ଜମିଜମା ଗଣ୍ଡଗୋଳକୁ ନେଇ ଅଭାବନୀୟ ଘଟଣା, ଆଇଆଇସି ଓ ଏସଡିପିଓଙ୍କୁ ନିର୍ଘାତ ମାଡ଼
ଉଦଳା: ଜମିଜମା ଗଣ୍ଡଗୋଳକୁ ନେଇ ଅଭାବନୀୟ ଘଟଣା । ଲୋକଙ୍କ ଆକ୍ରୋଶର ଶିକାର ହେଲା ପୋଲିସ। ଆକ୍ରମଣରେ ଏସ୍ଡିପିଓ ଓ ଆଇଆଇସି ଗୁରୁତର। ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧିନ ବେଲପାଳ ଗ୍ରାମରେ। ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବେତନଟୀ ଏସଡିପିଓ ଓ ବଡ଼ସାହି ଆଇଆଇସି। ସେମାନଙ୍କୁ ପ୍ରଥମେ ବଡ଼ସାହି ଓ ପରେ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଗାଡ଼ି ଭଙ୍ଗାରୁଜା କରିବା ସହ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।