ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ, ତିନି ଦିନରେ ଗଲାଣି ୩ ଜୀବନ

ବରଗଡ଼ ୧୧/୦୯: ବରଗଡ ଜିଲାରେ ସ୍କ୍ରବ ଟାଇଫସ ଆତଙ୍କ । ଆକ୍ରାନ୍ତରେ ଗତ ୩ ଦିନରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ପଦ୍ମପୁର ଓ ଜଣେ ଅମ୍ବା ଭୋନାର ବୋଲି ସୂଚନା । ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ତିନିଜଣ ହେଲେ ଅମ୍ବାଭୋନା ବ୍ଳକ୍ ର ସରୋଜ ପ୍ରଧାନ, ପଦ୍ମପୁରର ସଖି ପ୍ରଧାନ ଓ ଶିଖା ରଣା ବୋଲି ଜଣାପଡ଼ିଛି । ସୂଚନା ଥାଉକି, ଦୀର୍ଘ ଦିନ ପରେ ପୁଣି ଫେରିଛି ସ୍କ୍ରବ ଟାଇଫସ । ବରଗଡ଼ରେ ତିନି ଦିନରେ ଗଲାଣି ତିନି ଜଣଙ୍କ ଜୀବନ । ଫଳରେ ଏହାକୁ ନେଇ ଏବେ ଜିଲ୍ଲାରେ ଭୟର ବାତାବରଣ ଛାଇ ରହିଛି । ଗତ ସୋମବାର ଅମ୍ବାଭୋନା ବ୍ଲକ ବୁଙ୍ଗା ପାଲି ଗାଁର ୪୨ ବର୍ଷୀୟା ଚାଷୀ ସରୋଜ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ପଦ୍ମପୁରର ୭୦ ବର୍ଷୀୟା ମହିଳା ସଖି ପ୍ରଧାନ ଏବଂ ଆଜି ପଦ୍ମପୁରର ଜଣେ ୧୬ ବର୍ଷୀୟା ନାବାଳିକା ଶିଖା ରଣାଙ୍କ ମୃତ୍ୟୁ ହୋଇଛି । ଏମାନେ ତିନିଜଣ ଯାକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋ ଇଛି । ଏବେ ମଧ୍ୟ ଆଉ ୧୨ ଜଣ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଜାନୁୟାରୀ ୨୦୨୩ ରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ୪୧୯ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୧୦ ଜଣଙ୍କ ପଜେଟିଭ ଥିବା ଜଣାପଡ଼ିଛି । ସେପଟେ ତିନିଜଣଙ୍କ ମୃତ୍ୟୁ ଘଟିଥିବା କଥାକୁ ସ୍ୱୀକାର କରିଛନ୍ତି ସିଡିଏମଓ । ତେବେ ଯଥା ଶୀଘ୍

ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ, ତିନି ଦିନରେ ଗଲାଣି ୩ ଜୀବନ

ବରଗଡ଼ ୧୧/୦୯: ବରଗଡ ଜିଲାରେ ସ୍କ୍ରବ ଟାଇଫସ ଆତଙ୍କ । ଆକ୍ରାନ୍ତରେ ଗତ ୩ ଦିନରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ପଦ୍ମପୁର ଓ ଜଣେ ଅମ୍ବା ଭୋନାର ବୋଲି ସୂଚନା । ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକ ତିନିଜଣ ହେଲେ ଅମ୍ବାଭୋନା ବ୍ଳକ୍ ର ସରୋଜ ପ୍ରଧାନ, ପଦ୍ମପୁରର ସଖି ପ୍ରଧାନ ଓ ଶିଖା ରଣା ବୋଲି ଜଣାପଡ଼ିଛି । 

ସୂଚନା ଥାଉକି, ଦୀର୍ଘ ଦିନ ପରେ ପୁଣି ଫେରିଛି ସ୍କ୍ରବ ଟାଇଫସ । ବରଗଡ଼ରେ ତିନି ଦିନରେ ଗଲାଣି ତିନି ଜଣଙ୍କ ଜୀବନ । ଫଳରେ ଏହାକୁ ନେଇ ଏବେ ଜିଲ୍ଲାରେ ଭୟର ବାତାବରଣ ଛାଇ ରହିଛି । ଗତ ସୋମବାର ଅମ୍ବାଭୋନା ବ୍ଲକ ବୁଙ୍ଗା ପାଲି ଗାଁର ୪୨ ବର୍ଷୀୟା ଚାଷୀ ସରୋଜ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ପଦ୍ମପୁରର ୭୦ ବର୍ଷୀୟା ମହିଳା ସଖି ପ୍ରଧାନ ଏବଂ ଆଜି ପଦ୍ମପୁରର ଜଣେ ୧୬ ବର୍ଷୀୟା ନାବାଳିକା ଶିଖା ରଣାଙ୍କ ମୃତ୍ୟୁ ହୋଇଛି । 

ଏମାନେ ତିନିଜଣ ଯାକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋ ଇଛି । ଏବେ ମଧ୍ୟ ଆଉ ୧୨ ଜଣ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଜାନୁୟାରୀ ୨୦୨୩ ରୁ ସେପ୍ଟେମ୍ବର ୧୦ ପର୍ଯ୍ୟନ୍ତ ୪୧୯ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୧୦ ଜଣଙ୍କ ପଜେଟିଭ ଥିବା ଜଣାପଡ଼ିଛି । 

ସେପଟେ ତିନିଜଣଙ୍କ ମୃତ୍ୟୁ ଘଟିଥିବା କଥାକୁ ସ୍ୱୀକାର କରିଛନ୍ତି ସିଡିଏମଓ । ତେବେ ଯଥା ଶୀଘ୍ର ଅନ୍ୟ  ଘରୋଇ ହସ୍ପିଟାଲ ଗୁଡ଼ିକୁ ରିପୋର୍ଟ ମଗାଯାଇଛି ଏବଂ ସେପରି କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ରକ୍ତ ନମୁନା ସଂଗ୍ରହ କରି  ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେବାକୁ ନିର୍ଦେଶ ଦେଇଛନ୍ତି ବରଗଡ଼ ମୁଖ୍ୟ ଚିକିତ୍ସା ଅଧିକାରୀ ନିରୂପମା ଷଡ଼ଙ୍ଗୀ ।