ଯବାନରୁ ସଫଳ ଚାଷୀ, ଦେଶବାସୀଙ୍କୁ ସୁରକ୍ଷା ଦେବା ପରେ ଏବେ ଯୋଗାଉଛନ୍ତି ଆହାର

କେବେ ବନ୍ଧୁତ ପୁଣି କେବେ କୋଦାଳ । ଦିନେ ହାତରେ ବନ୍ଧୁକ ଧରି କାଶ୍ମୀର ଆତଙ୍କବାଦୀଙ୍କ କବଳରୁ ଦେଶ ମାତୃକାକୁ ସୁରକ୍ଷା ଦେଉଥିଲେ । ଅବସର ପରେ ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥରେ ହାଇୱେ ପ୍ରେଟୋଲିଙ୍ଗରେ ସବ୍ ଇନିସପେକ୍ଟର ଅଫିସର ଭାବରେ କାର୍ଯ୍ୟ କରୁଛନ୍ତି । ଅବସର ପରେ ହାତରେ କୋଦାଳ ଧରି ମାଟି ମା’ ବୁକୁରେ ସୁନାର ଫସଲ ଫଳାଇ ଯୋଗାଉଛନ୍ତି ଆହାର । ଏ ହେଉଛନ୍ତି ପୂର୍ବତନ ଯବାନ ତଥା ଅଞ୍ଚଳର ଜଣେ ସଫଳ ଚାଷୀ […] The post ଯବାନରୁ ସଫଳ ଚାଷୀ, ଦେଶବାସୀଙ୍କୁ ସୁରକ୍ଷା ଦେବା ପରେ ଏବେ ଯୋଗାଉଛନ୍ତି ଆହାର appeared first on KNews Odisha.

ଯବାନରୁ ସଫଳ ଚାଷୀ, ଦେଶବାସୀଙ୍କୁ ସୁରକ୍ଷା ଦେବା ପରେ ଏବେ ଯୋଗାଉଛନ୍ତି ଆହାର

କେବେ ବନ୍ଧୁତ ପୁଣି କେବେ କୋଦାଳ । ଦିନେ ହାତରେ ବନ୍ଧୁକ ଧରି କାଶ୍ମୀର ଆତଙ୍କବାଦୀଙ୍କ କବଳରୁ ଦେଶ ମାତୃକାକୁ ସୁରକ୍ଷା ଦେଉଥିଲେ । ଅବସର ପରେ ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥରେ ହାଇୱେ ପ୍ରେଟୋଲିଙ୍ଗରେ ସବ୍ ଇନିସପେକ୍ଟର ଅଫିସର ଭାବରେ କାର୍ଯ୍ୟ କରୁଛନ୍ତି । ଅବସର ପରେ ହାତରେ କୋଦାଳ ଧରି ମାଟି ମା’ ବୁକୁରେ ସୁନାର ଫସଲ ଫଳାଇ ଯୋଗାଉଛନ୍ତି ଆହାର । ଏ ହେଉଛନ୍ତି ପୂର୍ବତନ ଯବାନ ତଥା ଅଞ୍ଚଳର ଜଣେ ସଫଳ ଚାଷୀ ସର୍ବେଶ୍ଵର ପ୍ରଧାନ ।

ଘର ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକ ଗୁଆଳିପଡ଼ା ପଞ୍ଚାୟତର ଗୁଡ଼ପୋଇଲୋ ଗ୍ରାମରେ । ଦୀର୍ଘ ୨୯ ବର୍ଷ ହାତରେ ବନ୍ଧୁକ ଧରି ଜବାନ ଭାବରେ କାଶ୍ମୀର ଏବଂ ପଞ୍ଜାବ ଭଳି ଆତଙ୍କବାଦୀ ପ୍ରବଣ ଅଞ୍ଚଳରେ ଜୁନିଅର କମିଶନଡ଼ ଅଫିସର ଭାବରେ ନିଯୁକ୍ତି ହୋଇ ଦେଶବାସୀଙ୍କୁ ସୁରକ୍ଷା ଦେଉଥିଲେ । ଦିନ ହେଉ କି ରାତି ଯେତେବେଳେ ନିଜର ଡ଼ିୟୁଟି ପଡ଼େ ସେତେବେଳେ ସେ ନିଜ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିଥାନ୍ତି । ଆଉ ଯେତେବେଳେ କିଛି ସମୟ ମିଳିଥାଏ ସେ ଆସନ୍ତି ନିଜ ଗାଁକୁ ।

ନିଜର ଭାଇଙ୍କୁ ନେଇ ପୈତୃକ ଜମିରେ ଆରମ୍ଭ କରି ଦିଅନ୍ତି ଉନ୍ନତମାନର ଚାଷ । ଆଧୁନିକ ପ୍ରଣାଳୀ ସାଙ୍ଗକୁ କୃଷି ବିଜ୍ଞାନୀଙ୍କ ପରାମର୍ଶ ଅନୁଯାୟୀ ବୈଜ୍ଞାନିକ ଜ୍ଞାନକୈାଶଳ ପ୍ରୟୋଗ କରି ହୋଇ ପାରିଛନ୍ତି ଜଣେ ସଫଳ ଚାଷୀ । ଦୁଇ ଏକର ଜମିରେ ବିଭିନ୍ନ କିସମର ଧାନ, କଲରା, ପୋଟଳ, କାକୁଡ଼ି, ଭେଣ୍ଡି, ଝୁଡ଼ୁଙ୍ଗ, ଲଙ୍କା, ବିନ୍, ପାଳଙ୍ଗ ଏବଂ କଦଳୀ ଚାଷ କରିଥିବାବେଳେ ଅନ୍ୟ ଜମିରେ କୋବି ଏବଂ ମୁଗ ଓ ବିରି ଚାଷ କରୁଛନ୍ତିିି । ତେବେ ଏହି ଚାଷ କାର୍ଯ୍ୟକୁ ସେ ଟିକେ ନିଆରା ଢଙ୍ଗରେ କରୁଛନ୍ତିି ।

ଗତବର୍ଷ ୨ ରୁ ୩ ଲକ୍ଷ ଟଙ୍କା ଚାଷରୁ ଲାଭ ହୋଇଥିବାବେଳେ ଚଳିତ ବର୍ଷ ଅଧିକ ପାଇବା ଆଶା ବାନ୍ଧିଛନ୍ତି ସର୍ବେଶ୍ଵର । ହାଇୱେ ପେଟ୍ରୋଲ ଅଫିସର ଭାବରେ କାର୍ଯ୍ୟ କରିବା ସହ ଭାଇମାନଙ୍କ ସହିତ ମିଶି ନିଜେ ଚାଷ କରି ନିଜ ସାନଭାଇମାନଙ୍କୁ ରୋଜଗାରକ୍ଷମ କରିଛନ୍ତି । ତେବେ ଜୀବନ କାର୍ଯ୍ୟକାଳର ଅଧା ସମୟ ଦେଶର ସୁରକ୍ଷା ପାଇଁ ନିୟୋଜିତ ହୋଇଥିବାବେଳେ ଏବେ ଅବସର ପରେ ଲୋକଙ୍କୁ ଆହାର ଯୋଗାଇ ନିଜେ ଆତ୍ମସନ୍ତୋଷ ପାଉଥିବାର ସର୍ବେଶ୍ଵର କହିଛନ୍ତି ।

ସେହିପରି ସାନ ଭାଇମାନେ ମଧ୍ୟ ବଡ଼ ଭାଈ ସର୍ବେଶ୍ଵରଙ୍କ ନିର୍ଦ୍ଦେଶ ଅନୁସାରେ ଚାଷ କରୁଛନ୍ତି । ପୂର୍ବରୁ ପୁରୁଣା ପଦ୍ଧତିରେ ଚାଷ କରି ଭଳ ଲାଭ ହେଉ ନ ଥିଲା । ଦେଶର ବିଭିନ୍ନ ସ୍ଥାନରେ ଡ଼ିୟୁଟି କରିବା ସମୟରେ ସର୍ବେଶ୍ଵର ଉନ୍ନତ ଜ୍ଞାନ କୈାଶଳରେ ହେଉଥିବା ଚାଷକୁ ଅନୁଧ୍ୟାନ କରିଥିଲେ । ଏବେ ଭାଇଙ୍କ ନିର୍ଦେଶରେ ଆଧୁନିକ ପ୍ରଣାଳୀ ସହିତ ଉଭୟ ଜୈବିକ ଏବଂ ରସାୟନିକ ସାର ପ୍ରୟୋଗ କରି ଚାଷରେ ବେଶ ଲାଭବାନ୍ ହେଉଥିବା କହିଛନ୍ତି ସର୍ବେଶ୍ଵରଙ୍କ ସାନଭାଇ ।

ଏଭଳି ଚାଷରୁ ଭଲ ଆୟ ହେଉଥିବା ଦେଖି ଅନେକ ବେକାର ଯୁବକ ମଧ୍ୟ ଚାଷ ପ୍ରତି ମନ ବଳାଇ ଚାଷ କାର୍ଯ୍ୟ କରୁଛନ୍ତି । ବର୍ତମାନ ସମୟରେ ବେକାରୀ ସମସ୍ୟା ବଢୁଥିବା ବେଳେ ସର୍ବେଶ୍ଵରଙ୍କ ଏହି କୃଷି ଫାର୍ମ ଏବଂ ଏହାର ଲାଭ ଅନେକଙ୍କୁ ଏକ ନୂଆ ଦିଶା ଦେଖାଇବା ସହିତ ନିହାତି ଭାବରେ ବେକରୀ ସମସ୍ୟାକୁ ଦୂର କରିବାରେ ସହାୟକ ହେବାକୁ ଯାଉଛି ।

Also read: ନୟାଗଡ ଜିଲ୍ଲାରେ ବି ଫଳିଲା ଷ୍ଟ୍ରବେରୀ, ବଜାରରେ ବିକ୍ରିକରି ବେଶ ଲାଭ ପାଉଛନ୍ତି ଚାଷୀ

The post ଯବାନରୁ ସଫଳ ଚାଷୀ, ଦେଶବାସୀଙ୍କୁ ସୁରକ୍ଷା ଦେବା ପରେ ଏବେ ଯୋଗାଉଛନ୍ତି ଆହାର appeared first on KNews Odisha.