ଲ୍ୟାଣ୍ଡିଂ ବେଳେ ଓଲଟିଗଲା ଯାତ୍ରୀବାହୀ ବିମାନ, ଦୁର୍ଘଟଣାରେ ୧୮ଜଣ ଆହତ
ପୁଣି ଏକ ବିମାନ ଦୁର୍ଘଟଣା । ଲ୍ୟାଣ୍ଡିଂ ବେଳେ ଓଲଟିଗଲା ଯାତ୍ରୀବାହୀ ବିମାନ । କାନାଡାରେ ଡେଲଟା ଏୟାରଲାଇନସର ପ୍ଲେନ କ୍ରାସରେ ୧୮ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଟରୋଣ୍ଟୋ ଏୟାରପୋର୍ଟରେ ଡେଲଟା ଏୟାରଲାଇନସର CRJ-900 ପ୍ଲେନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିନେପଲିସରୁ ବିମାନଟି ଆସୁଥିଲା । ଦୁର୍ଘଟଣାଗ୍ରସ୍ତ ବିମାନରେ ୮୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗି ଯାଇଥିଲା । […] The post ଲ୍ୟାଣ୍ଡିଂ ବେଳେ ଓଲଟିଗଲା ଯାତ୍ରୀବାହୀ ବିମାନ, ଦୁର୍ଘଟଣାରେ ୧୮ଜଣ ଆହତ appeared first on KNews Odisha.

ପୁଣି ଏକ ବିମାନ ଦୁର୍ଘଟଣା । ଲ୍ୟାଣ୍ଡିଂ ବେଳେ ଓଲଟିଗଲା ଯାତ୍ରୀବାହୀ ବିମାନ । କାନାଡାରେ ଡେଲଟା ଏୟାରଲାଇନସର ପ୍ଲେନ କ୍ରାସରେ ୧୮ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଟରୋଣ୍ଟୋ ଏୟାରପୋର୍ଟରେ ଡେଲଟା ଏୟାରଲାଇନସର CRJ-900 ପ୍ଲେନ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିନେପଲିସରୁ ବିମାନଟି ଆସୁଥିଲା । ଦୁର୍ଘଟଣାଗ୍ରସ୍ତ ବିମାନରେ ୮୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗି ଯାଇଥିଲା ।
ତୁରନ୍ତ ଯାତ୍ରୀମାନଙ୍କୁ ବାହାର କରାଯିବା ସହ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଡ୍ରାଏ ରନୱେ ଥିଲା । କ୍ରସ ୱିଣ୍ଡ ନଥିଲା ବୋଲି ଟରୋଣ୍ଟୋ ପିଏରସନ ଫାୟାର ଚିଫ କହିଛନ୍ତି । ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି । ଟରୋଣ୍ଟୋ ପିଏରସନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ଟର୍ମିନାଲ-୩ରୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି । ହେଲେ ଡେଲଟା ଏୟାରଲାଇନସ ଫ୍ଲାଇଟ ସମେତ ବିଭିନ୍ନ ବିମାନର ଉଡ଼ାଣ ବାତିଲ କିମ୍ବା ବିଳମ୍ବିତ ହୋଇଛି ।
ସୂଚନା ଯୋଗ୍ୟକିଛି ଦିନ ତଳେ ଆମେରିକାରେ ପୁଣି ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏରିଜୋନା ସ୍କଟସଡେଲ ଏୟାରପୋର୍ଟରେ ଦୁଇଟି ଜେଟ ବିମାନ ପରସ୍ପର ସହିତ ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଦୁର୍ଘଟଣା ପରେ ବିମାନ ବନ୍ଦରର ରନୱେକୁ ବନ୍ଦ କରିଦିଆଯାଇଥିଲା । ସ୍କଟସଡେଲ ଏୟାରପୋର୍ଟର ଜଣେ ଅଧିକାରୀଙ୍କ କହିବା ମୁତାବକ, ଏକ ମଧ୍ୟମ ଆକାରର ବିଜନେସ ଜେଟ ନିଜ ସ୍ଥାନରେ ଠିଆ ହୋଇଥିବା ବେଳେ ଅନ୍ୟ ଏକ ବିଜନେସ ଜେଟ ଧକ୍କା ଦେଇଥିଲା ।
ଆହୁରି ପଢ଼ନ୍ତୁ : ମହାକୁମ୍ଭରେ ପୁଣି ଅଘଟଣ, ସେକ୍ଟର ୮ରେ ଥିବା ଏକ ଶିବିରରେ ଅଗ୍ନିକାଣ୍ଡ
The post ଲ୍ୟାଣ୍ଡିଂ ବେଳେ ଓଲଟିଗଲା ଯାତ୍ରୀବାହୀ ବିମାନ, ଦୁର୍ଘଟଣାରେ ୧୮ଜଣ ଆହତ appeared first on KNews Odisha.