ଆଜି ମନମୋହନ ସିଂହଙ୍କ ଅନ୍ତିମ ସତ୍କାର, ନାଗାମବୋଧ୍ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ

ନୂଆଦିଲ୍ଲୀ : ଆଜି ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସତ୍କାର । ନାଗାମବୋଧ୍ ଘାଟରେ ତାଙ୍କର ଶେଷକୃତ୍ୟ କରାଯିବ । ସକାଳ ସାଢେ ୮ଟାରେ ମନମୋହନ ସିଂହଙ୍କ ପାର୍ଥିବ ଶରୀରକୁ ଏଆଇସିସି ମୁଖ୍ୟାଳୟକୁ ନିଆଯିବ । ସେଠାରେ କଂଗ୍ରେସର ନେତା ଓ କର୍ମୀ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଅନ୍ତିମ ବିଦାୟ ଜଣାଇବେ । ପରେ ସାଢେ ୯ଟାରୁ ଏଆଇସିସି ମୁଖ୍ୟାଳୟରୁ ଶ୍ମଶାନ ପର୍ଯ୍ୟନ୍ତ ଅନ୍ତିମ ଯାତ୍ରା ହେବ । ୧୧ଟା ୪୫ ରେ ଦିଲ୍ଲୀର ନିଗମବୋଧ୍ […] The post ଆଜି ମନମୋହନ ସିଂହଙ୍କ ଅନ୍ତିମ ସତ୍କାର, ନାଗାମବୋଧ୍ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ appeared first on KNews Odisha.

ଆଜି ମନମୋହନ ସିଂହଙ୍କ ଅନ୍ତିମ ସତ୍କାର, ନାଗାମବୋଧ୍ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ
MANMOHAN SINGH

ନୂଆଦିଲ୍ଲୀ : ଆଜି ହେବ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସତ୍କାର । ନାଗାମବୋଧ୍ ଘାଟରେ ତାଙ୍କର ଶେଷକୃତ୍ୟ କରାଯିବ । ସକାଳ ସାଢେ ୮ଟାରେ ମନମୋହନ ସିଂହଙ୍କ ପାର୍ଥିବ ଶରୀରକୁ ଏଆଇସିସି ମୁଖ୍ୟାଳୟକୁ ନିଆଯିବ । ସେଠାରେ କଂଗ୍ରେସର ନେତା ଓ କର୍ମୀ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଅନ୍ତିମ ବିଦାୟ ଜଣାଇବେ । ପରେ ସାଢେ ୯ଟାରୁ ଏଆଇସିସି ମୁଖ୍ୟାଳୟରୁ ଶ୍ମଶାନ ପର୍ଯ୍ୟନ୍ତ ଅନ୍ତିମ ଯାତ୍ରା ହେବ । ୧୧ଟା ୪୫ ରେ ଦିଲ୍ଲୀର ନିଗମବୋଧ୍ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ ।

ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ ବିର୍ଲା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କ ସମେତ ବହୁ ବିଶିଷ୍ଟ ନେତା ଓ ବ୍ୟକ୍ତିବିଶେଷ ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ମନମୋହନ ସିଂହଙ୍କୁ ହରାଇ ଦେଶ ଏକ ରତ୍ନ ହରାଇଥିବା ଦଳମତ ନିର୍ବିଶେଷରେ ସମସ୍ତେ କହିଛନ୍ତି । ମନମୋହନ ସିଂହଙ୍କ ବିୟୋଗରେ ସାତଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଦେଶର ଅର୍ଥନୀତିକୁ ସୁଦୃଢ କରିବାରେ ଅବଦାନ ପାଇଁ ତାଙ୍କୁ ଦେଶ ଚିରକାଳ ମନେ ରଖିବ । ଗତ ଗୁରୁବାର ମନମୋହନ ସିଂହଙ୍କ ପରଲୋକ ହୋଇଥିଲା । ୯୨ ବର୍ଷ ବୟସରେ ନୂଆଦିଲ୍ଲୀ ଏମ୍ସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମନମୋହନ ।

The post ଆଜି ମନମୋହନ ସିଂହଙ୍କ ଅନ୍ତିମ ସତ୍କାର, ନାଗାମବୋଧ୍ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ appeared first on KNews Odisha.