ଟ୍ରେନ-ସ୍କୁଲ ଭ୍ୟାନ୍‌ ଦୁର୍ଘଟଣା: ଚାଲିଗଲା ତିନି ଛାତ୍ରଙ୍କ ଜୀବନ, ଫାଟକ ରକ୍ଷକ ନିଲମ୍ବିତ

କୁଡ୍ଡାଲୋର,୮।୭: ତାମିଲନାଡୁର କୁଡ୍ଡାଲୋର ଏବଂ ଆଲପ୍ପାକ୍କମ ଟ୍ରେନ୍‌ ଲାଇନ୍‌ ମଝିରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫାଟକ ପାର୍‌ ହେଉଥିବା ବେଳେ ଏକ ପାସେଞ୍ଜର ଟ୍ରେନ୍‌କୁ ସ୍କୁଲ ଭ୍ୟାନ୍‌ ଧକ୍କା ଦେଇଛି। ଫଳରେ ଭ୍ୟାନରେ ଥିବା ୩ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଛାତ୍ର ଗୁରୁତର ଥିବା ଜଣାପଡିଛି। ଦୁର୍ଘଟଣାରେ ପାଖାପାଖି ୧୦ଜଣ ଛାତ୍ରଙ୍କ ଅବସ୍ଥା ଗମ୍ଭୀର ରହିଥିବା ସୂଚନା ମିଳିଛି। ଏନେଇ ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ତାମିଲନାଡୁ […] The post ଟ୍ରେନ-ସ୍କୁଲ ଭ୍ୟାନ୍‌ ଦୁର୍ଘଟଣା: ଚାଲିଗଲା ତିନି ଛାତ୍ରଙ୍କ ଜୀବନ, ଫାଟକ ରକ୍ଷକ ନିଲମ୍ବିତ appeared first on Dharitri Odia News.

ଟ୍ରେନ-ସ୍କୁଲ ଭ୍ୟାନ୍‌ ଦୁର୍ଘଟଣା: ଚାଲିଗଲା ତିନି ଛାତ୍ରଙ୍କ ଜୀବନ, ଫାଟକ ରକ୍ଷକ ନିଲମ୍ବିତ

କୁଡ୍ଡାଲୋର,୮।୭: ତାମିଲନାଡୁର କୁଡ୍ଡାଲୋର ଏବଂ ଆଲପ୍ପାକ୍କମ ଟ୍ରେନ୍‌ ଲାଇନ୍‌ ମଝିରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫାଟକ ପାର୍‌ ହେଉଥିବା ବେଳେ ଏକ ପାସେଞ୍ଜର ଟ୍ରେନ୍‌କୁ ସ୍କୁଲ ଭ୍ୟାନ୍‌ ଧକ୍କା ଦେଇଛି। ଫଳରେ ଭ୍ୟାନରେ ଥିବା ୩ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଛାତ୍ର ଗୁରୁତର ଥିବା ଜଣାପଡିଛି।

ଦୁର୍ଘଟଣାରେ ପାଖାପାଖି ୧୦ଜଣ ଛାତ୍ରଙ୍କ ଅବସ୍ଥା ଗମ୍ଭୀର ରହିଥିବା ସୂଚନା ମିଳିଛି। ଏନେଇ ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଦୁର୍ଘଟଣାକୁ ନେଇ ଦୁଖଃ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ, ଫାଟକ ରକ୍ଷକ ଶୋଇପଡ଼ିଥିଲେ। ଫଳରେ ଫାଟକ ବନ୍ଦ କରିବାରେ ସେ ବିଫଳ ହୋଇଥିଲେ। ଫଳରେ ଏହି ଦୁର୍ଘଟଣା ଘଟିଛି।

କୁଡ୍ଡାଲୋର ଏବଂ ଆଲପ୍ପାକ୍କମ ମଧ୍ୟରେ ଏକ ଘରୋଇ ସିବିଏସ୍‌ଇ ସ୍କୁଲ ବସ୍‌ ରେଳ ଲେଭଲ କ୍ରସିଂ ଗେଟ ନମ୍ବର ୧୭୦ ପାର୍‌ କରିବାକୁ ଚେଷ୍ଟା କରୁଥିବାବେଳେ ଟ୍ରେନ ନମ୍ବର ୫୬୮୧୩ ଭିଲୁପୁରମ୍‌-ମୟୀଲାଦୁଥୁରାଇ ପାସେଞ୍ଜର ଟ୍ରେନ୍‌ ସହିତ ଧକ୍କା ହୋଇଥିଲା। ଏପରିକି ଟ୍ରେନ୍‌ଟି ସ୍କୁଲ ଭ୍ୟାନକୁ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ଦୁର୍ଘଟଣାକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

The post ଟ୍ରେନ-ସ୍କୁଲ ଭ୍ୟାନ୍‌ ଦୁର୍ଘଟଣା: ଚାଲିଗଲା ତିନି ଛାତ୍ରଙ୍କ ଜୀବନ, ଫାଟକ ରକ୍ଷକ ନିଲମ୍ବିତ appeared first on Dharitri Odia News.