବିଦେଶ ଅଧ୍ୟକ୍ଷ ସାମ […] The post ବିବାଦ ପରେ କଂଗ୍ରେସ ବିଦେଶ ମୁଖ୍ୟ ପଦରୁ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା appeared first on Dharitri Odia News.

ବିବାଦ ପରେ କଂଗ୍ରେସ ବିଦେଶ ମୁଖ୍ୟ ପଦରୁ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ,୮ା୫: କଂଗ୍ରେସ ନେତା ସାମ୍ ପିଟ୍ରୋଡା ଭାରତୀୟ କଂଗ୍ରେସର ବିଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ଦଳ ମଧ୍ୟ ତାଙ୍କର ଏହି ଇସ୍ତଫା ଗ୍ରହଣ କରିଛି।ଏହି ସୂଚନା କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ ମିଡ଼ିଆ ପ୍ଳାର୍ଟଫର୍ମ ଏକ୍ସ’ରେ ଦେଇଛନ୍ତି।

ଏଥିରେ ସେ ଲେଖିଛନ୍ତି, ସାମ୍ ପିଟ୍ରୋଡା ନିଜ ଇଛାରେ ଭାରତୀୟ କଂଗ୍ରେସର ବିଦେଶ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ତାଙ୍କର ଇସ୍ତଫାକୁ ଗ୍ରହଣ କରିଛନ୍ତି।

ତେବେ କଂଗ୍ରେସ ବିଦେଶ ଅଧ୍ୟକ୍ଷ ସାମ ପିଟ୍ରୋଡାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଭାରତର ବିଭିନ୍ନ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ବିବାଦୀୟ ଭାବେ ତୁଳନା କରୁଛନ୍ତି। ଭିଡିଓରେ ପିଟ୍ରୋଡା ପୂର୍ବ ଭାରତର ଲୋକଙ୍କୁ ଚାଇନିଜ୍ ଏବଂ ଦକ୍ଷିଣ ଭାରତର ଲୋକଙ୍କୁ ଆଫ୍ରିକୀୟ ଲୋକଙ୍କ ସହ ତୁଳନା କରୁଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ କଂଗ୍ରେସ ବ୍ୟାକଫୁଟରେ ଅଛି। ତେବେ ଦଳ ପିଟ୍ରୋଡାଙ୍କ ଏହି ବିବୃତ୍ତିରୁ ନିଜକୁ ଦୂରେଇ ରଖିଛି।

The post ବିବାଦ ପରେ କଂଗ୍ରେସ ବିଦେଶ ମୁଖ୍ୟ ପଦରୁ ଇସ୍ତଫା ଦେଲେ ସାମ୍ ପିଟ୍ରୋଡା appeared first on Dharitri Odia News.