କୋରାପୁଟରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ କାର୍ ଧକ୍କାରେ ଚାଲିଗଲା ୩ ଜୀବନ

କୋରାପୁଟ ୨୦।୦୭ : କୋରାପୁଟ ସୁନାବେଡ଼ା ଥାନା ହାଲ୍‌ ଗେଷ୍ଟ ହାଉସ୍‌ ନିକଟରେ ଭୟଙ୍କର ଦୁର୍ଘଟଣା । ଦୁଇଟି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଚାଲିଗଲା ୪ ଜୀବନ । ବାକି କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲା କାର୍‌। ହେଲେ ସୁନାବେଡ଼ା ଥାନା ହାଲ୍‌ ଗେଷ୍ଟ ହାଉସ୍‌ ନିକଟରେ ଆଉ ଏକ କାର୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ କାର୍‌ରେ ଥିବା ଲୋକ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ତିନି ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲେ । ହେଲେ ସେଠାରେ ଗୁରୁତର ତିନି ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛନ୍ତି । ଏହାସହିତ ସମସ୍ତ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । 

କୋରାପୁଟରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ କାର୍ ଧକ୍କାରେ ଚାଲିଗଲା ୩ ଜୀବନ

କୋରାପୁଟ ୨୦।୦୭ : କୋରାପୁଟ ସୁନାବେଡ଼ା ଥାନା ହାଲ୍‌ ଗେଷ୍ଟ ହାଉସ୍‌ ନିକଟରେ ଭୟଙ୍କର ଦୁର୍ଘଟଣା । ଦୁଇଟି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଚାଲିଗଲା ୪ ଜୀବନ । ବାକି କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । 

ଖବର ଅନୁଯାୟୀ, ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲା କାର୍‌। ହେଲେ ସୁନାବେଡ଼ା ଥାନା ହାଲ୍‌ ଗେଷ୍ଟ ହାଉସ୍‌ ନିକଟରେ ଆଉ ଏକ କାର୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ କାର୍‌ରେ ଥିବା ଲୋକ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ତିନି ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲେ । ହେଲେ ସେଠାରେ ଗୁରୁତର ତିନି ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛନ୍ତି । ଏହାସହିତ ସମସ୍ତ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି ।