ସୁନୀତି ମୁଣ୍ଡ ଭାଜପାରୁ ନିଲମ୍ବିତ

ଭୁବନେଶ୍ୱର,୩୧।୮: ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଭୁବନେଶ୍ୱର ମହନଗର ନିଗମ(ବିଏମ୍‌ସି) ପୂର୍ବତନ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ୍‌ଙ୍କୁ ଭାଜପାରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଭାଜପା ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ସେହିପରି ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ପୂର୍ବତନ ଖୋର୍ଦ୍ଧା ଜିଲା ସଭାପତି ନିକୁଞ୍ଜ ପଟ୍ଟନାୟକ, […] The post ସୁନୀତି ମୁଣ୍ଡ ଭାଜପାରୁ ନିଲମ୍ବିତ appeared first on Dharitri Odia News.

ସୁନୀତି ମୁଣ୍ଡ ଭାଜପାରୁ ନିଲମ୍ବିତ

ଭୁବନେଶ୍ୱର,୩୧।୮: ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଭୁବନେଶ୍ୱର ମହନଗର ନିଗମ(ବିଏମ୍‌ସି) ପୂର୍ବତନ ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ୍‌ଙ୍କୁ ଭାଜପାରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଭାଜପା ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସେହିପରି ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ପୂର୍ବତନ ଖୋର୍ଦ୍ଧା ଜିଲା ସଭାପତି ନିକୁଞ୍ଜ ପଟ୍ଟନାୟକ, ଜିଲା ସମ୍ପାଦକ ବିଦ୍ୟୁତ୍‌ କାଣ୍ଡି, ଖୋର୍ଦ୍ଧା ଜିଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ଅନୁସୂଚିତ ଜାତି ମୋର୍ଚ୍ଚା ଖୋର୍ଦ୍ଧା ଜିଲା ସଭାପତି ଶିବ ମଲ୍ଲିକ ଏବଂ କାଯର୍‌ୟକର୍ତ୍ତା ଧନେଶ୍ୱର ବାରିକଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

The post ସୁନୀତି ମୁଣ୍ଡ ଭାଜପାରୁ ନିଲମ୍ବିତ appeared first on Dharitri Odia News.