‘ଗ୍ରୀନ୍‌ଲ୍ୟାଣ୍ଡ ଆମର, ଏହାକୁ କେହି କିଣିପାରିବେ ନାହିଁ...’, ଡୋନାଲ୍ଡ ଟ୍ରମ୍ପଙ୍କୁ ପିଏମ୍ ଏଗେଡେଙ୍କ ଜବାବ

ନୂଆଦିଲ୍ଲୀ: ଗ୍ରୀନ୍‌ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମ୍ୟୁଟେ ବୋରୁପ ଏଗେଡେ ବୁଧବାର ପରୋକ୍ଷରେ ଆମେରିକାକୁ କଡ଼ା ସନ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଗ୍ରୀନ୍‌ଲ୍ୟାଣ୍ଡ ହେଉଛି ତାଙ୍କର ଏବଂ କେହି ଏହାକୁ ନେଇପାରିବେ ନାହିଁ କି କିଣିପାରିବେ ନାହିଁ । ତାଙ୍କର ଏହି ବୟାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସେହି ବୟାନ ପରେ ଆସିଛି, ଯେଉଁଥିରେ ସେ କହିଥିଲେ ଯେ ତାଙ୍କ ପ୍ରଶାସନ ଆର୍କଟିକ୍ ଦ୍ୱୀପର ନିଜସ୍ୱ ନିଷ୍ପତ୍ତି ନେବାର ଅଧିକାରକୁ ସମର୍ଥନ କରୁଛି । ସେ ଏହା ମଧ୍ୟ କହିଥିଲେ ଯେ ଆମେରିକା ଏହି କ୍ଷେତ୍ରକୁ କୌଣସି ନାଁ କୌଣସି ମାର୍ଗରେ ହାସଲ କରିବି ।ଟ୍ରମ୍ପ ଆମେରିକୀୟ କଂଗ୍ରେସକୁ ସମ୍ବୋଧିତ କରିବାର କିଛି ଘଣ୍ଟା ପରେ ଗ୍ରୀନ୍‌ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଆସିଛି । ଟ୍ରମ୍ପ ନିଜ ସମ୍ୱୋଧନରେ ସିଧାସଳଖ ଗ୍ରୀନ୍‌ଲ୍ୟାଣ୍ଡର ଲୋକଙ୍କୁ ଆହ୍ୱାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ସପ୍ତାହେ ପରେ ଦ୍ୱୀପର ବାସିନ୍ଦାମାନେ ସଂସଦୀୟ ନିର୍ବାଚନରେ ଭୋଟ ଦେବେ ।ଟ୍ରମ୍ପ କହିଥିଲେ, 'ନିଜ ଭବିଷ୍ୟତକୁ ନେଇ ନିଜେ ନିଷ୍ପତ୍ତି ନେବାର ତୁମ ଅଧିକାରକୁ ଦୃଢ ସମର୍ଥନ କରୁଛୁ । ଯଦି ତୁମେ ଆମକୁ ବାଛିବ, ତେବେ ଆମେ ତୁମକୁ ଆମେରିକାରେ ସ୍ୱାଗତ କରିବୁ । ଆମେ ତୁମକୁ ସୁରକ୍ଷିତ ରଖିବୁ । ଆମେ ତୁମକୁ ଧନୀ କରିବୁ । ଆମେ ଏକାଠି ଗ୍ରୀନ୍‌ଲ୍ୟାଣ୍ଡକୁ ସଫଳତାର ଏପରି ଶିଖରକୁ ନେଇଯିବୁ, ଯାହା ଆପଣ ପୂର୍ବରୁ କେବେ କଳ୍ପନ

‘ଗ୍ରୀନ୍‌ଲ୍ୟାଣ୍ଡ ଆମର, ଏହାକୁ କେହି କିଣିପାରିବେ ନାହିଁ...’, ଡୋନାଲ୍ଡ ଟ୍ରମ୍ପଙ୍କୁ ପିଏମ୍ ଏଗେଡେଙ୍କ ଜବାବ

ନୂଆଦିଲ୍ଲୀ: ଗ୍ରୀନ୍‌ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ମ୍ୟୁଟେ ବୋରୁପ ଏଗେଡେ ବୁଧବାର ପରୋକ୍ଷରେ ଆମେରିକାକୁ କଡ଼ା ସନ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଗ୍ରୀନ୍‌ଲ୍ୟାଣ୍ଡ ହେଉଛି ତାଙ୍କର ଏବଂ କେହି ଏହାକୁ ନେଇପାରିବେ ନାହିଁ କି କିଣିପାରିବେ ନାହିଁ । ତାଙ୍କର ଏହି ବୟାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସେହି ବୟାନ ପରେ ଆସିଛି, ଯେଉଁଥିରେ ସେ କହିଥିଲେ ଯେ ତାଙ୍କ ପ୍ରଶାସନ ଆର୍କଟିକ୍ ଦ୍ୱୀପର ନିଜସ୍ୱ ନିଷ୍ପତ୍ତି ନେବାର ଅଧିକାରକୁ ସମର୍ଥନ କରୁଛି । ସେ ଏହା ମଧ୍ୟ କହିଥିଲେ ଯେ ଆମେରିକା ଏହି କ୍ଷେତ୍ରକୁ କୌଣସି ନାଁ କୌଣସି ମାର୍ଗରେ ହାସଲ କରିବି ।

