ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ, ରବିବାରଠୁ ରାଜ୍ୟରେ ପ୍ରବଳ ବର୍ଷା !

ଭୁବନେଶ୍ୱର ୧୩।୦୭ : ରବିବାରଠାରୁ ରାଜ୍ୟରେ  ପ୍ରବଳ ବର୍ଷା ହେବ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବ । ୧୮ ବା ୧୯ ତାରିଖ ସୁଦ୍ଧା ଏହା ଅବପାତ ରୂପ ନେବ ।  ଏହା ପ୍ରଭାବରେ ୧୫ରୁ ୨୧ ତାରିଖ ଯାଏ ଦକ୍ଷିଣ ଓଡ଼ିଶା  ସମେତ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ  ବର୍ଷା ହେବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର   ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି। ୧୫  ତାରିଖ ବାହୁଡ଼ା ଯାତ୍ରା ବେଳେ ପ୍ରବଳ ବର୍ଷା ହୋଇପାରେ । ଡ. ସାହୁ ଆକଳନ କରି କହିଛନ୍ତି ଯେ, ଓଡ଼ିଶା ଉପକୂଳ   ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ୧୪ ତାରିଖରେ ଏକ   ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୫ରେ ଏହା ଲଘୁଚାପ ରୂପ  ନେବ । ଏହା ଅଧିକ ବଳୁଆ ହୋଇ ଅବପାତରେ ପରିଣତ  ହେବ । ଅବପାତରେ ପରିଣତ ହେବା ପରେ ଉତ୍ତର  ଦିଗରେ ଅଗ୍ରସର ହେବ । ଜୁଲାଇ ୨୦ ସନ୍ଧ୍ୟା ସୁଦ୍ଧା ଏହା  ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଲଘୁଚାପ ଓ  ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରୁ ନେଇ ଉତ୍ତର ଓ  ଉପକୂଳରେ ନିର୍ଧୁମ ବର୍ଷିବ । ୨୧ ତାରିଖ ଯାଏ ପ୍ରବଳରୁ  ଅତି ପ୍ରବଳ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି । ସେହିଭଳି ଉତ୍ତରପ୍ରଦେଶର ପୂର୍ବ ଭାଗରୁ ଦକ୍ଷିଣ ଓଡ଼ିଶା  ଉପକୂଳ ଯାଏ ବାୟୁମଣ୍ଡଳର ଉପରି ଭାଗରେ ଏକ ଟ୍ରଫ୍‌  ଲମ୍ବିଛି । ଏହା ପ୍ରଭାବରେ ଶନିବାର ଉତ୍ତର ଓଡ଼ିଶା ଓ ଉପକୂଳ  ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମ

ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ, ରବିବାରଠୁ ରାଜ୍ୟରେ ପ୍ରବଳ ବର୍ଷା !

ଭୁବନେଶ୍ୱର ୧୩।୦୭ : ରବିବାରଠାରୁ ରାଜ୍ୟରେ  ପ୍ରବଳ ବର୍ଷା ହେବ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବ । ୧୮ ବା ୧୯ ତାରିଖ ସୁଦ୍ଧା ଏହା ଅବପାତ ରୂପ ନେବ ।  ଏହା ପ୍ରଭାବରେ ୧୫ରୁ ୨୧ ତାରିଖ ଯାଏ ଦକ୍ଷିଣ ଓଡ଼ିଶା  ସମେତ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ପ୍ରବଳ  ବର୍ଷା ହେବ ବୋଲି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର   ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରିଛନ୍ତି। ୧୫  ତାରିଖ ବାହୁଡ଼ା ଯାତ୍ରା ବେଳେ ପ୍ରବଳ ବର୍ଷା ହୋଇପାରେ । 

ଡ. ସାହୁ ଆକଳନ କରି କହିଛନ୍ତି ଯେ, ଓଡ଼ିଶା ଉପକୂଳ   ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ୧୪ ତାରିଖରେ ଏକ   ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୧୫ରେ ଏହା ଲଘୁଚାପ ରୂପ  ନେବ । ଏହା ଅଧିକ ବଳୁଆ ହୋଇ ଅବପାତରେ ପରିଣତ  ହେବ । ଅବପାତରେ ପରିଣତ ହେବା ପରେ ଉତ୍ତର  ଦିଗରେ ଅଗ୍ରସର ହେବ । ଜୁଲାଇ ୨୦ ସନ୍ଧ୍ୟା ସୁଦ୍ଧା ଏହା  ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବ । ଲଘୁଚାପ ଓ  ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରୁ ନେଇ ଉତ୍ତର ଓ  ଉପକୂଳରେ ନିର୍ଧୁମ ବର୍ଷିବ । ୨୧ ତାରିଖ ଯାଏ ପ୍ରବଳରୁ  ଅତି ପ୍ରବଳ ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି । 

ସେହିଭଳି ଉତ୍ତରପ୍ରଦେଶର ପୂର୍ବ ଭାଗରୁ ଦକ୍ଷିଣ ଓଡ଼ିଶା  ଉପକୂଳ ଯାଏ ବାୟୁମଣ୍ଡଳର ଉପରି ଭାଗରେ ଏକ ଟ୍ରଫ୍‌  ଲମ୍ବିଛି । ଏହା ପ୍ରଭାବରେ ଶନିବାର ଉତ୍ତର ଓଡ଼ିଶା ଓ ଉପକୂଳ  ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗ ଆକଳନ କହୁଛି, ୧୩  ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର,   ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ   କେନ୍ଦୁଝରର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ।   

୧୪ରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼,   ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଗଞ୍ଜାମ,   ଗଜପତି, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡିରେ ପ୍ରବଳ  ବର୍ଷା ସମ୍ଭାବନା ଅଛି । ୧୫, ୧୬ ଓ ୧୭ ତାରିଖରେ   ବିଭିନ୍ନ ସ୍ଥାନରେ ବି ଭାରୀ ବର୍ଷା ହେବ । ବାହୁଡ଼ା ଦିନ କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ସମେତଦକ୍ଷିଣ   ଓଡ଼ିଶାର ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।