ଉଦ୍ଧବ ଠାକରେ ଗୋଷ୍ଠୀର ନେତାଙ୍କୁ ଗୁଳିମାରି ହତ୍ୟା, ଆତ୍ମହତ୍ୟା କଲା ଅଭିଯୁକ୍ତ

ନୂଆଦିଲ୍ଲୀ: ଉଦ୍ଧବ ଠାକରେ ଗୋଷ୍ଠୀ ନେତା ଅଭିଷେକ ଘୋଷାଳକରଙ୍କ ଉପରକୁ ଗୁଳିମାଡ଼ ହତ୍ୟା । ମୁମ୍ବାଇ ଦହିସାର ଅଞ୍ଚଳରେ ଅଭିଷେକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ତାଙ୍କ ଦେହରେ ତିନିଟି ଗୁଳି ବାଜିଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ବ୍ୟକ୍ତିଗତ ବିବାଦକୁ ନେଇ ଏହି ଗୁଳିମାଡ଼ ହୋଇଛି। ସେପଟେ ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି । କୁହାଯାଉଛି ମରିସ ଭାଇ ନାମକ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଆଉ ଏହାପରେ ସେ ନିଜକୁ ମଧ୍ୟ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ମରିସ ନିଜକୁ ସାମାଜିକ କର୍ମୀ କହୁଥିଲା। ବର୍ଷେ ତଳେ ଅଭିଷେକ ଘୋଷାଳକର ତାଙ୍କ ବିରୋଧରେ ଦହିସର ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ। ଅଭିଷେକ ଘୋଷାଲକରଙ୍କୁ ଗୁଳି ମାରିବା ପରେ ତାଙ୍କ କର୍ମୀମାନେ ଆକ୍ରମଣାତ୍ମକ ହୋଇଉଠିଛନ୍ତି ଏବଂ ଅଭିଯୁକ୍ତଙ୍କ ଅଫିସ୍‌ ଭଙ୍ଗାରୁଜା କରିଛନ୍ତି। ଘଟଣା ପରେ ଦହିସର ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ଦୃଷ୍ଟିରୁ ରଖି ବ୍ୟାପକ ପୋଲିସ ନିୟୋଜିତ କରାଯାଇଛି। ଆହୁରି ପଢ଼ନ୍ତୁ: ଏକାଧିକ ଘରୋଇ ସ୍କୁଲ୍‌କୁ ବୋମାମାଡ଼ କରି ଉଡ଼ାଇ ଦେବାକୁ ଧମକ; ସରକାର କହିଲେ ଭୟଭୀତ ହୁଅନି ସୂଚନାଥାଉକି, କିଛି ଦିନ ତଳେ ବିଜେପି

ଉଦ୍ଧବ ଠାକରେ ଗୋଷ୍ଠୀର ନେତାଙ୍କୁ ଗୁଳିମାରି ହତ୍ୟା, ଆତ୍ମହତ୍ୟା କଲା ଅଭିଯୁକ୍ତ

ନୂଆଦିଲ୍ଲୀ: ଉଦ୍ଧବ ଠାକରେ ଗୋଷ୍ଠୀ ନେତା ଅଭିଷେକ ଘୋଷାଳକରଙ୍କ ଉପରକୁ ଗୁଳିମାଡ଼ ହତ୍ୟା । ମୁମ୍ବାଇ ଦହିସାର ଅଞ୍ଚଳରେ ଅଭିଷେକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ତାଙ୍କ ଦେହରେ ତିନିଟି ଗୁଳି ବାଜିଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ବ୍ୟକ୍ତିଗତ ବିବାଦକୁ ନେଇ ଏହି ଗୁଳିମାଡ଼ ହୋଇଛି। ସେପଟେ ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି ।

କୁହାଯାଉଛି ମରିସ ଭାଇ ନାମକ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଆଉ ଏହାପରେ ସେ ନିଜକୁ ମଧ୍ୟ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ମରିସ ନିଜକୁ ସାମାଜିକ କର୍ମୀ କହୁଥିଲା। ବର୍ଷେ ତଳେ ଅଭିଷେକ ଘୋଷାଳକର ତାଙ୍କ ବିରୋଧରେ ଦହିସର ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲେ। ଅଭିଷେକ ଘୋଷାଲକରଙ୍କୁ ଗୁଳି ମାରିବା ପରେ ତାଙ୍କ କର୍ମୀମାନେ ଆକ୍ରମଣାତ୍ମକ ହୋଇଉଠିଛନ୍ତି ଏବଂ ଅଭିଯୁକ୍ତଙ୍କ ଅଫିସ୍‌ ଭଙ୍ଗାରୁଜା କରିଛନ୍ତି। ଘଟଣା ପରେ ଦହିସର ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ଦୃଷ୍ଟିରୁ ରଖି ବ୍ୟାପକ ପୋଲିସ ନିୟୋଜିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଏକାଧିକ ଘରୋଇ ସ୍କୁଲ୍‌କୁ ବୋମାମାଡ଼ କରି ଉଡ଼ାଇ ଦେବାକୁ ଧମକ; ସରକାର କହିଲେ ଭୟଭୀତ ହୁଅନି

ସୂଚନାଥାଉକି, କିଛି ଦିନ ତଳେ ବିଜେପି ବିଧାୟକ ଗଣପତ ଗାୟକଓ୍ବାଡ଼ ଶିବସେନାର ନେତା ମହେଶ ଗାୟକଓ୍ବାଡ଼ଙ୍କୁ ଉପରକୁ ଆକ୍ରମଣ କରିଛନ୍ତି। ବିଧାୟକ ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ଘଟଣା ପରେ ଗିରଫ କରିନିଆଯାଇଛି ଏବଂ ତାଙ୍କୁ ପୁଅ ବୈଭବ, ଗଣାତ୍ରା ଏବଂ ଅନ୍ୟ ଅଭିଯୁକ୍ତ ନାଗେଶ ବଡେକର ଫେରାର ଅଛନ୍ତି।

The post ଉଦ୍ଧବ ଠାକରେ ଗୋଷ୍ଠୀର ନେତାଙ୍କୁ ଗୁଳିମାରି ହତ୍ୟା, ଆତ୍ମହତ୍ୟା କଲା ଅଭିଯୁକ୍ତ appeared first on Prameya News7.