ଟ୍ରମ୍ପ ଆମେରିକୀୟ କଂଗ୍ରେସକୁ ସମ୍ବୋଧିତ କରିବାର କିଛି ଘଣ୍ଟା ପରେ ଗ୍ରୀନ୍‌ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଆସିଛି । ଟ୍ରମ୍ପ ନିଜ ସମ୍ୱୋଧନରେ ସିଧାସଳଖ ଗ୍ରୀନ୍‌ଲ୍ୟାଣ୍ଡର ଲୋକଙ୍କୁ ଆହ୍ୱାନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ସପ୍ତାହେ ପରେ ଦ୍ୱୀପର ବାସିନ୍ଦାମାନେ ସଂସଦୀୟ ନିର୍ବାଚନରେ ଭୋଟ ଦେବେ ।

ଟ୍ରମ୍ପ କହିଥିଲେ, 'ନିଜ ଭବିଷ୍ୟତକୁ ନେଇ ନିଜେ ନିଷ୍ପତ୍ତି ନେବାର ତୁମ ଅଧିକାରକୁ ଦୃଢ ସମର୍ଥନ କରୁଛୁ । ଯଦି ତୁମେ ଆମକୁ ବାଛିବ, ତେବେ ଆମେ ତୁମକୁ ଆମେରିକାରେ ସ୍ୱାଗତ କରିବୁ । ଆମେ ତୁମକୁ ସୁରକ୍ଷିତ ରଖିବୁ । ଆମେ ତୁମକୁ ଧନୀ କରିବୁ । ଆମେ ଏକାଠି ଗ୍ରୀନ୍‌ଲ୍ୟାଣ୍ଡକୁ ସଫଳତାର ଏପରି ଶିଖରକୁ ନେଇଯିବୁ, ଯାହା ଆପଣ ପୂର୍ବରୁ କେବେ କଳ୍ପନା କରି ନଥିବେ ।' ଟ୍ରମ୍ପ ଏହା ମଧ୍ୟ କହିଥିଲେ ଯେ ତାଙ୍କ ସରକାର ଏହାକୁ ହାସଲ କରିବା ପାଇଁ ସମସ୍ତଙ୍କ ସହ କାମ କରୁଛି । ସେ କହିଥିଲେ ଯେ ସେ ଆମେରିକାର ଦୀର୍ଘକାଳୀନ ସହଯୋଗୀ ଡେନ୍‌ମାର୍କଠାରୁ ଗ୍ରୀନ୍‌ଲ୍ୟାଣ୍ଡ ହାସଲ କରିବାକୁ ଚାହାନ୍ତି । 

ଆମେରିକା ରାଷ୍ଟ୍ରପତି କହିଛନ୍ତି, 'ବୈଶ୍ୱିକ ସୁରକ୍ଷା ପାଇଁ ଆମକୁ ପ୍ରକୃତରେ ଏହାର ଆବଶ୍ୟକତା ରହିଛି । ମୁଁ ଅନୁଭବ କରୁଛି ଯେ ଆମେ ଏହାକୁ ହାସଲ କରିବାକୁ ଯାଉଛୁ । ଆମେ ଏହାକୁ ଯେକୌଣସି ଉପାୟରେ ହାସଲ କରିବୁ ।' ଉଲ୍ଲେଖଯୋଗ୍ୟ ଯେ ଗ୍ରୀନ୍‌ଲ୍ୟାଣ୍ଡ ଏକ ବିଶାଳ ଏବଂ ଖଣିଜ ସମ୍ପଦରେ ସମୃଦ୍ଧ ଦ୍ୱୀପ ଏବଂ ଡେନମାର୍କର ଏକ ଅର୍ଦ୍ଧ-ସ୍ୱାୟତ୍ତ ଅଞ୍ଚଳ । ଟ୍ରମ୍ପଙ୍କ ଧମକରେ ଏଠାରେ ଅନେକ ଲୋକ ଚିନ୍ତିତ ଏବଂ କ୍ରୋଧିତ ଅଛନ୍ତି । ଟ୍ରମ୍ପଙ୍କ ବୟାନ ଉପରେ ଡେନମାର୍କର ବୈଦେଶିକ ମନ୍ତ୍ରୀ ଲାର୍ସ ଲୋକ୍କେ ରାସମୁସେନ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଗ୍ରୀନ୍‌ଲ୍ୟାଣ୍ଡର ଲୋକମାନେ ଡେନମାର୍କରୁ ଅଲଗା ହୋଇ ଆମେରିକାରେ ସାମିଲ ହେବାକୁ ଚାହୁଁନାହାନ୍ତି ।