ବ୍ଲକ ଅଫିସ ସମ୍ମୁଖରେ ହୋଇଥିବା ଆନ୍ଦୋଳନକୁ ବିରୋଧ କଲେ ୧୯ ସରପଞ୍ଚ, ଜିଲାପାଳଙ୍କୁ ଦେଲେ ଦାବିପତ୍ର
କେସିଙ୍ଗା,୨୩ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନ ବିରୋଧରେ ଚାଞ୍ଚେର ପଞ୍ଚାୟତର ସରପଞ୍ଚ ଅଞ୍ଜୁ କୁମାର ବ୍ଲକ ଅଫିସ ଆଗରେ ୩ ଦିନ ଆନ୍ଦୋଳନ କରିଥିବା ବେଳେ ଏହାକୁ ସରପଞ୍ଚ ସଂଘ ସମର୍ଥନ କରୁଥିବା ନେଇ ସାମାଜିକ ଗଣମାଧ୍ୟମ ଓ ପୋଷ୍ଟରରେ ପ୍ରଚାର କରାଯାଇଥିଲା। ଏହାକୁ ବ୍ଲକ୍ର ୧୯ଜଣ ସରପଞ୍ଚ ବିରୋଧ କରି ଜିଲାପାଳଙ୍କୁ ସାକ୍ଷାତ କରି ତୀବ୍ର ନିନ୍ଦା କରିବା ସହ ବ୍ଲକ କାର୍ଯ୍ୟକ୍ରମ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାହତ ଘଟୁଥିବାରୁ ଜନସାଧାରଣରେ ଅସନ୍ତୋଷ […] The post ବ୍ଲକ ଅଫିସ ସମ୍ମୁଖରେ ହୋଇଥିବା ଆନ୍ଦୋଳନକୁ ବିରୋଧ କଲେ ୧୯ ସରପଞ୍ଚ, ଜିଲାପାଳଙ୍କୁ ଦେଲେ ଦାବିପତ୍ର appeared first on Dharitri Odia News.
କେସିଙ୍ଗା,୨୩ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପ୍ରଶାସନ ବିରୋଧରେ ଚାଞ୍ଚେର ପଞ୍ଚାୟତର ସରପଞ୍ଚ ଅଞ୍ଜୁ କୁମାର ବ୍ଲକ ଅଫିସ ଆଗରେ ୩ ଦିନ ଆନ୍ଦୋଳନ କରିଥିବା ବେଳେ ଏହାକୁ ସରପଞ୍ଚ ସଂଘ ସମର୍ଥନ କରୁଥିବା ନେଇ ସାମାଜିକ ଗଣମାଧ୍ୟମ ଓ ପୋଷ୍ଟରରେ ପ୍ରଚାର କରାଯାଇଥିଲା। ଏହାକୁ ବ୍ଲକ୍ର ୧୯ଜଣ ସରପଞ୍ଚ ବିରୋଧ କରି ଜିଲାପାଳଙ୍କୁ ସାକ୍ଷାତ କରି ତୀବ୍ର ନିନ୍ଦା କରିବା ସହ ବ୍ଲକ କାର୍ଯ୍ୟକ୍ରମ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ୟାହତ ଘଟୁଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସମଗ୍ର କେସିଙ୍ଗା ବ୍ଲକର ୨୬ ସରପଞ୍ଚଙ୍କ ମଧ୍ୟରୁ ୧୯ ସରପଞ୍ଚ ଜିଲପାଳଙ୍କୁୁ ଭେଟି ଅଞ୍ଜୁ କୁମାରଙ୍କ ଆନ୍ଦୋଳନକୁ ସେମାନଙ୍କର ଆଦୌ ସମର୍ଥନ ନ ଥିବା କିମ୍ବା ତାଙ୍କର କୌଣସି ମତାମତ ନିଆଯାଇ ନ ଥିବା ନେଇ ଲିଖିତ ଭାବେ ଜଣାଇଛନ୍ତି। ଏହି ଆନ୍ଦୋଳନ ତାଙ୍କର ସମ୍ପୂର୍ଣ୍ଣ ନିଜସ୍ବ ଓ ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଛି। ବ୍ଲକ ପ୍ରଶାସନକୁ ଅଯଥାରେ ଅପମାନ ଏବଂ ହଇରାଣ ହରକତ କରାଯାଉଥିବା ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ପଟେ ଜିଲା ପ୍ରଶାସନ ପକ୍ଷରୁ ପ୍ରତିନିଧି ଆସି ସରପଞ୍ଚ ଅଞ୍ଜୁ କୁମାରଙ୍କ ସହ ଆଲୋଚନା କରି ତାଙ୍କ ଅଭିଯୋଗର ତଦନ୍ତ ହେବ ବୋଲି କହିବା ପରେ ସେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ତେବେ ଏହି ଘଟଣାରେ ସରପଞ୍ଚ ସଂଘ ଦୁଇଫାଳ ହୋଇଥିବା ଆଲୋଚନା ହେଉଛି। ପୂର୍ବରୁ ସମିତିସଭ୍ୟମାନେ ମଧ୍ୟ ଦୁଇଫାଳ ହୋଇ ଏହି ଆନ୍ଦୋଳନକୁ ବିରୋଧ କରି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ।
The post ବ୍ଲକ ଅଫିସ ସମ୍ମୁଖରେ ହୋଇଥିବା ଆନ୍ଦୋଳନକୁ ବିରୋଧ କଲେ ୧୯ ସରପଞ୍ଚ, ଜିଲାପାଳଙ୍କୁ ଦେଲେ ଦାବିପତ୍ର appeared first on Dharitri Odia News.